ପୁରୀ,୦୬/୦୩: ଆସନ୍ତା ୯ ତାରିଖରେ ଶ୍ରୀମନ୍ଦିରରେ ଦୋଳଯାତ୍ରା ଆରମ୍ଭ ଓ ଶ୍ରୀଜିଉଙ୍କ ଚାଚେରୀ ବେଶ । ୧୩ ତାରିଖରେ ମେଣ୍ଢାପୋଡ଼ି, ୧୪ ତାରିଖରେ ଦୋଳପୂର୍ଣ୍ଣିମା ଓ ରାଜବେଶ, ୧୫ରେ ହୋଲି । ଏହି ଦୋଳ ଉତ୍ସବକୁ ଶୃଙ୍ଖଳିତ ଭାବେ କରିବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯିବ । ଏନେଇ ଗୁରୁବାର ଅପରାହ୍ନ ୫ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ । ରତ୍ନଭଣ୍ଡାର ମରାମତିକୁ ଦୃଷ୍ଟିରେ ରଖି ଏହି ନୀତି ନିର୍ଘଣ୍ଟ ପ୍ରସ୍ତୁତ ହେବ ବୋଲି ପ୍ରାଥମିକ ସୂଚନା ମିଳିଛି।