ମାଲକାନଗିରି, ୬/୮ (ଆପ୍ର ) : ଆଦିବାସୀଙ୍କ ସରଳତା ନେଇ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ଚତୁରତାର ସହ ଘରୋଇ ଫାଇନାନ୍ସ କମ୍ପାନୀମାନେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ କରାଇଦେଉଛନ୍ତି । ପରବର୍ତ୍ତୀ ସମୟରେ ଗ୍ରୁପ ଲୋନ୍ ଠିକ୍ ସମୟରେ ପରିଶୋଧ ନକରିବାରୁ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଧମକ ଦେଉଛନ୍ତି ବିଭିନ୍ନ ଘରୋଇ ବ୍ୟାଙ୍କ କର୍ମଚାରୀ ବୋଲି ଅଭିଯୋଗ ହୋଇଛି। ଏ ନେଇ ମାଲାକାନଗିରି ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ।
ମାଲକାନଗିରି ଜିଲ୍ଲାର ଆଦିବାସୀ ମହିଳାମାନେ ସ୍ବଂୟ ସହାୟକ ଗୋଷ୍ଠୀ ମାଧ୍ୟମରେ ବିଭିନ୍ନ ବ୍ୟାଙ୍କ ଗ୍ରୁପ ଲୋନ୍ ନେଇଥିଲେ । ହେଲେ ଠିକ୍ ସମୟରେ ଏହି ସବୁ ଋଣ ପରିଶୋଧ କରି ପାରି ନ ଥିଲେ।ଋଣ ପରିଶୋଧ ପାଇଁ ଫାଇନାନ୍ସ କର୍ମଚାରୀ ଧମକ ଦେଉଛନ୍ତି ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି। ପ୍ରାୟ୩୭ ଟି ଗ୍ରାମର ଶହ ଶହ ଆଦିବାସୀ ମହିଳାମାନେ ନ୍ୟାୟ ପାଇଁ ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କରିଛନ୍ତି ।