ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

୪୪୦ଭୋଲ୍ଟ ତାରରୁ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ପରିବାର ଲୋକେ

Published By : Harapriya Sethi | May 11, 2025 7:48 AM

ଭୁବନେଶ୍ୱର, ୧୧/୦୫: ଘର ଆଗରେ ଥିବା ଖୁଣ୍ଟରୁ ଛିଡ଼ିଲା ୪୪୦ଭୋଲ୍ଟ ଇଲେକ୍ଟ୍ରି ତାର । ସର୍ଟ ସର୍କିଟ ପରେ ହେଲା ଭୟଙ୍କର ବିସ୍ଫୋରଣ । ତାରରୁ ନିଆଁ ବ୍ୟାପି ଜଳିଗଲା ଘର । ଅଳ୍ପକେ ବର୍ତିଲେ ପାଇକନଗର ଲେନ ୨ ବାସିନ୍ଦା । ନୟାପଲ୍ଲୀ ଥାନା ପାଇକନଗର କ୍ଳବ୍ ପାଖରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ପାଇକନଗର କ୍ଳବ୍ ପାଖରେ ଥିବା ଖୁଣ୍ଟରୁ ହଠାତ ୪୪୦ଭୋଲ୍ଟ ଇଲେକ୍ଟ୍ରି ତାର ଛିଡ଼ି ପଡ଼ିଥିଲା । ତାରଟି ଛିଡି ଏକ ଘର ଉପରେ ପଡ଼ିଥିଲା । ସେଠାରେ ସର୍ଟ ସର୍କିଟ ପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଚାହୁଁଚାହୁଁ ନିଆ ବ୍ୟାପି ଯାଇଥିଲା । ଫଳରେ ଦୀର୍ଘ ୪୫ ମିନିଟ ଧରି ନିଆଁ ବଳୟରେ ଫସି ରହିଥିଲେ ପରିବାରଲୋକେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ଲୋକଙ୍କୁ ଉଦ୍ଦର କରିଥିଲେ । ତେବେ ପୂର୍ବରୁ ଧଉଳି ଓ ବଡଗଡ ଥାନା ଅଧୀନରେ ଘଟିଛି ଏପରି ଘଟଣା। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.