ନୂଆଦିଲ୍ଲୀ,୧୪/୦୫: ପଞ୍ଜାବ ଅମୃତସରରେ ମଦ ମୃତ୍ୟୁ ଟ୍ରାଜେଡି । ବିଷାକ୍ତ ମଦ ଉଜାଡି ଦେଲା ପରିବାର । ପଞ୍ଜାବ ଅମୃତସର ଜିଲ୍ଲା ମଜିଠାରେ ବିଷାକ୍ତ ମଦ ପିଇ ପ୍ରାୟ ୨୧ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଶ୍ରମିକ । ପଞ୍ଜାବରେ ମଦ ମୃତ୍ୟୁ ମାମଲା ନୂଆ ନୁହେଁ । ଗତ ୫ ବର୍ଷରେ ପଞ୍ଜାବରେ ବିଷାକ୍ତ ମଦ ପିଇ ୧୭୬ ଜଣଙ୍କର ମୃତ୍ୟୁ ହୋଇଛି । ତଥାପି ସଚେତନତାର ଅଭାବ ରହିଛି । ଏତେ ଘଟଣା ପରେ ବି ଚେତା ପଶୁନାହିଁ ।
ପଞ୍ଜାବ ଅମୃତସର ଜିଲ୍ଲା ମଜିଠାରେ ବିଷାକ୍ତ ମଦ ପିଇ ଗତକାଲି ( ମଙ୍ଗଳବାର) ୨୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଆହୁରି ୧୦ଜଣଙ୍କର ଅବସ୍ଥା ଗୁରୁତର ରହଛି । ଅମୃତସର ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସ୍ଥିତି ଏମିତି କି ଯେ ସେମାନଙ୍କ ମଧ୍ୟରୁ ୪ ଜଣ କଥା କହି ପାରୁନାହାନ୍ତି । ପଞ୍ଜାବରେ ଏପରି ଘଟଣା ପ୍ରଥମ ନୁହେଁ । ୨୦୨୦ରୁ ବିଷାକ୍ତ ମଦ ପିଇ ୧୭୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଛି । ତଥାପି ଲୋକଙ୍କ ମଦ୍ୟରେ ଚେତା ପଶୁନାହିଁ । ୨୦୨୦ ଅଗଷ୍ଟରେ କୋରୋନା ମହାମାରୀ ସମୟରେ ମଦ ଦୋକାନଗୁଡିକ ବନ୍ଦ ଥିଲା । ତଥାପି ପଞ୍ଜାବରେ ମଦ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା । ତରନ ତାରନ, ଅମୃତସର ଓ ବାତାଳରେ ୧୩୫ ଜଣଙ୍କର ମୃତ୍ୟୁ ହୋଇଥିଲା ।
ମଜିଠା ମଦ ମୃତ୍ୟୁ ମାମଲା ପରେ ମୁଖ୍ୟମନ୍ତ୍ରୀ ଭଗୱାନ୍ତ ମାନ୍ ଘଟଣାସ୍ଥଳ ଗସ୍ତ କରିଥିଲେ । ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହୟତା ଘୋଷଣା କରିବାକୁ ଘୋଷଣା କରିଥିଲେ । ଦୋଷୀକୁ କଡ଼ା ଦଣ୍ଡ ଦିଆଯିବ ବୋଲି କହିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେଠାରେ ଦୀର୍ଘ ଦିନ ହେବ ନକଲି ମଦ କାରବାର ଚାଲିଥିଲା । ହେଲେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ହୁଏତ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ଅକାଳରେ ଏତେ ଜୀବନ ଦୀପ ଲିଭି ନଥାନ୍ତା ।