ପ୍ରମୂଖ ଖବର
  • ସେପ୍ଟେମ୍ବର ୩୦ରୁ ମହିଳା ଦିନିକିଆ ବିଶ୍ୱକପ୍, ଭାରତ-ଶ୍ରୀଲଙ୍କା କରିବେ ଆୟୋଜନ
  • ||
  • କଟକ: ରାଜ୍ୟ ଖାଉଟି କମିଶନ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ଜଳିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ, ସ୍ନାନପୂର୍ଣ୍ଣିମା ଏବଂ ରଥଯାତ୍ରୀ ନୀତି ନିର୍ଘଣ୍ଟ ନେଇ ବାଜିପାରେ ମୋହର
  • ||
  • ନବରଙ୍ଗପୁର: ପାଇଖାନା ଟାଙ୍କି ସଫା ବେଳେ ଅଘଟଣ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୪ ଶ୍ରମିକଙ୍କ ଜୀବନ
  • ||
  • ଶଙ୍ଖ ଭବନରେ ବିଜେଡିର ବଡ଼ ବୈଠକ, ସରକାର ବର୍ଷେ ପୂର୍ତ୍ତି ଉତ୍ସବ ସହ ବିଭିନ୍ନ ପ୍ରସଙ୍ଗ ନେଇ ଚାଲିଛି ଆଲୋଚନା
  • ||
  • ଖରାପ ପାଗ ଏବଂ ଚିକୁନଗୁନିଆ ସଂକ୍ରମଣ ଯୋଗୁଁ ମହିଳା ଏସିଆ କପ୍‌ ସ୍ଥଗିତ
  • ||
  • ବିଶ୍ୱ ସାଇକେଲ ଦିବସ; ପେଁ ପାଁରେ ହଜିନି କ୍ରିଂ କ୍ରିଂ କ୍ରିଂ...ଫିଟନେସ୍‌ ପାଇଁ ପାଲଟିଛି ପ୍ରଥମ ପସନ୍ଦ
  • ||
  • ଛେଣ୍ଡିପଦା: ବିପଦରେ ଗଜରାଜ, ସୋଲାର କରେଣ୍ଟରେ ହାତୀ ମୃତ
  • ||
  • ଚନ୍ଦନେଶ୍ଵର: ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ୨ ଗିରଫ
  • ||
  • ବାଙ୍କୀ: ବାଲି ବୋଝେଇ ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ, ରାସ୍ତାରୋକ କଲେ ଗ୍ରାମବାସୀ
  • ||
  • ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ବିଶ୍ୱଯୁଦ୍ଧ ଭୟ: ଦୀର୍ଘ ୮୦ ବର୍ଷ ପରେ ଘାରିଛି ଆଶଙ୍କା, ଋଷ-ଆମେରିକା, ପରମାଣୁ ଅସ୍ତ୍ର ମୁଖ୍ୟ କାରଣ
  • ||
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

ବିଜେପିର ମିଶ୍ରଣ ପର୍ବ; ଶଙ୍ଖ ଛାଡି ପଦ୍ମ ଧରିଲେ ଶତାଧିକ BJD କର୍ମୀ

Published By : Ankita S | June 2, 2025 3:17 PM

ଢେଙ୍କାନାଳ,୦୨/୦୬: ଦୀର୍ଘ ୨୪ ବର୍ଷ ଶାସନ ପରେ ହାତରୁ କ୍ଷମତା ଯିବା ସହ ବିଜେଡ଼ିର ଖରାପ ସମୟ ଚାଲିଛି । ଦଳ ଛାଡୁଛନ୍ତି କର୍ମୀ । ତୃଣମୂଳ ସ୍ତରରେ ଧୀରେ ଧୀରେ ଭୁଶୁଡୁଛି ବିଜେଡ଼ି ଗଡ଼ । ବିଜେପିରେ ସାମିଲ ହୋଇଛନ୍ତି ଶତାଧିକ ବିଜେଡ଼ି କର୍ମୀ । ଢେଙ୍କାନାଳରେ ବିଜେପିରେ ସାମିଲ ହୋଇଛନ୍ତି ଶତାଧିକ ବିଜେଡି କର୍ମୀ । ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ସୋମବାର ମଧ୍ୟାହ୍ନରେ ଢେଙ୍କାନାଳ ବିଜେପି ତରଫରୁ ଏକ ବଡ଼ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଯାଇଛି ।

ବରିଷ୍ଠ ବିଜେଡି ନେତା ତଥା ଦଳର ସଦର ବ୍ଲକ ପୂର୍ବତନ ସଭାପତି ବିଭୁ ପ୍ରସାଦ ଦେହୁରୀଙ୍କ ସହିତ ସଦର ଓ ଗଁଦିଆ ବ୍ଲକର ବିଜୁ ଜନତା ଦଳ ସମର୍ଥିତ ପଞ୍ଚାୟତ ସ୍ତରର ପ୍ରତିନିଧି, କାର୍ଯ୍ୟକର୍ତ୍ତା ମାନେ ବିଜେପିରେ ଯୋଗ ଦେଇଥିଲେ । ଏମାନଙ୍କ ସହିତ ୨୦୦ ଲୋକ ଅନ୍ୟ ଦଳରୁ ଆସି ବିଜେପିରେ ମିଶିଥିବା ଜଣାପଡ଼ିଛି।  ମିଶ୍ରଣ ପୂର୍ବରୁ ନିଲମ୍ବନ

ବିଜେଡ଼ି ସଦର ବ୍ଲକ ପୂର୍ବତନ ସଭାପତି ବିଭୁ ପ୍ରସାଦଙ୍କୁ ବିଜେଡ଼ିରୁ ନିଲମ୍ବନ କରାଯାଇଥିଲା । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଥିବା ରାଜ୍ୟ ବିଜେଡ଼ି ଉପସଭାପତି ପ୍ରତାପ ଜେନା ପ୍ରେସ ବିବୃତିରେ ଜଣାଇଥିଲେ। ବିଭୁ ଦେହୁରୀ ବିଜେଡ଼ିରେ ଦୀର୍ଘ ଦିନ ଧରି ସକ୍ରିୟ ଥିଲେ । ତାଙ୍କ ପତ୍ନୀ ଝରସ୍ମିତା ଦେହୁରୀ ବିଜେଡ଼ି ଟିକେଟରେ କାଇମାଟି ଜୋନରୁ ଜିଲ୍ଲା ପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇଛନ୍ତି । ସେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ ପାଇଁ ଆଶାୟୀ ରହିବା ସହ ନେତାଙ୍କ ନିକଟରେ ଦାବି କରି ଆସୁଥିଲେ । ଏଥିସହ ନେତାଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ଓ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ମିଶ୍ରଣ ପର୍ବରେ ସାମିଲ ହୋଇଥିବା କହିଛନ୍ତି ବିଭୁ ପ୍ରସାଦ ଦେହୁରୀ ।

ଏହି ମିଶ୍ରଣ ପର୍ବରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା,  ପୌରପରିଷଦର ଅଧ୍ୟକ୍ଷା ଜୟନ୍ତୀ ପାତ୍ର, ପୂର୍ବତନ ମନ୍ତୀ ନବୀନ ଚନ୍ଦ୍ର ନାରାୟଣ ଦାସ, ରାଜ୍ୟ ସମବାୟ ବ୍ୟାଙ୍କ ପୂର୍ବତନ ସଭାପତି ଅକ୍ଷୟ ମହାନ୍ତି ପ୍ରମୁଖଙ୍କ ଉପସ୍ଥିତ ଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.