ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଭାରତ-ଚୀନ୍ ସୀମାରେ ପୁଣି ଲଢେଇ କରିବା ଯୋଜନାରେ ଡ୍ରାଗନ୍: ପୋଷ୍ଟରେ ବଢାଇଲା ପାଓ୍ବାର ସପ୍ଲାଇ, ପୁଣି ବଢିପାରେ ଚିନ୍ତା

Published By : Harapriya Biswal | January 30, 2025 7:35 PM

ନୂଆଦିଲ୍ଲୀ,୩୦।୧: ବହୁ ବର୍ଷର ଚେଷ୍ଟା ପରେ ଭାରତ ଓ ଚୀନର ସମ୍ପର୍କ ଭଲ ହେବାକୁ ଯାଉଛି। ତେବେ ଏହା ଭିତରେ ଚୀନ୍ ପୁଣିଥରେ ନିଜର କାର୍ଯ୍ୟକଳାପକୁ ବଦଳାଇ ପାରୁନି। ଏବେ ପୁଣିଥରେ ସୀମା ନିକଟରେ ନୂଆ ଖେଳ ଆରମ୍ଭ କରିଛି। ପିପୁଲ୍ସ ଲିବରେସନ୍ ଆର୍ମୀ(ଚୀନ୍ ସେନା) ଉଚ୍ଚତା ଥିବା ଅଞ୍ଚଳ ସହ କଠିନ ପରିସ୍ଥିତିରେ ଦୂରରେ ଥିବା ଅଞ୍ଚଳରେ ସୀମା ପୋଷ୍ଟ ପର୍ଯ୍ୟନ୍ତ ବିଜୁଳି ସପ୍ଲାଇ ବଢି ଯାଇଛି। ପିଏଲଏ ଡେଲି ଚଳିତ ମାସ ଆରମ୍ଭରୁ କହିଛି ଝିଞ୍ଜିୟାଙ୍ଗ ଉଇଗର ସ୍ବାୟତ କ୍ଷେତ୍ରର ଜାଇଦୁଲ୍ଳା  ଓ ତିଦ୍ଦତ ସ୍ବାୟତ କ୍ଷେତ୍ରର ଗ୍ନାରୀ ପ୍ରଦେଶରେ ସୀମା ପୋଷ୍ଟ-ଚୀନ୍-ଭାରତ ସୀମାରେ ରଣନୈତିକ କ୍ଷେତ୍ର ସମ୍ପୂର୍ଣ୍ଣ ଭାବରେ ରାଷ୍ଟ୍ରୀୟ ବିଜୁଳି ଗ୍ରୀଡ୍‌କୁ କଭର କରି ଦିଆଯାଇଛି। ବର୍ଡର ଆଉଟପୋଷ୍ଟରେ ବିଜୁଳି ସପ୍ଲାଇ ବଢାଇକି ଚୀନ୍ ନିଜର ଇନଫ୍ରାଷ୍ଟ୍ରକଚରକୁ ମଜବୁତ କରିବାରେ ଲାଗିଛି। 

ରିପୋର୍ଟରେ କୁହାଯାଇଛି, ଅଧିକାଂଶ ସୀମା ପୋଷ୍ଟ ଦ୍ବାରା ଉପଯୋଗ କରାଯାଉଥିବା ବିଜୁଳି ଓ ନବୀକରଣ ଶକ୍ତି ସୈନିକଙ୍କୁ ଶୀତଦିନରେ ଗରମ ଓ ସୁରକ୍ଷିତ ରଖିବା ପାଇଁ ମଜବୁତ ସହାୟତା ପ୍ରଦାନ କରିଥା,। ଏହା ସେନାରେ ସବୁ ଉଚ୍ଚତାରେ ଥିବା ସୀମା ସୁରକ୍ଷା ପୋଷ୍ଟର ଶକ୍ତି ସୁରକ୍ଷାରେ ଏକ ସରଞ୍ଚନାତ୍ମକ ପରିବର୍ତ୍ତନକୁ ମଧ୍ୟ ଦେଖାଯାଉଛି।’ ଚୀନ୍‌ ରିପୋର୍ଟରେ ମଧ୍ୟ ଦାବି କରାଯାଇଛି ଯେ, ଏହି ପଦକ୍ଷେପ ଦ୍ବାରା ଉଚ୍ଚରେ ଥିବା ସୈନିକଙ୍କୁ  ଦୀର୍ଘ ସମୟ ଧରି ଚାଲିଆସୁଥିବା ସମସ୍ୟାକୁ କମ୍ କରିଛି, ଯାହାଫଳରେ ପିଇବା ପାଣି, ହିଟିଂ, ସ୍ନାନ ଓ ଅକ୍ସିଜେନ୍‌ ପର୍ଯ୍ୟନ୍ତ ମିଳିପାରୁଛି। ଚୀନ୍ ବହୁତ ସମୟ ଧରି ସୀମା ସୈନିକଙ୍କୁ ସପ୍ଳାଇ କରାଯାଉଥିବା ବିଜୁଳିକୁ ଭଲ କରିବାର ଚେଷ୍ଟାରେ ଲାଗି ରହିଛି। ଏହା ତା’ର ରଣନୀତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଏହି କାରଣରୁ ସେନା ଓ ରାଷ୍ଟ୍ରୀୟ ଶକ୍ତି ପ୍ରଶାସନ ୨୦୧୬ର ଶେଷରେ ସେନା ପାଇଁ ବିଜୁଳି ଗ୍ରୀଡ୍‌ ତିଆରି କରିବା ଓ ତାଙ୍କୁ ରାଷ୍ଟ୍ରୀ ଶକ୍ତି ସେବା ନେଟଓ୍ବର୍କ ସହ ଯୋଡିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରୋଜେକ୍ଟ ଆରମ୍ଭ କରିଛି। ଗତ ବର୍ଷ ଜାନୁଆରୀ ପର୍ଯ୍ୟନ୍ତ ଚୀନ୍‌ ନ୍ୟାସନାଲ ଗ୍ରୀଡ୍‌ରୁ ୭୦୦ ସୀମା ଚୌକି ସହ ଯୋଡା ଯାଇପାରେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.