ନୂଆଦିଲ୍ଲୀ,୨୪/୦୮: ଦୀର୍ଘ ଦିନ ଧରି ଋଷ-ୟୁକ୍ରେନ୍ ଯୁଦ୍ଧ ଚାଲିଛି । ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ବୈଠକ କରିଥିଲେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଖୁବଶୀଘ୍ର ଯୁଦ୍ଧ ବନ୍ଦ ହେବା ନେଇ ଆଶା ସଞ୍ଚାର ହେଉଥିଲା । ହେଲେ ଗତ ୨୪ ଘଣ୍ଟାରେ ୟୁକ୍ରେନ୍ ଉପରେ ଋଷର ଆକ୍ରମଣରୁ ସେ ଆଶା ଏକ ପ୍ରକାର ମଉଳି ଯାଇଛି । ୟୁକ୍ରେନ୍ର୧୪୩ ଠିକଣା ଉପରେ ବୋମା ବର୍ଷା କରିଛି ଋଷ । ଡୋନେଟ୍ସ୍କର ୨ଟି ଗାଁକୁ କବଜା କରିଛି ଋଷ ସେନା ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇଦିନ ତଳେ ଚେତେବାନୀ ଦେଇଥିଲେ ଯଦି ଦୁଇ ସପ୍ତାହରେ ୟୁକ୍ରେନ୍ ସହ ଯୁଦ୍ଧ ସମାପ୍ତ କରିବା ଦିଗରେ କୌଣସି ପ୍ରଗତି ନକରେ ତେବେ ସେ ଋଷ ଉପରେ ପ୍ରତିବନ୍ଧ ଲଗାଇବେ । ହେଲେ ଋଷକୁ କିଛି ଫରକ ପଡିନାହିଁ । ଟ୍ରମ୍ପଙ୍କ ଚେତାବନୀକୁ ଅଣଦେଖା କରି ୟୁକ୍ରେନ ଉପରେ ଆକ୍ରମଣ କରିଛି ଋଷ । ଶନିବାର ଋଷ ଦାବି କରିଛି କି, ତାର ସେନା ଗତ ୨୪ ଘଣ୍ଟାରେ ୟୁକ୍ରେନର ଡୋନେଟ୍ସ୍କର କ୍ଷେତ୍ରର ଦୁଇଟି ଗାଁକୁ ତାର ନିୟନ୍ତ୍ରଣକୁ ନେଇଛି । ଋଷ ରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି କି, ଦକ୍ଷିଣ ଏବଂ ପଶ୍ଚିମ ସୈନ୍ୟ ସମୂହ ଦ୍ୱାରା ହୋଇଥିବା ଅଭିଯାନରେ ସେରଦନେ ଏବଂ କ୍ଲେବନ ବାଇକ ଗାଁ ଋଷ କବଜାକୁ ଆସିଛି ।
ମନ୍ତ୍ରଣାଳୟ ଏହା ମଧ୍ୟ ଦାବି କରିଛି ଯେ, ଋଷୀୟ ସୈନ୍ୟମାନେ ୟୁକ୍ରେନୀୟ ସାମରିକ-ଶିଳ୍ପ କମ୍ପ୍ଲେକ୍ସ ଏବଂ ୟୁକ୍ରେନୀୟ ସଶସ୍ତ୍ର ଗଠନ ଏବଂ ଅସ୍ଥାୟୀ ନିୟୋଜନ ପଏଣ୍ଟରେ ୧୪୩ଟି ସ୍ଥାନରେ ଆକ୍ରମଣ କରିଛନ୍ତି । ଗତ ସପ୍ତାହରେ ୟୁକ୍ରେନ୍ ୪ଟି ବୋମା ଏବଂ ୧୬୦ ଡ୍ରୋନକୁ ଖସାଇ ଥିଲା ଋଷ । ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ମଧ୍ୟସ୍ଥତାରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ମଧ୍ୟରେ ଏହା ଘଟିଛି । ଏହା ପୂର୍ବରୁ, ୟୁକ୍ରେନ୍ ରାଷ୍ଟ୍ରପତି ଜେନେଲସ୍କି ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ୍ ରାମାଫୋସାଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କୁ କହିଥିଲେ ଯେ ସେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ।