ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ନିଆଁ ଲାଗି ଜଳିଗଲା ଦୁଇ ଏକରର ଧାନ ଗଦା

Published By : Harapriya Sethi | November 10, 2024 9:09 AM

ଝରିଗାଁ,୧୦/୧୧: ଉଦଲିଆଗୁଡା ଗ୍ରାମ ନିକଟରେ ଜଣେ ଚାଷୀଙ୍କ ଧାନ ଜମିରେ ଥିବା ଦୁଇ ଏକର ଧାନ ଗଦାରେ ନିଆଁ ଲାଗି ନଷ୍ଟ ହୋଇଯାଇଛି । ତେବେ ନିଆଁ କିଭଳି ଲାଗିଲା ସ୍ପଷ୍ଟ ଜଣା ପଡିନାହିଁ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ସ୍ଥିତ ଉଦଲିଆଗୁଡା ଗ୍ରାମରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ରାବଣାଗୁଡ଼ା ଗ୍ରାମର ଲାକୁ ତାଡେଙ୍ଗୀ ଧାର ଉଧାର କରି ଉଦଲିଆଗୁଡା ଗ୍ରାମ ନିକଟରେ ଦୁଇ ଏକର ଧାନ ଚାଷ କରିଥିଲେ । କିଛି ଦିନ ତଳେ ଜମିରୁ ଧାନ କାଟି ସେହି ଜମିରେ ଧାନ ଗଦା କରି ରଖିଥିଲେ । ଆସନ୍ତା କାଲି ଧାନ ମଳିବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ଆଜି ଦିନ ପ୍ରାୟ ୧ଘଣ୍ଟା ସମୟରେ ହଠାତ ଧାନ ଗଦାରେ ନିଆଁ ଲାଗିଯାଇଥିଲା । ଜମି ନିକଟରେ ଥିବା କିଛି ଲୋକ ଧାନ ଗଦାରେ ନିଆଁ ଲାଗିବା ଦେଖି ଲାକୁଙ୍କୁ ଖବର ଦେବା ସହ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । ଏହା ସହ ଝରିଗାଁ ଅଗ୍ନିଶମ ବାହିନୀକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀର ଏକ ଟିମ୍‌ ଆସି ନିଆଁକୁ ଆୟତ୍ତ କରିଥିବା ବେଳେ ପ୍ରାୟ ୬୦ ପ୍ରତିଶତ ଧାନ ନିଆଁରେ ପୋଡି ନଷ୍ଟ ହୋଇ ଯାଇଥିବା ସୂଚନା ମିଳିଛି । ଏନେଇ ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷୟକ୍ଷତି ଆକଳନ କରି ସହାୟତା ରାଶି ପ୍ରଦାନ କରିବା ପାଇଁ ଦାବି ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.