ପ୍ରମୂଖ ଖବର
  • ଓଭାଲରେ ଇଂଲଣ୍ଡର ଭାଙ୍ଗିଲା ଗର୍ବ; ପଞ୍ଚମ ଟେଷ୍ଟକୁ ୬ ରନରେ ଜିତିଲା ଭାରତ, ସିରିଜ୍ ବରାବର
  • ||
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

କିପରି ଜାଣିଲ ଯେ ଚୀନ୍ ୨୦୦୦ କିମି ଭୂମି ଦଖଲ କରିଛି ? ପ୍ରକୃତ ଭାରତୀୟ ହୋଇଥିଲେ ଏମିତି...ରାହୁଲଙ୍କ ବର୍ଷିଲେ ସୁପ୍ରିମକୋର୍ଟ

Published By : Ankita S | August 4, 2025 1:47 PM

ନୂଆଦିଲ୍ଲୀ,୦୪/୦୮: କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ଭାରି ପଡ଼ିଲା ସେନା ବିରୋଧୀ ବୟାନ । ଭାରତୀୟ ସେନାଙ୍କୁ ନେଇ ରାହୁଲ ଦେଇଥିବା ବୟାନକୁ ସୁପ୍ରିମକୋର୍ଟ ସମାଲୋଚନା କରିଛନ୍ତି । ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଛନ୍ତି ଯେ ତାଙ୍କ ପାଖରେ ଏହି ବୟାନକୁ ପ୍ରମାଣିତ କରିବାକୁ କିଛି ଠୋସ୍ ପ୍ରମାଣ ଅଛି କି ? ଯଦି ତୁମେ ପ୍ରକୃତ ଭାରତୀୟ ହୋଇଥାନ୍ତ ତେବେ କେବେ ବି ଏମିତି କହିନଥାନ୍ତ କହି ବର୍ଷିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଭାରତ ଯୋଡୋ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ଭାରତୀୟ ସେନା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ସୁପ୍ରିମକୋର୍ଟ କଠୋର ଟିପ୍ପଣୀ ରଖିଛନ୍ତି । କୋର୍ଟ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଛନ୍ତି ଯେ,ଏହି ବୟାନକୁ ପ୍ରମାଣିତ କରିବା ପାଇଁ ତାଙ୍କ ପାଖରେ କୌଣସି ଠୋସ୍ ଦସ୍ତାବିଜ ଅଛି କି ? ଜଷ୍ଟିସ୍ ଦୀପଙ୍କର ଦତ୍ତା କହିଥିଲେ, "ଯଦି ଆପଣ ବିରୋଧୀ ଦଳର ନେତା, ତେବେ ଆପଣ ଗୃହରେ ଏପରି କଥା କହିବା ଉଚିତ, ସୋସିଆଲ ମିଡିଆରେ କାହିଁକି ?" ସେ ପଚାରିଥିଲେ, "ଆପଣ କିପରି ଜାଣିଲେ ଯେ ୨୦୦୦ବର୍ଗ ମିଟର ଅଞ୍ଚଳ ଚୀନ୍ କବଜାକୁ ଚାଲିଯାଇଛି ?" 

'ଆପଣ କିଛି ବି କହିପାରିବେ ନାହିଁ' ? ଜଷ୍ଟିସ୍ ଦତ୍ତା ଆହୁରି କହିଛନ୍ତି, "ଜଣେ ପ୍ରକୃତ ଭାରତୀୟ ଏହା କେବେ କହିବେ ନାହିଁ । ସୀମା ବିବାଦ ହେଲେ ଆପଣ କ'ଣ ଏସବୁ କହିପାରିବେ ? ଆପଣ ସଂସଦରେ କାହିଁକି ପ୍ରଶ୍ନ ପଚାରିପାରିବେ ନାହିଁ ? ଆପଣଙ୍କର ବାକ୍ ସ୍ୱାଧୀନତା ଅଛି ବୋଲି ତାହା ମାନେ ନୁହେଁ ଆପଣ କିଛି ବି କହିପାରିବେ । "

ତେବେ ସୁପ୍ରିମକୋର୍ଟ, ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାଲିଥିବା ବିଚାର ପ୍ରକ୍ରିୟା ଉପରେ ବର୍ତ୍ତମାନ ପାଇଁ ରୋକ ଲଗାଇଛନ୍ତି ।  ୩ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି । ଏହି ମଦଦ୍ଦମା ସୀମା ସଡ଼କର ପୂର୍ବତନ ନିର୍ଦ୍ଦେଶକ ଉଦୟ ଶଙ୍କର ଶ୍ରୀବାସନ୍ତବଙ୍କ ଦ୍ୱାରା ଦାଖଲ ହୋଇଥିଲା । ଭାରତ ଯୋଡ଼ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଗଲୱାନରେ ଚୀନ ସୈନିକମାନେ ଭାରତୀୟ ସୈନିକଙ୍କୁ ମାଡ଼ ମାରୁଛନ୍ତି ବୋଲି କହିଥିବା ଅଭିଯୋଗ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.