ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଯୁଦ୍ଧ ପରେ ଜନ୍ମ ହେଉଛନ୍ତି ଅଧିକ ପୁଅ : ଇଶ୍ବରୀୟ ଶକ୍ତି ନା ଅନ୍ୟ କିଛି, ‘ରିଟର୍ଣ୍ଣିଂ ସୋଲଜର ଇଫେକ୍ଟ’ କୁ ନେଇ ବଢିଲା ଚର୍ଚ୍ଚା

Published By : Harapriya Biswal | October 3, 2024 6:43 PM

ନୂଆଦିଲ୍ଲୀ,୩।୧୦: ଯୁଦ୍ଧ ପରେ ଜନ୍ମ ନେଉଛନ୍ତି ଅଧିକ ପୁତ୍ର ସନ୍ତାନ । ଏହି ଧାରାକୁ ବୈଜ୍ଞାନିକମାନେ ' ରିଟର୍ଣ୍ଣିଂ ସୋଲଜର ଇଫେକ୍ଟ ବା  ଫେରନ୍ତା ସୈନିକଙ୍କ ପ୍ରଭାବ' ବୋଲି କହିଛନ୍ତି। ଏହା ଏକ ରହସ୍ୟମୟୀ ଘଟଣା,ଯାହାକି ବୈଜ୍ଞାନିକ ଓ ସମାଜଶାସ୍ତ୍ରୀଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଛି। ଏହି ଅନୁଧ୍ୟାନ ବର୍ଷେ କି ଦୁଇ ବର୍ଷର ନୁହେଁ, ବରଂ ୬୦-୭୦ ବର୍ଷର ଆକଳନ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୧୯୫୪ ମସିହାରେ ଏହା ପ୍ରଥମ କରି ଜଣାପଡ଼ିଥିଲା। ଏହି ସମୟରେ ଆମେରିକାରେ ଅଧିକ ପୁତ୍ର ସନ୍ତାନ ଜନ୍ମ ନେଇଥିବା ବୈଜ୍ଞାନିକମାନେ ଲକ୍ଷ୍ୟ କରିଥିଲେ। ସେବେଠାରୁ ଯେଉଁ ଦେଶ ଯୁଦ୍ଧର ସାମ୍ନା କରୁଛି, ସେଠାରେ ଅଧିକ ପୁଅ ଜନ୍ମ ହେଉଛନ୍ତି। ଏପରି କାହିଁକି ଏବଂ କିପରି ହେଉଛି, ସେ ବାବଦରେ ଏପର୍ଯ୍ୟନ୍ତ ଗ୍ରହଣୀୟ ତଥ୍ୟ ବୈଜ୍ଞାନିକମାନେ ଉପସ୍ଥାପନ କରିପାରିନାହାନ୍ତି। ତେବେ ରିପୋର୍ଟ ଅନୁସାରେ, ଲିଙ୍ଗ ଅନୁପାତରେ ସର୍ବଦା ପୁରୁଷଙ୍କ ଅନୁପାତ ଅଧିକ ଥାଏ।ପ୍ରତି ବର୍ଷ ୧୦୫ ପୁଅରେ ୧୦୦ ଝିଅ ହାରରେ ଜନ୍ମ ନିଅନ୍ତି। କିନ୍ତୁ ଯୁଦ୍ଧ ପରେ ବର୍ଷ ଗୁଡିକରେ ଏହି ଅନୁମାନ ପ୍ରାୟ ୧୧୦ କିମ୍ବା ଏହାଠାରୁ ଅଧିକ ଥିଲା। 

ପ୍ରଥମ ବିଶ୍ୱଯୁଦ୍ଧ ପରେ ୧୯୨୦ରେ ସୈନିକମାନେ ରେକର୍ଡ ସଂଖ୍ୟକ ୧୧ ଲକ୍ଷ ପିଲା ଜନ୍ମ କରିଛନ୍ତି, ଯାହା ଶତାବ୍ଦୀର ସବୁଠୁ ଅଧିକ। ଏହା କେବଳ ବ୍ରିଟେନ କିମ୍ବା ୱେଲ୍ସରେ ନୁହେଁ, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରିଆ, ବେଲଜିୟମ, ଡେନମାର୍କ, ଏବଂ ନେଦରଲ୍ୟାଣ୍ଡ ଭଳି ଦେଶରେ ମଧ୍ୟ ଏପରି ପରିବର୍ତ୍ତନ  ହୋଇଛି। ଏହାପରେ ବିଶ୍ୱଯୁଦ୍ଧର ପରବର୍ତ୍ତୀ ବର୍ଷରେ ପୁଅଙ୍କ ତୁଳନାରେ ଝିଅଙ୍କ ଅନୁପାତ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି।

