ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

୪ ଦିନ କାଳବୈଶାଖୀ ପ୍ରକୋପ ଅଧିକ,୮ରୁ ୧୪ ଯାଏ ବଢ଼ିବ ତାତି

Published By : Anindita Ratha | May 4, 2025 7:36 AM

ଭୁବନେଶ୍ୱର,୦୪/୦୫: ପାରଳାଖେମୁଣ୍ଡି,ବୌଦ୍ଧ ଓ ଭୁବନେଶ୍ୱର ସମେତ ଅନେକ ସ୍ଥାନରେ  ଶନିବାର କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇଛି । ବିଭିନ୍ନ ସ୍ଥାନରେ ଗଛ ଡାଳ  ଭାଙ୍ଗି ପଡ଼ିଥିବା ବେଳେ ବିଦ୍ୟୁତ ସଂଯୋଗ ବ୍ୟାହତ ହୋଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ହେଲା,  କାଳବୈଶାଖୀ ପ୍ରକୋପ ଆହୁରି ୪ଦିନ ଯାଏ ରହିବ । ରାଜ୍ୟର ଅନେକ ସ୍ଥାନରେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ  ଘଡ଼ଘଡ଼ି ସହ ବର୍ଷା, ପବନ, କୁଆପଥର ମାଡ଼ ଆଶଙ୍କା ରହିଛି । ଏହାର ପ୍ରଭାବରେ ତାପମାତ୍ରା ବଢ଼ିବନି । ୮  ତାରିଖଠାରୁ ରାଜ୍ୟରେ ତାତି ବଢ଼ିବା ସମ୍ଭାବନା ଅଛି । ଆସନ୍ତା ୮ରୁ ୧୪ ତାରିଖ ଭିତରେ ପୁଣି ତାପମାତ୍ରା ୧ରୁ  ୩ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ । ଅଳ୍ପ କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଲେଉଟିପାରେ ।

ଶନିବାର ଦିନବେଳା ପାରଳାଖେମୁଣ୍ଡିରେ ୧୬.୬ ମିଲିମିଟର ବର୍ଷା ହୋଇଥିବା ବେଳେ ସନ୍ଧ୍ୟାରେ ବୌଦ୍ଧ, ଭୁବନେଶ୍ୱର ଓ କଟକରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇଥିଲା । ଆହୁରି କେତେକ ସ୍ଥାନରେ ବିଳମ୍ବିତ ରାତି ସୁଦ୍ଧା ବର୍ଷା, ପବନ ହୋଇପାରେ । ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ହେଲା, ରବିବାର (୪ ତାରିଖ) ଅନେକ ସ୍ଥାନରେ ଅପରାହ୍ନ କିମ୍ବା ସନ୍ଧ୍ୟାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମଧ୍ୟାହ୍ନରୁ ସନ୍ଧ୍ୟା ସମୟରେ ବିଜୁଳି ଘଡ଼ଘଡ଼ି ଓ କୁଆପଥର ସହ ପ୍ରବଳ ବର୍ଷା ଏବଂ ୫୦-୬୦ କିମି ବେଗରେ ପବନ ବୋହିବାର ଆଶଙ୍କା ଅଛି । ଏସବୁ ଜିଲ୍ଲା ପାଇଁ କମଳା ରଙ୍ଗର ଚେତାବନୀ ଜାରି କରାଯାଇଛି । ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ୫୦-୬୦ କିମି ବେଗରେ ପବନ, ବିଜୁଳି ଘଡ଼ଘଡ଼ି ହୋଇପାରେ । 

କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁରରେ ବିଜୁଳି, ଘଡ଼ଘଡ଼ି ସହ ୪୦-୫୦ କିମି ପବନ ଆଶଙ୍କା ଅଛି । ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, କେନ୍ଦୁଝର, ଦେବଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, ନୂଆପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ୩୦-୪୦ କିମି ବେଗରେ ପବନ, ବିଜୁଳି ଘଡ଼ଘଡ଼ି ଆଶଙ୍କା ନେଇ ସତର୍କ କରାଯାଇଛି । ଆସନ୍ତା ୫, ୬, ୭ ତାରିଖରେ ମଧ୍ୟ କାଳବୈଶାଖୀ ପ୍ରକୋପ ରହିବାର ସମ୍ଭାବନା ଅଛି । ୮ ତାରିଖରୁ କାଳବୈଶାଖୀ ପ୍ରକୋପ କମିବ । ତଥାପି ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇପାରେ । ଶୁକ୍ରବାର ତୁଳନାରେ ଶନିବାର ରାଜ୍ୟରେ ତାପମାତ୍ରା ସାମାନ୍ୟ ବଢ଼ିଥିଲା । ଭଦ୍ରକରେ ପାରଦ ୪୧ ଡିଗ୍ରୀ ସେଲସିୟସ୍‌ ଛୁଇଁଥିବା ବେଳେ ଝାରସୁଗୁଡ଼ା ୪୦.୬, ସମ୍ବଲପୁର ଓ ସୋନପୁରରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀରେ ପହଞ୍ଚିଥିଲା । ବଲାଙ୍ଗିର ୩୯.୯, ସୁନ୍ଦରଗଡଡ଼ ୩୯, ଭବାନୀପାଟଣା ୩୯.୫, ଟିଟିଲାଗଡ଼ ୩୯.୫ ଡିଗ୍ରୀ ସେଲସିୟସ୍‌ ଥିଲା । ଉପକୂଳରେ ଭୁବନେଶ୍ୱର ତାପମାତ୍ରା ୩୬.୬, ଚାନ୍ଦବାଲି ୩୫.୮ ଡିଗ୍ରୀରେ ପହଞ୍ଚିଥିଲା । ପାଣିପାଗ ବିଭାଗର ବିସ୍ତାରିତ ପୂର୍ବାନୁମାନ ଅନୁସାରେ ଆସନ୍ତା ୮ରୁ ୧୪ ତାରିଖ ଭିତରେ ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ୧ରୁ ୩ ଡିଗ୍ରୀ ଅଧିକ ରହିପାରେ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ ଆସନ୍ତା ୪ ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ତାପରେ ୨ରୁ ୩ ଡିଗ୍ରୀ ବଢ଼ିପାରେ ପାରଦ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.