ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଚନ୍ଦ୍ରପୃଷ୍ଠରେ ପାଣି ଖୋଜିବ ନାସା, ପଠାଗଲା ଲୁନାର ଟ୍ରେଲ୍‌ବ୍ଲେଜର ଅର୍‌ବିଟର

Published By : Swapna Ray | February 27, 2025 2:49 PM

ନୂଆଦିଲ୍ଲୀ, ୨୭।୨: ଆମେରିକା ମହାକାଶ ବିଜ୍ଞାନ ଗବେଷଣା କେନ୍ଦ୍ରର ନୂଆ ପରୀକ୍ଷଣ । ଚନ୍ଦ୍ର ପୃଷ୍ଟରେ ପାଣି ଖୋଜିବ ନାସାର ସାଟେଲାଇଟ୍ । ଏହି ସାଟେଲାଇଟ୍‌ର ନାଁ ଲୁନାର ଟ୍ରେଲ୍‌ବ୍ଲେଜର ଅର୍‌ବିଟର । ଚନ୍ଦ୍ରରେ ପାଣିର ସନ୍ଧାନ ମିଳିଲେ, ମହାକାଶ ବିଜ୍ଞାନ କ୍ଷେତ୍ରରେ ଏହା ଏକ ଅଦ୍ଭୁତପୂର୍ବ ସଫଳତା । ଅଧିକ ପରୀକ୍ଷଣ ପାଇଁ ଚନ୍ଦ୍ରକୁ ଯିବେ ମହାକାଶ ବିଜ୍ଞାନୀ ।

ଚନ୍ଦ୍ରପୃଷ୍ଠରେ ପାଣି ଖୋଜିବ ନାସା । ଜହ୍ନରେ ପାଣିର ସନ୍ଧାନ ପାଇଁ ନାସା ଏକ ସ୍ବତନ୍ତ୍ର ଉପଗ୍ରହ ପଠାଇଛି । ଏନେଇ ବୁଧବାର ଏକ ସାଟେଲାଇଟ୍ ଉତ୍‌କ୍ଷେପଣ କରିଛି ଆମେରିକା ମହାକାଶ ବିଜ୍ଞାନ ଗବେଶଣା କେନ୍ଦ୍ର । ସ୍ପେଶ୍ ଏକ୍ସ ଫାଲକନ୍‌ ନାଇନ୍ ରକେଟ୍ ସାହାଯ୍ୟରେ ଏହି ସାଟେଲାଇଟ୍‌କୁ ଫ୍ଲୋରିଡ଼ାରୁ ୨୬ ତାରିଖରେ ମହାକାଶକୁ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଛି । ଏହି ସାଟେଲାଇଟ୍‌ର ନାଁ ଲୁନାର ଟ୍ରେଲ୍‌ବ୍ଲେଜର ଅର୍‌ବିଟର । ୨୦୦ କିଲୋ ଓଜନର ଏହି ସାଟେଲାଇଟ୍‌ର ଲମ୍ବ ୧୧.୫ ଫୁଟ୍ । ଏହି ସାଟେଲାଇଟ୍ ଚନ୍ଦ୍ର ପୃଷ୍ଠରେ ପାଣିର ସନ୍ଧାନ କରିବ । ଚନ୍ଦ୍ରପୃଷ୍ଠ ସବୁବେଳେ ଶୁଷ୍କ ବୋଲି ଧାରଣା ରହିଛି । ହେଲେ ନିକଟ ଅତୀତରେ ଅନେକ ଗବେଷଣାରେ ଚନ୍ଦ୍ରମାରେ ପାଣି ଥିବା ଅନୁମାନ କରାଯାଉଛି । ଲୁନାର ପୋଲ୍‌ରେ ଗରମ ‌ସୂର୍ଯ୍ୟକିରଣ ପଡ଼ୁଥିବା ସ୍ଥାନରେ ପାଣି ଥିବାର ଅନୁମାନ କରାଯାଉଛି ।‌ ଏହି ସ୍ଥାନରେ ବରଫ ଆକାରରେ ଜଳ ଥିବା ସମ୍ଭାବନା ରହିଛି । ଆଗାମୀ ଦିନର ମହାକାଶ ବିଜ୍ଞାନ କ୍ଷେତ୍ରରେ ଅଧିକ ପରୀକ୍ଷଣ ପାଇଁ ଚନ୍ଦ୍ରକୁ ମହାକାଶ ବିଜ୍ଞାନୀଙ୍କୁ ପଠାଇବାକୁ ଚିନ୍ତା କରାଯାଉଛି । ଏଥିପାଇଁ ଚନ୍ଦ୍ରରେ ପାଣି ଖୋଜିବା ଏକ ଗୁରୁତ୍ବପୂର୍ଣ୍ଣ ମିଶନ । ଯଦି ଜହ୍ନରେ ପାଣି ମିଳିଯାଏ, ଏହା ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ଅଦ୍ଭୁତପୂର୍ବ ସଫଳତା ହେବ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.