ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ବନ୍ଧଗୁଡା ଠାରେ ଥିବା ବନ ବିଭାଗର ନର୍ସରୀ ମଧ୍ୟରେ ଜିଲ୍ଲା ସାମ୍ବାଦିକ ସମନ୍ୱୟ କମିଟି ପକ୍ଷରୁ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ସମନ୍ୱୟ କମିଟିର ସଦସ୍ୟ ମାନଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଅଂଶଗ୍ରହଣ କରି ଥିଲେ। ବଣଭୋଜି ଉତ୍ସାହର ମଜା ଉଠାଇ ଥିଲେ।
ଏହି ଅବସରରେ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଓ କାର୍ଯ୍ୟ ବିଷୟରେ ଆଲୋଚନା କରାଯିବା ସହିତ ଜିଲ୍ଲା ବିକାଶ କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋଚନା କରାଯାଇ ଥିଲ।। ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ କାର୍ଯ୍ୟରତ ସାମ୍ବାଦିକ ମାନେ ଉପସ୍ଥିତ ରହି ଖୁବ୍ ଉତ୍ସାହ ବ୍ୟକ୍ତ କରି ଥିଲେ। ପରେ ବନ୍ଧୁମିଳନ ଓ ବଣ ଭୋଜି ସହିତ ସୁର ଝଙ୍କାର କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।