ଟାଙ୍ଗି,୨୪।୮ : ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଥାନା ଅଧିନସ୍ଥ  ଛଣଗିରି ଗ୍ରାମରେ  ଥିବା ସାଇ ସୋନୁ ଅଳଙ୍କାର ଦୋକାନରୁ ଲୁଟ  । ବୋମାମାଡ ସହ ଫାୟାରିଂ କରି ଦୁର୍ବୃତ୍ତମାନେ ସୁନା  ଓ ରୂପା ଗହଣା ସମେତ ଦୋକାନରେ ଥିବା ସମସ୍ତ ଟଙ୍କା ଲୁଟି ନେଇଛନ୍ତି। ଘଟଣା ସ୍ଥଳରେ ଜଙ୍କିଆ ପୋଲିସ ପକ୍ଷରୁ ତନାଘନା ଆରମ୍ଭ କରାଯାଇଛି । 

 ୩ ଟି ବାଇକରେ ୬ ଜଣ  ଡ଼କାୟତ ଛଣଗିରି ଗ୍ରାମରେ  ଥିବା ସାଇ ସୋନୁ ଅଳଙ୍କାର ଦୋକାନ ସାମ୍ନାରେ ପହଞ୍ଚି ବୋମାମାଡ କରି ଭୟର ବାତାବରଣ ସୃଷ୍ଟି କରିଥିଲେ । ପରେ ସୁନା ଅଳଙ୍କାର ଦୋକାନ ମଧ୍ୟରେ ପଶି ଫାୟାରିଂ କରିଥିଲେ। ଦୋକାନ ମଧ୍ୟରୁ ସବୁ ସୁନା ଅଳଙ୍କାର ସହିତ ଟଙ୍କା  ନେଇ ଡ଼କାୟତମାନେ ଚମ୍ପଟ ମାରିଥିଲେ । ଦୋକାନ ସାମ୍ନାରେ ବୋମାମାଡ ବେଳେ ଜଣେ ସାଧାରଣ ଜନତା ଏଥିରେ ଆହତ ହୋଇଛନ୍ତି ।  ଘଟଣା ସ୍ଥଳରୁ ୨ ଟି ଖୋକା ଜବତ କରିଛି ଜଙ୍କିଆ ପୋଲିସ । ଦୋକାନରେ କେତେ ଟଙ୍କାର ସୁନା ଅଳଙ୍କାର ଥିଲା ଏବଂ କେତେ ଟଙ୍କାର ସୁନା ଅଳଙ୍କାର ଲୁଟପାଟ ହୋଇଛି , କେତେ ନଗଦ ଟଙ୍କା ଲୁଟ୍ ହୋଇଛି ତାହାର ଆକଳନ କରାଯାଉଛି । ଦୁର୍ବୃତ୍ତମାନେ ଲୁଟ୍ ବେଳେ ସମସ୍ତେ ହେଲମେଣ୍ଟ ପିନ୍ଧିଥିଲେ ।  ସିସିଟିଭି  ଯାଞ୍ଚ କରି ପୁଲିସ ତଦନ୍ତ କରୁଛି।