ନୂଆଦିଲ୍ଲୀ : ଫିସ୍‌ ବା ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ। ଓମେଗା ୩ ଫ୍ୟାଟି ଏସିଡ୍‌ ଭଳି ଆବଶ୍ୟକୀୟ ମିନେରାଲ୍ସ ପାଇଁ ଅନେକ ସମୟରେ ଆମିଷ ଖାଉଥିବା ଲୋକେ ମାଛ ଖାଆନ୍ତି। କିନ୍ତୁ ଯେବେ ବି ମାର୍କେଟରୁ ମାଛ କିଣୁଛନ୍ତି ତ , କିଛି କଥା ଉପରେ ଧ୍ୟାନ ନିଶ୍ଚୟ ରଖନ୍ତୁ । ନୁହେଁ ତ ଟିକିଏ ବି ଅବହେଳା କାରଣରୁ ଆପଣ ବାସି ମାଛ କିଣି ଘରକୁ ଆଣିବେ। ଆଉ ଘର ଲୋକଙ୍କ ବିରକ୍ତିର ଶିକାର ହେବେ।  ଯଦି ଆପଣ ମାଛ କିଣିବା ସମୟରେ ଠକାମିରେ ପଡ଼ିବାର ଭାବୁଛନ୍ତି ତ , ଶେଫ୍ ଅଜୟ ଚୋପ୍ରାଙ୍କ କହିବାନୁସାରେ , ଏହି ଟିପ୍ସକୁ ଜାଣି ରଖନ୍ତୁ । ଯାହା ସାହାଯ୍ୟରେ ଫ୍ରେଶ୍‌ ବା ତଟକା ମାଛ କିଣିବା ସହଜ ହୋଇଯିବ।

ଦବାଇ ଚେକ୍‌ କରନ୍ତୁ –

ମାଛ କିଣିବା ବେଳେ ଏହାର ସ୍କିନ୍‌କୁ ଆଙ୍ଗୁଠିରେ ଚାପନ୍ତୁ। ଯଦି ମାଛର ସ୍କିନ୍‌ ଦବି ରହିଥାଏ ତ, ଏହା ଅର୍ଥ କି ମାଛିଟି ବାସି। ସେଠାରେ ଯଦି ସ୍କିନ୍‌ ପୁଣି ଉଠି ବାହାରକୁ ଚାଲିଆସେ ତ, ଜାଣିବା ଏହା ତଟକା ମାଛର ସଙ୍କେତ। 

ତଟକା ମାଛକୁ ଆଖିରୁ ଜାଣନ୍ତୁ-

ମାଛ କିଣିବା ସମୟରେ ତାର ଆଖି ଉପରେ ଫୋକସ କରନ୍ତୁ। ଯଦି ମାଛର ଆଖି ଚମକିଲା ହୋଇ ଚିକ୍କଣିଆ ଦେଖାଯାଉଛି ତ ଏହାର ଅର୍ଥ ଯେ ତାହା ତାଜା ମାଛ। ଯଦି ଫିକା , ହଳଦିଆ ଦେଖା ଯାଉଛି ତ, ଏହାର ଅର୍ଥ ମାଛ ପୁରୁଣା ହୋଇ ସାରିଛି। 

ଗାଲି ଉପରେ ଧ୍ୟାନ ଦିଅନ୍ତୁ –

ମାଛ କିଣିବା ବେଳେ ଧ୍ୟାନ ଦିଅନ୍ତୁ ଯେ, ଯେଉଁ ଗାଲି ବା ବେକ ପାଖର ଭାଗ , ଯାହା ପୂରା ଫିଙ୍କ୍‌ ବା ରେଡ୍‌ ଦେଖା ଯିବା ଉଚିତ୍‌। ଯଦି ଏହି ଭାଗ କଳା ,ମେରୁନ୍‌ ବା ଡାର୍କ ଶେଡ୍‌ ଦେଖାଯାଉ ଥିଲେ , ଏହାର ଅର୍ଥ ଯେ ମାଛ ପୁରୁଣା।

ମାଛକୁ ଉଠାଇ ଚେକ୍‌ କରନ୍ତୁ –

ସାଧାରଣତଃ ଦୋକାନୀ ମାଛକୁ ଉଠାଇବାରୁ ଦେଇ ନ ଥାଆନ୍ତି , କିନ୍ତୁ ମାଛକୁ ଉଠାଇବାରେ ସେ ପୁରା ଲଟକି ଯାଏ ବା ଖୁବ୍‌ ଢିଲା ଜଣା ପଡିଲେ ଏହା ବାସି ମାଛ ଭାବେ ଜଣା ପଡ଼ିବ। ତାଜା ମାଛ ଲୁଜ୍‌ ହୋଇ ନଥାଏ ଏବଂ ଏହାକୁ ହାତରେ ଉଠାଇଲେ ଟାଇଟ୍ ଜଣାପଡ଼େ।