ଏହି ଘଟଣା କେବଳ ବିଂଶ ଶତାବ୍ଦୀର ନୁହେଁ, ୧୭୦୦ ଦଶକରେ ପାଷ୍ଟର  ଜେପି ସୁସମିଲ୍ଚ ୧୭୦୦ ଦଶକ ପର୍ଯ୍ୟନ୍ତ ଏହି ଧାରାକୁ ଲକ୍ଷ୍ୟ କରିଥିବା କୁହାଯାଏ। ସେ ପ୍ୟାରିସ ରେଜିଷ୍ଟରରୁ ଜାଣିବାକୁ ପାଇଛନ୍ତି ଯେ, ଯୁଦ୍ଧ ସମୟରେ ଝିଅମାନଙ୍କ ତୁଳନାରେ ଅଧିକ ପୁଅ ଜନ୍ମ ହୁଅନ୍ତି। ସେ ଏହାକୁ ‘ଐଶ୍ୱରୀୟ ଶକ୍ତି’ ବୋଲି କହନ୍ତି। ଯୁଦ୍ଧରେ ସୈନିକମାନଙ୍କ ମୃତ୍ୟୁ ପରେ ଭଗବାନ ପୁଅ ଏବଂ ଝିଅ ଅନୁପାତକୁ ସମତୁଲ କରିବା ପାଇଁ ଏପରି କରୁଥିବା ସେ ବିଶ୍ୱାସ କରନ୍ତି। କିନ୍ତୁ ତାଙ୍କର ଏହି ଥିଓରୀ ଉପରେ କୌଣସି ବୈଜ୍ଞାନିକ ପରୀକ୍ଷଣ କରାଯାଇନାହିଁ। 

ଆଉ ଏକ ସିଦ୍ଧାନ୍ତ, ଯାହାକୁ ପରିସଂଖ୍ୟାନବିତ୍ ବିଲ୍ ଜେମ୍ସ ଉପସ୍ଥାପନ କରିଛନ୍ତି, ଯାହା ମହିଳାଙ୍କ ଋତୁସ୍ରାବ ଚକ୍ର ଏବଂ ଗର୍ଭଧାରଣ ପ୍ରକ୍ରିୟାକୁ ଦର୍ଶାଉଛି। ତାଙ୍କ କହିବା ଅନୁଯାୟୀ, ଯଦି କୌଣସି ମହିଳା ମାସିକ ଚକ୍ରର ପ୍ରାରମ୍ଭିକ ଦିନରେ ଗର୍ଭବତୀ ହୁଅନ୍ତି, ତେବେ ତାଙ୍କର ପୁତ୍ର ସନ୍ତାନ ଜନ୍ମ ନେବାର ସମ୍ଭାବନା ଅଧିକ। ସୈନିକମାନେ ଯୁଦ୍ଧକ୍ଷେତ୍ରରୁ ଫେରିବା ପରେ ଶାରୀରିକ ସମ୍ପର୍କ ରଖନ୍ତି, ଯାହା ପ୍ରାୟ ମହିଳାଙ୍କ ଋତୁସ୍ରାବ ଅବଧି ମଧ୍ୟରେ ହୋଇଥାଏ। ଏହା ଅଧିକ ପୁତ୍ର ସନ୍ତାନ ଜନ୍ମ ନେବା ପଛରେ ଏକ ସଂଯୋଗ ବୋଲି ସେ କହିଛନ୍ତି। ‘ରିଟର୍ଣ୍ଣିଂ ସୋଲଜର ଇଫେକ୍ଟ’ ବୈଜ୍ଞାନିକ, ସମାଜଶାସ୍ତ୍ରୀ ଓ ଐତିହାସିକଙ୍କୁ ଆକର୍ଷିତ କରିଛି। ଯଦିଓ ଏହା ଐତିହାସିକ  ତଥ୍ୟା ଆଧାରରେ ପ୍ରମାଣିତ ହୋଇଛି, ତେବେ ଏହା ପଛର କାରଣ ଏବେ ବି ଗବେଷଣା ଓ ବିତର୍କର କାରଣ ପାଲଟିଛି।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.