ଭୁବନେଶ୍ବର,୨୧।୫ :  ସ୍ଥଗିତ ହେଲା ତ୍ରି- ସ୍ତରୀୟ ପଞ୍ଚାୟତ ଉପ ନିର୍ବାଚନ। ସଅଳ ମୌସୁମୀ ଦେଖି ଉପନିର୍ବାଚନ ସ୍ଥଗିତ ରଖାଯାଇଛି। ୧୧୩୧ ପଦବୀ ପାଇଁ ଆସନ୍ତା ଜୁନ ୨୩ରେ ଉପନିର୍ବାଚନ ହୋଇଥାନ୍ତା। 

୧୦୪୩ ୱାର୍ଡ ମେମ୍ବର, ୪୦ସମିତି ସଭ୍ୟ, ୪୩ସରପଞ୍ଚ  ଏବଂ ୫ ଟି ଜିଲ୍ଲା ପରିଷଦ ଉପ ନିର୍ବାଚନ ପାଇଁ ନୋଟିଫିକେସନ ହୋଇଥିଲା।  ସମୁଦାୟ ୧୧୩୧ ପଦବୀ ରହିଛି। ଜିଲ୍ଲା ଅଧିକାରୀ ଓ ଆଶାୟୀ ପ୍ରାର୍ଥୀମାନେ ମୌସୁମୀ ବର୍ଷା ପାଇଁ ତାରିଖ ପରିବର୍ତ୍ତନ ପାଇଁ ଜଣାଇଥିଲେ। ଏ ପାଇଁ ମଧ୍ୟ IMD କୁ ରିପୋର୍ଟ ମଗାଯାଇଥିଲା। ଉପନିର୍ବାଚନ ପାଇଁ ହୋଇଥିବା ନୋଟିସକୁ ସ୍ଥଗିତ ରଖାଯାଇଛି।  ପରବର୍ତ୍ତୀ ସମୟରେ  ତାରିଖ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ କୁମାର ଦାସ କହିଛନ୍ତି।