ପ୍ରମୂଖ ଖବର
  • କଟକ : ନିଆଁ ଲାଗି ଜଳିଗଲା ୩ ବଖରା ଘର, କାରଣ ଅସ୍ପଷ୍ଟ
  • ||
  • କାଠଯୋଡି ନଦୀରେ ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡ଼ି ନାବାଳକ ମୃତ
  • ||
  • ଭଞ୍ଜନଗର : ବ୍ରାହ୍ମଣପଦର ଗ୍ରାମରେ ହତ୍ୟାକାଣ୍ଡ, ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • ବେଗୁନିଆପଡ଼ା : ପୂର୍ବ ଶତ୍ରୁତାରୁ ୨ ଭାଇଙ୍କୁ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଭାରସାମ୍ୟ ହରାଇ ଦଳବୋଝେଇ ଖାଲକୁ ଖସିଲା ଟ୍ୟାଙ୍କର୍‌, ଡ୍ରାଇଭର ମୃତ
  • ||
  • ତଣ୍ଡିକେରା ଛକରୁ ଦୁଇ ସନ୍ଦିଗ୍ଧଙ୍କୁ ଉଠାଇନେଲା ଚନ୍ଦନପୁର ପୁଲିସ, ଚାଲିଛି ପରିଚୟ ଖୋଜା
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ- ଇଣ୍ଡିଆନ୍ ମଧ୍ୟ ହେବ କଡ଼ା ଟକ୍କର, ନଜରରେ ପନ୍ତ, ରୋହିତଙ୍କ ବ୍ୟାଟିଂ
  • ||
  • ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠିକଣା, ୟୁନିଟ୍‌-୨ କ୍ୟାପିଟାଲ ନର୍ସରୀ ପାଖକୁ ଉଠିଯିବ
  • ||
  • ଯାଜପୁରରେ ଚାଞ୍ଚଲ୍ୟ, କର୍ମଜୀବୀ ମହିଳାଙ୍କୁ ହାତ ମୁହଁ ବାନ୍ଧି ଗଣଦୁଷ୍କର୍ମ ଅଭିଯୋଗ
  • ||
  • ଦିନିକିଆ ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିବେ
  • ||
  • ମୟୂରଭଞ୍ଜ : ଦୋକାନୀଙ୍କୁ ଠେଙ୍ଗାରେ ପିଟି ସୁନା ବ୍ୟାଗ୍‌ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ଭଦ୍ରକ : ଗୋରୁ ବୋଝେଇ ପିକଅପ୍‌ ଗାଡ଼ି ଦୁର୍ଘଟଣା ଗ୍ରସ୍ତ: ୩ ଗୋରୁ ମୃତ, ଡ୍ରାଇଭର ଗୁରୁତର
  • ||
  • ରବିବାରଠୁ ତାତିରେ ବିରତି: ୨ ତାରିଖ ଯାଏ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ପବିତ୍ର ରାମନବମୀ; ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି - ପ୍ରଧାନମନ୍ତ୍ରୀ

Published By : Ankita S | April 6, 2025 11:10 AM

ନୂଆଦିଲ୍ଲୀ,୦୬/୦୪: ପବିତ୍ର ଶ୍ରୀରାମ ନବମୀ ଅବସରରେ ଉତ୍ସବ ମୁଖର ଦିଲ୍ଲୀରୁ ପଲ୍ଲୀ । ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କୁ ଦର୍ଶନ କରି ସାନିଧ୍ୟ୍ୟ ସାଉଁଟିଛନ୍ତି ଶ୍ରଦ୍ଧାଳୁ । ରାମଧ୍ୱନୀରେ କମ୍ପୁଛି ଗଗନ ପବନ । ରାମଜନ୍ମ ଭୂମି ଅଯୋଧ୍ୟାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଶ୍ରୀରାମ ନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସୋସିଆଲ ମଡ଼ିଆ ଏକ୍ସରେ ରାମ ନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି କହିଛନ୍ତି, '' ଏହି ଉତ୍ସବ ଧର୍ମ, ନ୍ୟାୟ ଏବଂ କର୍ତ୍ତବ୍ୟପରାୟଣତା ହେବାକୁ ସନ୍ଦେଶ ଦେଇଥାଏ । ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ ମାନବ ଜାତି ପାଇଁ ତ୍ୟାଗ, ପ୍ରତିଶ୍ରୁତିବଦ୍ଧ ଏବଂ ଶୌର୍ଯ୍ୟର ଆଦର୍ଶ ପ୍ରସ୍ତୁତ କରିଛନ୍ତି । ତାଙ୍କର ସୁଶାସନ ଅର୍ଥାତ ରାମରାଜ୍ୟର ଅବଧାରଣକୁ ଆଦର୍ଶ ଭାବେ ଗଣନା କରାଯାଏ । ଏହି ଶୁଭ ଅବସରରେ ଦେଶବାସୀ ବିକଶିତ ଭାରତ ନିର୍ମାଣ ପାଇଁ ଏକଜୁଟ୍ ହୋଇ କାର୍ଯ୍ୟ କରିବାକୁ ସଂକଳ୍ପ ନିଅନ୍ତୁ ।''

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମନବମୀ ଶୁଭେଚ୍ଛା ଜଣାଇ କହିଛନ୍ତି, '' ସମସ୍ତ ଦେଶବାସୀଙ୍କୁ ରାମ ନବମୀ ଅବସରରେ ଶୁଭକାମନା । ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବର ଏହି ପବିତ୍ର ଅବସର ତୁମ ସମସ୍ତଙ୍କ ଜୀବନରେ ନୂଆ ଚେତନା ଏବଂ ନୂଆ ଉତ୍ସାହ ଆଣୁ । ଯାହା ଶସକ୍ତ, ସମୃଦ୍ଧ ଏବଂ ସମର୍ଥ ଭାରତର ସଂକଳ୍ପକୁ ନିରନ୍ତର ନୂଆ ଉର୍ଜା ପ୍ରଦାନ କରୁ ।''

ଅଧିକ ପଢ଼ନ୍ତୁ...ପବିତ୍ର ଶ୍ରୀରାମ ନବମୀ, ଉତ୍ସବମୁଖର ଦିଲ୍ଲୀରୁ ପଲ୍ଲୀ, ଝଲସୁଛି ଅଯୋଧ୍ୟାର ରାମ ମନ୍ଦିର

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାମନବମୀ ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ''ପବିତ୍ର ରାମନବମୀ ଅବସରରେ ଦେଶବାସୀଙ୍କୁ ଶୁଭକାମନା । ପ୍ରଭୁ ଶ୍ରୀରାମଙ୍କ ଜୀବନ ସତ୍ୟ, ସେବା ଏବଂ ମାନବ ମୂଲ୍ୟର ରକ୍ଷାର ପ୍ରେରଣା ଦେଇଥାନ୍ତି । ପ୍ରଭୁଙ୍କ ନିକଟରେ ସମସ୍ତଙ୍କ ସ୍ବାସ୍ଥ୍ୟ, ସୁଦୀର୍ଘ ଏବଂ ସମୃଦ୍ଧ ଜୀବନ କାମନା କରୁଛି ।''

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.