ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ପହଲଗାମ ପ୍ରତିଶୋଧ ପ୍ରସ୍ତୁତି ; ପାକିସ୍ତାନକୁ ଘାରିଲା ଯୁଦ୍ଧ ଭୟ, LoCରେ ଆକ୍ରମଣ କରିପାରେ ଭାରତ, କହିଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ

Published By : Ankita S | May 6, 2025 9:01 AM

ନୂଆଦିଲ୍ଲୀ,୦୬/୦୫: ଭାରତର ଗୋଟିଏ ପରେ ଗୋଟିଏ ଆକ୍ସନ । ପାକିସ୍ତାନର ନିଦ ଉଡ଼ିଗଲାଣି । କଣ କରିବ କିଛି ଜାଣି ପାରୁନାହିଁ । ଆତଙ୍କୀଦେଶର ଆଉ ମୁଣ୍ଡ କାମ କରୁନାହିଁ । ପହଲଗାମ ପ୍ରତିଶୋଧ ନେଇ ଭାରତର ପ୍ରସ୍ତୁତିକୁ ନେଇ ପାକିସ୍ତାନ ଛାତିରେ ଛନକା ପଶିଲାଣି । ପ୍ରତି ମୂହୁର୍ତ୍ତରେ ଡ଼ରି ଡ଼ରି ବଞ୍ଚୁଛି । ଭାରତର ଆକ୍ରମଣ ଭୟରେ ଥରୁଛି ପାକିସ୍ତାନ । ଯେ କୌଣସି ମୁହୂର୍ତ୍ତରେ ମିଳିପାରେ ଯୁଦ୍ଧ ସିଗନାଲ । ସବୁ ରାଜ୍ୟକୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ମକ୍‌ଡ୍ରିଲ ନିର୍ଦ୍ଦେଶ ପରେ ପାକିସ୍ତାନ ଛାତି ଧଡ଼ ଧଡ଼ ହୋଇଛି । ଭାରତ ଏଲଓସିରେ ଆକ୍ରମଣ କରିପାରେ ବୋଲି ପାକିସ୍ତାନ ପ୍ରତିରକ୍ଷ ମନ୍ତ୍ରୀ ଖ୍ୱାଜା ଆସିଫ୍ କହିଛନ୍ତି ।

ଭାରତ ଭୟରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ କହିଛନ୍ତି, ''ଯେ କୌଣସି ମୁହୂର୍ତ୍ତରେ ଭାରତ ଆକ୍ରମଣ କରିପାରେ । ଭାରତ କଶ୍ମୀରର ନିୟନ୍ତ୍ରଣ ରେଖା (ଏଲଓସି) ପାଖରେ ଆକ୍ରମଣ ନେଇ ପ୍ରସ୍ତୁତି କରୁଛି । ଭାରତକୁ ଜବାବ ଦେବାକୁ ଆମେ ପ୍ରସ୍ତୁତ ଅଛୁ । ପହଲଗାମ ଆତଙ୍କୀ ଆକ୍ରମଣ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ପହଲଗାମ ହମଲାର ଅନ୍ତରାଷ୍ଟ୍ରୀୟ ତଦନ୍ତ ଦାବି କରିଥିଲେ ।''

ଅଧିକ ପଢନ୍ତୁ...ଯୁଦ୍ଧ ପ୍ରସ୍ତୁତି ! କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ରାଜ୍ୟକୁ ମକ୍ ଡ୍ରିଲ୍ ନିର୍ଦ୍ଦେଶ , ଛାତ୍ର ଏବଂ ନାଗରିକଙ୍କୁ ଦିଆଯିବ ଆତ୍ମସୁରକ୍ଷା ପ୍ରଶିକ୍ଷଣ

LoCରେ ପାକ୍‌ ସେନାର ଉତ୍ପାତ ଜାରି- ଚେତାବନୀ ସତ୍ତ୍ୱେ ଚେତୁନୀ ପାକିସ୍ତାନ । ଏଲଓସିରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଲଗାତାର ୧୨ଥର ନିୟନ୍ତ୍ରଣ ରେଖାରେ ଗୁଳିମାଡ଼ କରିଛି । ମଙ୍ଗଳବାର ରାତିରୁ ଏଲଓସି ନିକଟ କୁପୱାଡ଼ା, ବାରମୁଲ୍ଲା, ରୌଜରୀ, ପୁଞ୍ଚ, ମେନ୍ଧାର, ନୌସେର, ସୁନ୍ଦରବନୀ ଏବଂ ଅଖନୁରରେ ଫାୟାରିଂ କରିଛି । ଯାହାର ମୁହଁତୋଡ଼ ଜବାବ୍‌ ଦେଇଛି ଭାରତୀୟ ସେନା ।

ଘନେଇଲା ଯୁଦ୍ଧ ଆଶଙ୍କା- କୌଣସି ବି ମୁହୂର୍ତ୍ତରେ ପହଲଗାମ ପ୍ରତିଶୋଧ ନେଇପାରେ ଭାରତ । ୨୬ ଜୀବନର ବଦଲା ନେବ ଭାରତ । ଲୁହ-ଲହୁର ଗୋଟି ଗୋଟି କରି ହିସାବ ନେବ ଭାରତୀୟ ସେନା । ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆଶଙ୍କା ଆହୁରି ଘନୀଭୂତ ହୋଇଛି । ସବୁ ରାଜ୍ୟଗୁଡି଼କୁ ମକ୍‌ଡ୍ରିଲ ନିର୍ଦ୍ଦେଶ ଦେଇଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ । ଆସନ୍ତାକାଲି (ବୁଧବାର) ନାଗରିକଙ୍କୁ ମିଳିବ ଆତ୍ମରକ୍ଷା ତାଲିମ । ଯାହାକୁ ନେଇ ପାକିସ୍ତାନ ଛାତିରେ ଛନକା ପଶିଛି । ଯୁଦ୍ଧ ଭୟ ଘାରିଛି । ବଡ଼ କଥା ହେଉଛି ଦେଶରେ ଶେଷଥର ୧୯୭୧ରେ ଏଭଲି ମକ୍‌ଡ୍ରିଲ ହୋଇଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.