ନୂଆଦିଲ୍ଲୀ : ପଲ୍ୟୁସନ ବୃଦ୍ଧିକୁ ଦେଖି ପ୍ରଶାସନର ତତ୍ପରତା। ଗୁରୁଗ୍ରାମ ଜିଲ୍ଲା ପ୍ରଶାସନ ସରକାରୀ ଓ ଘରୋଇ ସଂସ୍ଥାକୁ ୱାର୍କ ଫ୍ରମ୍ ହୋମ୍‌ରେ ପ୍ରାଧ୍ୟାନ୍ୟ ଦେବାକୁ ପରାମର୍ଶ ଦେଇଛି। ଗୁରୁଗ୍ରାମ ଜିଲ୍ଲା ପ୍ରଶାସନ ଅନେକ ପ୍ରାଇଭେଟ୍‌ ଓ ଏମଏନସି ସଂସ୍ଥାକୁ ନିଜର କର୍ମଚାରୀଙ୍କୁ ୱାର୍କ ଫ୍ରମ୍‌ ହୋମ୍ କରାଇବାକୁ ଅପିଲ କରିଛି। ସରକାରୀ ବିଭାଗରେ ମଧ୍ୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ହିଁ ଡାକିବାର ପରାମର୍ଶ ଦିଆଯାଇଛି। ଏହି ମଧ୍ୟରେ କମ୍ପାନୀ ଗୁଡ଼ିକ ପକ୍ଷରୁ ୱାର୍କ ଫ୍ରମ୍ ହୋମର ସୁବିଧା ଆରମ୍ଭ ମଧ୍ୟ କରାଯାଇଛି। 

ଜାରି ହୋଇଥିବା ଅଫିସିଆଲି ବୟାନ ମୁତାବିକ, ଗୁରୁଗ୍ରାମ୍‌ ପ୍ରଶାସନ ପକ୍ଷରୁ ସବୁ ପ୍ରାଇଭେଟ୍‌ ଓ ବହୁରାଷ୍ଟ୍ରୀୟ କମ୍ପାନୀଙ୍କୁ ଅନୁରୋଧ କରାଯାଇଛି କି, ସେମାନେ ନିଜର କର୍ମଚାରୀଙ୍କୁ ଆସନ୍ତାକାଲି ୨୦ନଭେମ୍ୱର ଠାରୁ ଆଗାମୀ ସୂଚନା ଯାଏ ୱାର୍କ ଫର୍ମ ହୋମ୍‌ କରିବାକୁ ଦିଅନ୍ତୁ, ଯାହାକି ଗ୍ରାପ୍‌-୪ର ଉପାୟ ଗୁଡ଼ିକୁ ଲାଗୁ କରାଇବାରେ ସାହାଯ୍ୟ ମିଳି ପାରିବ। କହି ରଖୁଛୁ କି, ଗୁରୁଗ୍ରାମ୍‌ରେ ମଙ୍ଗଳବାର ସନ୍ଧ୍ୟା ୫ଟାରେ ଏକ୍ୟୁଆଇ ୪୦୪ ରେକର୍ଡ କରାଯାଇଛି। 

ଏହି ମଧ୍ୟରେ ମିଲେନିୟମ ସିଟିରେ ମଙ୍ଗଳବାର ୫୭୫ କର୍ପୋରେଟ୍‌ କମ୍ପାନୀମାନେ କର୍ମଚାରୀଙ୍କୁ ଘରୁ କାମ କରିବାକୁ ପରାମର୍ଶ ଦେଇଛନ୍ତି।ଏଥିପାଇଁ କର୍ମଚାରୀଙ୍କୁ ଆଡଭାଇଜାରୀ ଜାରି କରାଯାଇଛି।ଏହିସବୁ କମ୍ପାନୀ ଗୁଡ଼ିକର ଅଫିସରେ ଲକ୍ଷେରୁ ଅଧିକ କର୍ମଚାରୀ କାମ କରିଥାନ୍ତି, କମ୍ପାନୀଗୁଡ଼ିକୁ ପକ୍ଷରୁ ଏହା ମଧ୍ୟ କୁହାଯାଇଛି କି କର୍ମଚାରୀ ଅଫିସ୍‌ ଆସି କାମ କରିବାକୁ ଚାହାନ୍ତି, ତ ଗୋଟିଏ ଗାଡ଼ିରେ ୪ଜଣ ଲୋକ ବସି ଆସି ପାରିବେ। କର୍ମଚାରୀଙ୍କୁ ମାସ୍କ ପିନ୍ଧିବା ପାଇଁ ସଚେତନ କରାଯାଇ ପାରେ। 

କହି ରଖୁଛୁ କି , ରବିବାର ଦିଲ୍ଲୀ-ଏନସିଆରରେ ଗ୍ରାଫ୍‌-୪ର ପ୍ରତିବନ୍ଧକ ଲାଗୁ କରାଯାଇ ଥିଲା। ଏହି ପ୍ରତିବନ୍ଧକ ସୋମବାର ସକାଳେ ୮ଟାରୁ ପ୍ରଭାବୀ ହୋଇ ଯାଇ ଥିଲା। ଏହି ସବୁ ପ୍ରତିବନ୍ଧକରେ ଟ୍ରକ୍‌ ଗୁଡ଼ିକର ପ୍ରବେଶ ଉପରେ ରୋକ୍‌ ସହ ହିଁ ସାର୍ବଜନିକ ନିର୍ମାଣ ପ୍ରକଳ୍ପ ଉପରେ ମଧ୍ୟ ଅସ୍ଥାୟୀ ରୋକ୍‌ ଲାଗିଛି।