ପ୍ରମୂଖ ଖବର
  • ଅବସର ପରେ କରିପାରିବେ ଶିକ୍ଷକତା, ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
  • ||
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ଗୋଟିଏ ବ୍ୟାଗ ପାଇଁ ଦିଲ୍ଲୀ ରେଳ ଷ୍ଟେସନ ୧୮ଜଣଙ୍କ ଜୀବନ ଯାଇଥିଲା, ଦଳାଚକଟା ନେଇ ସଂସଦରେ ସରକାରଙ୍କ ରିପୋର୍ଟ

Published By : Ankita S | August 2, 2025 9:36 AM

ନୂଆଦିଲ୍ଲୀ,୦୨/୦୮: ଚଳିତ ବର୍ଷ ଫେବୃଆରୀ ୧୫ ତାରିଖରେ ଦିଲ୍ଲୀ ରେଳ ଷ୍ଟେସନ୍‌ରେ ଦଳାଟକଟା ହୋଇଥିଲା । ଏଥିରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲେ । ଯେଉଁଥିରେ ୧୧ ଜଣ ମହିଳା ୪ ଜଣ ଶିଶୁ ଥିଲେ । ପ୍ରୟାଗରାଜରେ ମହାକୁମ୍ଭ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହାକୁ ସଂସଦରେ ପଚରାଯାଇଥିବା ଏକ ପ୍ରଶ୍ନରେ ଉତ୍ତର ରଖିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ କହିଛନ୍ତି ଜଣେ ଯାତ୍ରୀଙ୍କ ମୁଣ୍ଡରୁ ବ୍ୟାଗ ଖସି ପଡିବାରୁ ଦୁର୍ଘଟଣା ହୋଇଛି । ଯେଉଁଥିରେ ୧୮ ଜଣଙ୍କର ଜୀବନ ଯାଇଥିଲା ।

ସମାଜବାଦୀ ପାର୍ଟି ସାଂସଦ ରାମଜୀ ଲାଲ ସୁମନଙ୍କ ପ୍ରଶ୍ନର ଲିଖିତ ଜାବବରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି କି, ଫେବୃଆରୀ ୧୫ରେ ଦିଲ୍ଲୀ ରେଳ ଷ୍ଟେସନ୍‌ରେ ଏକ ଦୁଃଖଦ ଘଟଣା ଘଟିଥିଲା । କୁମ୍ଭମେଳା ଯିବାକୁ ଯାତ୍ରୀ ଅପେକ୍ଷା କରିଥିଲେ । ଏହି ସମୟରେ ଦଳଚକଟା ହୋଇ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଆହତ ହୋଇଥିଲେ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତରେ ଏହା ଜଣାପଡିଛି କି, ଜଣେ ଯାତ୍ରୀଙ୍କ ମୁଣ୍ଡରୁ ବ୍ୟାଗ ଖସିପଡିବା ପରେ ଦଳଚକଟାର ପ୍ରାଥମ୍ଭିକ କାରଣ ହୋଇଥିଲା ।

ଫେବୃଆରୀ ୧୫ରେ ୩ରେ କିପରି ହେଲା ଦୁର୍ଘଟଣା- ପ୍ରୟାଗରାଜ ଯିବାକୁ ଥିବା ଟ୍ରେନ୍ ପାଇଁ ଷ୍ଟେସନ୍‌ରେ ହଜାର ହାଜର ଲୋକ ଅପେକ୍ଷା କରି ରହିଥିଲେ । ରାତି ପ୍ରାୟ ୯ଟା ୧୫ ମିନିଟ୍ । ପ୍ଲାଟଫର୍ମ ନମ୍ବର ୧୪-୧୫କୁ ଯୋଡୁଥିବା ସିଢିରେ ଦଳାଚକଟା ହୋଇଥିଲା । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ଦୁର୍ଘଟଣାକୁ ନେଇ ପଚରାଯାଇଥିବା ପ୍ରଶ୍ନରେ କହିଛନ୍ତି, ଜଣେ ଯାତ୍ରୀଙ୍କ ମୁଣ୍ଡରୁ ତାଙ୍କ ବ୍ୟାଗ ଖସି ପଡିଥିଲା । ଏହାପରେ ସେଠାରେ ଥିଲା ଯାତ୍ରୀ ତଳେ ପଡିଯାଇଥିଲେ । ଫୁଟଓଭର ବ୍ରିଜ୍ ୩ରେ ଏହି ଦୁର୍ଘଟଣା ହୋଇଥିଲା । ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ଯାତ୍ରୀଙ୍କ ମୃତ୍ୟୁ ଟ୍ରମାଟିକ୍ ଏକ୍ଫିକ୍ସିୟା ବା ନିଶ୍ୱାସ ନେଇ ନପାରିବାରୁ ହୋଇଥିଲା  । 


କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ୨୦୧୭ ମୁମ୍ବାଇ ଅଘଟଣ ପରେ ଏହା ବଡ଼ ଦୁର୍ଘଟଣା ଥିଲା । ଆଗକୁ ଯେପରି ଏପରି ଦୁର୍ଘଟଣା ନ ହେବ ସେ ନେଇ ସମସ୍ତ ସୁରକ୍ଷା ଉପରେ ଧ୍ୟାନ ଦିଆଯାଉଛି । ଷ୍ଟେସନ୍ ବାହାରେ ସ୍ଥାୟୀ ହୋଲ୍ଡିଂ ଏରିଆ କରାଯାଇଛି । ଯାତ୍ରୀଙ୍କୁ ସେବେ ପ୍ଲାଟଫର୍ମ ଯିବାକୁ ଅନୁମତି ମିଳିବ ଯେବେ ଟ୍ରେନ୍ ଆସିବ । ଯାହା ଫଳରେ ଭିଡ଼ କମ୍ ରହିବ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.