ମୁମ୍ୱାଇ : ସଲମାନ ଖାନଙ୍କ ଫିଲ୍ମ ‘ସିକନ୍ଦର’ ରିଲିଜ୍‌ ପାଇଁ ପ୍ରସ୍ତୁତ। ଫିଲ୍ମରେ ସଲମାନଙ୍କ ସହ ରଶ୍ମିକା ମନ୍ଦାନା ଲିଡ୍‌ ରୋଲ୍‌ରେ ଅଛନ୍ତି। ଦୁହିଁଙ୍କ ଅନ୍‌ସ୍କ୍ରିନ୍ ଯୋଡ଼ିକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହେଉଛି। କିଛି ଲୋକଙ୍କୁ ଦୁହିଁଙ୍କ (ସଲମାନ ଓ ରଶ୍ମିକା)ର ବୟସର ବ୍ୟବଧ୍ୟାନ ପସନ୍ଦ ଆସୁ ନଥିବା ବେଳେ, ଆଉ କିଛି ଲୋକଙ୍କୁ ଏହି ନୂଆ ଅନସ୍କ୍ରିନ୍‌ ଯୋଡ଼ି ଖୁବ୍‌ ପସନ୍ଦ ଆସୁଛି। ଏବେ ଉଭୟ ପରସ୍ପର ସହ ଅନ ଓ ଅଫସ୍କ୍ରିନ୍‌ ସଂପର୍କକୁ ନେଇ କହିଛନ୍ତି। 

ସଲମାନ ମସ୍ତି କରିବା ସହ ଜୁମ୍‌କୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି , ସେ ରଶ୍ମିକାଙ୍କୁ ଜାଣି ନଥିଲେ। ସେ କହିଛନ୍ତି, ଆମେ ସିକନ୍ଦର ପାଇଁ ଏକ ଝିଅ ଖୋଜୁ ଥିଲୁ। ରଶ୍ମିକାଙ୍କ ରିଲ୍ସ ମୋର ସୋସିଆଲ ମିଡ଼ିଆରେ ପପ୍ଅପ୍‌ ହେଉ ଥିଲା। ମୁଁ ଭାବୁ ଥିଲି କି ଏହି ଝିଅ କିଏ। ମୁଁ ଆୟୁଷ ଶର୍ମାଙ୍କୁ କହିଲି ଯେ, ଏ ଫିଲ୍ମ ସିକନ୍ଦର ପାଇଁ ସଠିକ୍ କାଷ୍ଟ ହେବ। ସେ ମୋତେ ପଚାରିଲେ କି ଆପଣ କଣ ତାଙ୍କୁ ଜାଣନ୍ତି , ଖୁବ୍‌ ଚାର୍ମିଂ ଗର୍ଲ। ଏହା ସେତେବେଳେ ସମ୍ଭବ ହେବ ଯେବେ ଆପଣ ୪୦ବର୍ଷରୁ ଇଣ୍ଡଷ୍ଟ୍ରୀରେ କାମ କରୁଥିବେ ଏବଂ ସେହି ଲେବଲରେ ଥିବେ। 

ସଲମାନ ଆହୁରି କହିଛନ୍ତି, ତାଙ୍କ ଲୁକ୍‌କୁ ଦେଖି ମୁଁ ଭାବୁ ଥିଲି ଯେ, ଯଦି ସେ କେବେ ଆକ୍ଟିଂ କରିବ ବା କିଏ ତାଙ୍କୁ ଫିଲ୍ମ, ଓଟିଟି ବା ଟିଭିରେ ଅଫର କରିବ , ତ ସେ ମୋ ଠାରୁ ଶିଖୁଛନ୍ତି କଣ କହିବେ। 

ଅନ୍ୟପଟେ ରଶ୍ମିକା ଫିଲ୍ମରେ କାମ କରିବାର ଏକ୍ସପେରିଏନ୍ସକୁ ନେଇ କହିଛନ୍ତି, ଏଥିରେ ଖୁବ୍ ଭଲ ପାଇବା , ଭୟ , ଦୁଃଖ ଓ ବିରକ୍ତି ଅଛି, ଯାହା ଫିଲ୍ମକୁ ଦରକାର। ଆପଣଙ୍କୁ ଜଣାଯିବ ଯେବେ ଆପଣ ଦେଖିବେ। ଫିଲ୍ମ କଥା ଯଦି କହିବା ତ ଏହା ୩୦ ମାର୍ଚ୍ଚରେ ରିଲିଜ ହେଉଛି ଏବଂ ଏହାକୁ ଏ ଆର୍‌ ମୁର୍ଗଦାସ ନିର୍ଦ୍ଦେଶନା ଦେଇଛନ୍ତି।