ରାଉରକେଲା, ୩।୧୧ : ପୁଣି କୋଏଲ ନଦୀରେ ଦୁର୍ଘଟଣା। ଗାଧୋଇବା ବେଳେ କୋଏଲ ନଦୀରେ ବୁଡିଗଲେ ୨ ନାବାଳକ। ସେମାନଙ୍କ ମଧ୍ୟରୁ ଜଣକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ରହିଛି।  ନିଖୋଜ ନାବାଳକ ଜଣକ ହେଲେ ପ୍ରତୀକ ବଡାଇକ । ଇସ୍ପାତ ଇଂଲିଶ  ମିଡିୟମ ସ୍କୁଲର ସେ  ପଞ୍ଚମ ଶ୍ରେଣୀ ଛାତ୍ର ।

ରବିବାର ଅପରାହ୍ନରେ ୪ ସାଙ୍ଗ ମିଶି କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ଦୁଇ ସାଙ୍ଗ ବୁଡ଼ି ଯାଇଥିଲେ। ଏହା  ଦେଖି ସ୍ଥାନୀୟ ଲୋକେ ଜଣକୁ ଉଦ୍ଧାର କରିଥିଲେ । ପ୍ରତୀକ ନିଖୋଜ ହୋଇଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍  ପହଞ୍ଚି  ନଦୀରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। 

ନିଖୋଜ ପ୍ରତୀକଙ୍କ ପରିବାରଙ୍କ  କହିବା ଅନୁଯାୟୀ ପୁଅ ଘରୁ ଆସିବା ସମୟରେ କହିଥିଲା ଯେ ସାଙ୍ଗ ମାନେ ସାଥୀ ହୋଇ ଆଜି ଆମେ ଏକ ନୂଆ ଜାଗାକୁ ଯାଉଛୁ ।