ଭୁବନେଶ୍ୱର,୧୬/୦୫: ଖାଦ୍ୟ ଅଭାବରୁ ଗାଁ ମୁଁହା ହାତୀ ପଲ୍ଲ । ରଣସିଂହପୁର ଆମ୍ବ ବଗିଚାରେ ୧୫ ଦିନ ହେଲାଣି ଅଛନ୍ତି ୧୧ଟିକିଆ ହାତୀ ପଲ । କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ରଣସିଂହପୁର ଗାଁର ଆମ୍ବ ବଗିଚାରେ ଗତ ୧୫ଦିନ ହେଲାଣି ୧୧ ଟି ହାତୀ ରହିଛନ୍ତି । ବଣୁଆ ହାତୀ ବୁଲୁଥିବାରୁ ଭୟଭୀତ ହୋଇ ପଡିଛନ୍ତି ସ୍ଥାନୀୟ ଲୋକେ ରଣସିଂହପୁର,ଜନ୍ତାରିଆ, ଗୋପପୁର, ବଡଭୂଇଁ ଆଦି ବିଭିନ୍ନ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ହାତୀପଲ ଦେଖିବାକୁ ମିଳିଛି।
ବିଶେଷ କରି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଆଗଭଳି ହାତୀ ମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଯଥା ଆମ୍ବ ପଣସ ଗଛ ରହୁ ନ ଥିବାରୁ ଖାଦ୍ୟ ଅଭାବରୁ ଖରାଦିନେ ହାତୀ ପଲ ଆମ୍ବ ଖାଇବା ପାଇଁ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡିକୁ ଆସିବା ସହ ଆମ୍ବ ପଣସ ଖାଉଥିବା ଦେଖିବାକୁ ମିଳିଛି । ରଣସିଂହପୁର ଗ୍ରାମରେ ଦୁଇଟି ଛୁଆ ଓ ମାଈ ଦନ୍ତା ହାତୀ ମିଶି ୧୧ ରୁ ଅଧିକ ହାତୀ ଆମ୍ବ ବଗିଚାରେ ରହିବା ସହ ଗ୍ରାମ ନିକଟବର୍ତ୍ତୀ ଗ୍ରାମ ନିକଟରେ ଚଳପ୍ରଚଳ କରୁଥିବାରୁ ଗ୍ରାମବାସୀ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଲୋକମାନେ ରାତିରୁ ଆମ୍ବ ବଗିଚାକୁ ଆମ୍ବ ଗୋଟାଇବା ପାଇଁ ଯାଉଥିବାରୁ ବନ ବିଭାଗ ପକ୍ଷରୁ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ମାନଙ୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦାବି ହେଉଛି।