ନୂଆଦିଲ୍ଲୀ,୦୬/୦୪: ପବିତ୍ର ଶ୍ରୀରାମ ନବମୀ ଅବସରରେ ଉତ୍ସବ ମୁଖର ଦିଲ୍ଲୀରୁ ପଲ୍ଲୀ । ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କୁ ଦର୍ଶନ କରି ସାନିଧ୍ୟ୍ୟ ସାଉଁଟିଛନ୍ତି ଶ୍ରଦ୍ଧାଳୁ । ରାମଧ୍ୱନୀରେ କମ୍ପୁଛି ଗଗନ ପବନ । ରାମଜନ୍ମ ଭୂମି ଅଯୋଧ୍ୟାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଶ୍ରୀରାମ ନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସୋସିଆଲ ମଡ଼ିଆ ଏକ୍ସରେ ରାମ ନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି କହିଛନ୍ତି, '' ଏହି ଉତ୍ସବ ଧର୍ମ, ନ୍ୟାୟ ଏବଂ କର୍ତ୍ତବ୍ୟପରାୟଣତା ହେବାକୁ ସନ୍ଦେଶ ଦେଇଥାଏ । ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ ମାନବ ଜାତି ପାଇଁ ତ୍ୟାଗ, ପ୍ରତିଶ୍ରୁତିବଦ୍ଧ ଏବଂ ଶୌର୍ଯ୍ୟର ଆଦର୍ଶ ପ୍ରସ୍ତୁତ କରିଛନ୍ତି । ତାଙ୍କର ସୁଶାସନ ଅର୍ଥାତ ରାମରାଜ୍ୟର ଅବଧାରଣକୁ ଆଦର୍ଶ ଭାବେ ଗଣନା କରାଯାଏ । ଏହି ଶୁଭ ଅବସରରେ ଦେଶବାସୀ ବିକଶିତ ଭାରତ ନିର୍ମାଣ ପାଇଁ ଏକଜୁଟ୍ ହୋଇ କାର୍ଯ୍ୟ କରିବାକୁ ସଂକଳ୍ପ ନିଅନ୍ତୁ ।''

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମନବମୀ ଶୁଭେଚ୍ଛା ଜଣାଇ କହିଛନ୍ତି, '' ସମସ୍ତ ଦେଶବାସୀଙ୍କୁ ରାମ ନବମୀ ଅବସରରେ ଶୁଭକାମନା । ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବର ଏହି ପବିତ୍ର ଅବସର ତୁମ ସମସ୍ତଙ୍କ ଜୀବନରେ ନୂଆ ଚେତନା ଏବଂ ନୂଆ ଉତ୍ସାହ ଆଣୁ । ଯାହା ଶସକ୍ତ, ସମୃଦ୍ଧ ଏବଂ ସମର୍ଥ ଭାରତର ସଂକଳ୍ପକୁ ନିରନ୍ତର ନୂଆ ଉର୍ଜା ପ୍ରଦାନ କରୁ ।''

ଅଧିକ ପଢ଼ନ୍ତୁ...ପବିତ୍ର ଶ୍ରୀରାମ ନବମୀ, ଉତ୍ସବମୁଖର ଦିଲ୍ଲୀରୁ ପଲ୍ଲୀ, ଝଲସୁଛି ଅଯୋଧ୍ୟାର ରାମ ମନ୍ଦିର

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାମନବମୀ ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ''ପବିତ୍ର ରାମନବମୀ ଅବସରରେ ଦେଶବାସୀଙ୍କୁ ଶୁଭକାମନା । ପ୍ରଭୁ ଶ୍ରୀରାମଙ୍କ ଜୀବନ ସତ୍ୟ, ସେବା ଏବଂ ମାନବ ମୂଲ୍ୟର ରକ୍ଷାର ପ୍ରେରଣା ଦେଇଥାନ୍ତି । ପ୍ରଭୁଙ୍କ ନିକଟରେ ସମସ୍ତଙ୍କ ସ୍ବାସ୍ଥ୍ୟ, ସୁଦୀର୍ଘ ଏବଂ ସମୃଦ୍ଧ ଜୀବନ କାମନା କରୁଛି ।''