ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଗୁଗୁଲ ମ୍ୟାପରେ ରାସ୍ତା ଦେଖି ସମସ୍ୟାରେ ପଡିଲେ ମଧ୍ୟପ୍ରଦେଶ ବିଧାୟକ, ଜାତୀୟ ରାଜପଥରେ ଘୁରି ବୁଲିଲେ

Published By : Suraj Kumar | July 6, 2025 9:09 PM

କଟକ, ୬। ୭(ବ୍ୟୁରୋ): ଗୁଗୁଲ ମ୍ୟାପରେ  ରାସ୍ତା ଦେଖିବା ମହଙ୍ଗା ପଡିଲା ।  ଜାତୀୟ ରାଜପଥରେ ଘୁରି ବୁଲିଲେ  ମଧ୍ୟପ୍ରଦେଶ ବିଧାୟକ । ପୁରୀରେ ବିଶ୍ୱ ପ୍ରସିଦ୍ଧ ବାହୁଡା ଯାତ୍ରା ଦେଖି ଗୁଗୁଲ ମ୍ୟାପରେ ରାସ୍ତା ଦେଖି ଘରକୁ ଫେରୁଥିବା ବେଳେ ସମସ୍ୟାର  ସମ୍ମୁଖୀନ ହୋଇଛନ୍ତି  ମଧ୍ୟପ୍ରଦେଶ ବିଧାୟକ।  ଠିକ ଭାବେ ରାସ୍ତା ଜାଣି ନ ପାରି ଏଣେ ତେଣେ ଘୁରି ବୁଲିଥିଲେ ବିଧାୟକ। ପରେ ପୁଲିସ ସହାୟତାରେ ଠିକ୍ ରାସ୍ତାରେ ଯାଇଥିଲେ।

ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ଦେଖିବା ପାଇଁ ମଧ୍ୟ ପ୍ରଦେଶର କିଛି ବିଧାୟକ ଆସିଥିଲେ। ବାହୁଡା଼ରେ ତିନି ଠାକୁରଙ୍କ ରଥ ଟାଣି ପୁରୀରେ   ସେମାନେ ବିଶ୍ରାମ ନେଇ ରବିବାର ସକାଳେ ହୋଟେଲରୁ ଘର ଅଭିମୁଖେ ବାହାରି ଥିଲେ। ତେବେ ଗୁଗୁଲ ମ୍ୟାପ ଲୋକେସନର ସହାୟତା ନେଇ ସବା ଆଗରେ ଦିଲ୍ଲୀ ନମ୍ବର ରେଜିଷ୍ଟ୍ରେସନ ଥିବା ଜଣେ ବିଧାୟକଙ୍କ ଗାଡି ଗଡୁଥିବା ବେଳେ ପଛକୁ ମଧ୍ୟ ପ୍ରଦେଶ ନମ୍ବର ରେଜିଷ୍ଟ୍ରେସନ ଥିବା ଦୁଇ ଜଣ ବିଧାୟକଙ୍କ ଗାଡି  ପଛରେ ଥିଲା। ଗାଡି ଭୁବନେଶ୍ୱର ଦେଇ ଛତିଶଗଡ଼ ଅଭିମୁଖେ ଯିବା ପାଇଁ ଯୋଜନା ଥିଲେ ହେଁ ଡ୍ରାଇଭର ଗୁଗୁଲ ଲୋକେସନକୁ ଅନୁସରଣ କରି ପୁରୀ ବାଇପାସ ରାସ୍ତାରେ ଆସି କଟକ ଫୁଲନଖରା ରାସ୍ତାରେ ପହଁଞ୍ଚିଥିଲେ। ବିଧାୟକ ବାଟ ବାଉଳା ହୋଇଥିବାର ଜାଣିଲା ବେଳକୁ ଗାଡି ଆସି ଏନଏଚରେ ବାଲିକୁଦା ଛକରେ ପହଞ୍ଚି ସାରିଥିଲା।  

ଆଗରେ ଗଡୁଥିବା ଗାଡି ବାଉଳା ହୋଇ ଦିଗ ପରିବର୍ତ୍ତନ କରିବା ମଧ୍ୟରେ ପଛରେ ଆସୁଥିବା ଅନ୍ୟ ଦୁଇ ବିଧାୟକଙ୍କ କାର ଦ୍ୱୟ ଭୁବନେଶ୍ୱର ଅଧା ରାସ୍ତାରେ ଅଟକି ଏପଟ ସେପଟ ହୋଇ କିଏ କୁଆଡେ ବୁଲିଥିଲେ। ପଛରେ ଆସୁଥିବା ସମ୍ପୃକ୍ତ ବିଧାୟକଙ୍କ ଗାଡି ଭୁବନେଶ୍ୱର ନନ୍ଦନ କାନନ ଓ ବାରଙ୍ଗ ରାସ୍ତାରେ ବୁଲିବୁଲି ନିରାଶ ହୋଇ ଶେଷରେ ପୁଲିସର ସହାୟତା ନେଇଥିଲେ। ପୁଲିସକୁ ବାଟ ପଚାରି ବିଧାୟକ ଦ୍ୱୟଙ୍କ କାର ବାଲିକୁଦା ଏନଏଚ ଟ୍ରାଫିକ ଛକରେ ପହଁଚିବା ପରେ ସେମାନେ ପ୍ରଥମ ଗାଡିକୁ ଧରିଥିଲେ। ସକାଳୁ ଅପରାହ୍ନ ୩ଟା ଯାଏ କଟକରୁ ଭୁବନେଶ୍ୱର ରାସ୍ତାରେ ମଧ୍ୟପ୍ରଦେଶର ପ୍ରାୟ ତିନି ଜଣ ବିଧାୟକ ଘୁରି ବୁଲିବା ପରେ ସେମାନଙ୍କ ପିଏସଓମାନେ ବାଲିକୁଦା ଟ୍ରାଫିକ ଛକରେ ଡ୍ୟୁଟିରେ ଥିବା ଟ୍ରାଫିକ ପୁଲିସର ସହାୟତା ନେଇ ମଧ୍ୟପ୍ରଦେଶ ଅଭିମୁଖେ ଯାଇଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.