ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

‘ ସିକନ୍ଦର ’ ପୂର୍ବରୁ ରଶ୍ମିକାଙ୍କୁ ଜାଣି ନଥିଲେ ସଲମାନ ଖାନ , କହିଲେ – ତାଙ୍କର ଭିଡ଼ିଓ ମୋର ସୋସିଆଲ ମିଡ଼ିଆରେ ...

Published By : Prameya | March 29, 2025 9:22 PM

ମୁମ୍ୱାଇ : ସଲମାନ ଖାନଙ୍କ ଫିଲ୍ମ ‘ସିକନ୍ଦର’ ରିଲିଜ୍‌ ପାଇଁ ପ୍ରସ୍ତୁତ। ଫିଲ୍ମରେ ସଲମାନଙ୍କ ସହ ରଶ୍ମିକା ମନ୍ଦାନା ଲିଡ୍‌ ରୋଲ୍‌ରେ ଅଛନ୍ତି। ଦୁହିଁଙ୍କ ଅନ୍‌ସ୍କ୍ରିନ୍ ଯୋଡ଼ିକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହେଉଛି। କିଛି ଲୋକଙ୍କୁ ଦୁହିଁଙ୍କ (ସଲମାନ ଓ ରଶ୍ମିକା)ର ବୟସର ବ୍ୟବଧ୍ୟାନ ପସନ୍ଦ ଆସୁ ନଥିବା ବେଳେ, ଆଉ କିଛି ଲୋକଙ୍କୁ ଏହି ନୂଆ ଅନସ୍କ୍ରିନ୍‌ ଯୋଡ଼ି ଖୁବ୍‌ ପସନ୍ଦ ଆସୁଛି। ଏବେ ଉଭୟ ପରସ୍ପର ସହ ଅନ ଓ ଅଫସ୍କ୍ରିନ୍‌ ସଂପର୍କକୁ ନେଇ କହିଛନ୍ତି। 

ସଲମାନ ମସ୍ତି କରିବା ସହ ଜୁମ୍‌କୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି , ସେ ରଶ୍ମିକାଙ୍କୁ ଜାଣି ନଥିଲେ। ସେ କହିଛନ୍ତି, ଆମେ ସିକନ୍ଦର ପାଇଁ ଏକ ଝିଅ ଖୋଜୁ ଥିଲୁ। ରଶ୍ମିକାଙ୍କ ରିଲ୍ସ ମୋର ସୋସିଆଲ ମିଡ଼ିଆରେ ପପ୍ଅପ୍‌ ହେଉ ଥିଲା। ମୁଁ ଭାବୁ ଥିଲି କି ଏହି ଝିଅ କିଏ। ମୁଁ ଆୟୁଷ ଶର୍ମାଙ୍କୁ କହିଲି ଯେ, ଏ ଫିଲ୍ମ ସିକନ୍ଦର ପାଇଁ ସଠିକ୍ କାଷ୍ଟ ହେବ। ସେ ମୋତେ ପଚାରିଲେ କି ଆପଣ କଣ ତାଙ୍କୁ ଜାଣନ୍ତି , ଖୁବ୍‌ ଚାର୍ମିଂ ଗର୍ଲ। ଏହା ସେତେବେଳେ ସମ୍ଭବ ହେବ ଯେବେ ଆପଣ ୪୦ବର୍ଷରୁ ଇଣ୍ଡଷ୍ଟ୍ରୀରେ କାମ କରୁଥିବେ ଏବଂ ସେହି ଲେବଲରେ ଥିବେ। 

ସଲମାନ ଆହୁରି କହିଛନ୍ତି, ତାଙ୍କ ଲୁକ୍‌କୁ ଦେଖି ମୁଁ ଭାବୁ ଥିଲି ଯେ, ଯଦି ସେ କେବେ ଆକ୍ଟିଂ କରିବ ବା କିଏ ତାଙ୍କୁ ଫିଲ୍ମ, ଓଟିଟି ବା ଟିଭିରେ ଅଫର କରିବ , ତ ସେ ମୋ ଠାରୁ ଶିଖୁଛନ୍ତି କଣ କହିବେ। 

ଅନ୍ୟପଟେ ରଶ୍ମିକା ଫିଲ୍ମରେ କାମ କରିବାର ଏକ୍ସପେରିଏନ୍ସକୁ ନେଇ କହିଛନ୍ତି, ଏଥିରେ ଖୁବ୍ ଭଲ ପାଇବା , ଭୟ , ଦୁଃଖ ଓ ବିରକ୍ତି ଅଛି, ଯାହା ଫିଲ୍ମକୁ ଦରକାର। ଆପଣଙ୍କୁ ଜଣାଯିବ ଯେବେ ଆପଣ ଦେଖିବେ। ଫିଲ୍ମ କଥା ଯଦି କହିବା ତ ଏହା ୩୦ ମାର୍ଚ୍ଚରେ ରିଲିଜ ହେଉଛି ଏବଂ ଏହାକୁ ଏ ଆର୍‌ ମୁର୍ଗଦାସ ନିର୍ଦ୍ଦେଶନା ଦେଇଛନ୍ତି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.