ଲକ୍ଷ୍ନୌ,୦୮/୦୬: ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଭାରତୀୟ କ୍ରିକେଟର ରିଙ୍କୁ ସିଂ । ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜଙ୍କ ସହ ରିଙ୍କୁ ସିଂଙ୍କ ନିର୍ବନ୍ଧ ସରିଛି । ଲକ୍ଷ୍ନୌର ଏକ ପଞ୍ଚତାରକା ହୋଟେଲରେ ରିଙ୍ଗ୍ ସେରିମନି ଅନୁଷ୍ଠିତ ହୋଇଛି । ନିର୍ବନ୍ଧ ବେଳର ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ରିଙ୍କୁ ପ୍ରିୟାଙ୍କୁ ମୁଦି ପିନ୍ଧାଇବା ବେଳେ ସେ ଭାବୁକ ହୋଇ ପଡିଥିଲେ । ଲୁହକୁ ଅଟକାଇ ପାରି ନଥିଲେ ସାଂସଦ ପ୍ରିୟା ସରୋଜ । ଦୁହିଁଙ୍କୁ ଶୁଭେଚ୍ଚାର ସୁଅ ଛୁଟିଛି ।
ଭାବୁକ ହେଲେ ପ୍ରିୟା ସରୋଜ- ରିଙ୍କୁ ସିଂ ମୁଦି ପିନ୍ଧାଇବା ବେଳେ ପ୍ରିୟା ଭାବୁକ ହୋଇ ପଡିଥିଲେ । ଲୁହକୁ ଅଟକାଇ ପାରିନଥିଲେ । ତାଙ୍କ ଆଖିରେ ଖୁସିର ଲୁହ ଆସିଥିଲା । ନିର୍ବନ୍ଧରେ ରିଙ୍କୁ ଧଳ ରଙ୍ଗର ଶେରୱାନୀ ପିନ୍ଧିଥିଲେ । ସାଂସଦ ପ୍ରିୟା ସରୋଜ ଲାଇଟ୍ ଗୋଲାପି ଲେହେଙ୍ଗା ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଷ୍ଟେଜରେ ପ୍ରିୟା ପହଞ୍ଚିବା ପରେ ଭାବୁକ ହୋଇଥିଲା ଦେଖିବାକୁ ମିଳିଥିଲା । ରିଙ୍କୁ ସିଂ ତାଙ୍କୁ ସମ୍ଭାଳିଥିଲେ ।ଏହା ପରେ ଦୁହେଁ ପରସ୍ପରକୁ ଚାହିଁ ହସିଥିଲେ । ଏହି ସମାରୋହରେ ପ୍ରାୟ ୩୦୦ ଅତିଥି ଯୋଗ ଦେଇଥିଲେ । ସପା ନେତା ରାମଗୋପାଳ ଯାଦବ, ଶିବପାଳ ସିଂହ ଯାଦବ ଓ ସାଂସଦ ରଜୀବ ରାୟ, ବିସିସିଆଇ ଉପଧ୍ୟକ୍ଷ ରାଜୀବ ଶୁକ୍ଳା ଓ ଜୟା ବଚ୍ଚନ ପ୍ରମୁଖ ଯୋଗ ଦେଇଥିଲେ । ଦୁହିଁଙ୍କର କେବେ ବିବାହ କେବେ ସେ ନେଇ ତାରିଖ ଜଣା ପଡିନାହିଁ ।
ଏହା ବି ପଢନ୍ତୁ...କୁଳଦୀପ ଯାଦବଙ୍କ ନିର୍ବନ୍ଧ ସଂପନ୍ନ, ନଭେମ୍ବରରେ ବିବାହ; ପିଲାଦିନର ବାନ୍ଧବୀ ହେବେ ପତ୍ନୀ
କିଛି ଦିନ ତଳେ ଭାରତୀୟ କ୍ରିକେଟ ଦଳର ଚାଇନା ମ୍ୟାନ କୁଳଦୀପ ଯାଦବଙ୍କର ନିର୍ବନ୍ଧ ହୋଇଥିଲା । ପିଲାଦିନ ବନ୍ଧୁ ବଂଶୀକାଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିଲା ।