ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଶରୀରର ଜଳ ଶୁଷ୍କତା ଦୂର କରିବା ପାଇଁ... ଆଖୁ ରସ ନା ନଡ଼ିଆ ପାଣି

Published By : Anindita Ratha | May 10, 2025 3:13 PM

ଗରମ ଦିନେ ଶରୀରର ଜଳ ଅଭାବକୁ ଦୂର କରିବା ଖୁବ୍‌ ଜରୁରି । ଏହି ସମସ୍ୟାକୁ ଦୂର କରିବାକୁ ପ୍ରାୟ ସମସ୍ତେ କିଛି ନା କିଛି ପ୍ରୟାସ କରିଥାନ୍ତି । କେମିତି ଦୂର କରିପାରିବେ ଶରୀରର ଜଳ ଶୁଷ୍କତା? ଗରମ ଦିନେ କିଛି ଲୋକ ଆଖୁ ରସ ପିଇବାକୁ ଗୁରୁତ୍ୱ ଦେଉଥିବା ବେଳେ ଆଉ କିଛି ନଡିଆ ପାଣିକୁ ପ୍ରାଥମିକତା ଦେଇଥାନ୍ତି । ଚାଲନ୍ତୁ ଜାଣିବା ଉଭୟ ପ୍ରାକୃତିକ ପାନୀୟ ହୋଇଥିବା ବେଳେ କାହାର ଗୁରୁତ୍ୱ କେତେ? ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ବଢିବାରେ ଲାଗିଛି । ଏହି ସ୍ଥିତିରେ ଖାଦ୍ୟପାନୀୟକୁ ଖାସ୍‌ ଧ୍ୟାନ ଦେବା ଆବଶ୍ୟକ । ଥଣ୍ଡା ପାନୀୟ ସହ ସବୁଜ ପନିପରିବାକୁ ଡାଏଟ୍‌ରେ ସାମିଲ୍‌ କରିବା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ଗରମରେ ଶରୀରକୁ ଥଣ୍ଡା ରଖିବା ଦିଗରେ ଜୁସ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସେଥିପାଇଁ ନଡ଼ିଆ ପାଣିର ଚାହିଦା ବଢିବାରେ ଲାଗିଛି । ଏଥିରେ ଥିବା ପୋଷକ ତତ୍ତ୍ୱ ହାଡ଼କୁ ମଜଭୁତ କରିବା ସହ ଇମ୍ୟୁନିଟିକୁ ବଢାଇଥାଏ । ସେହିପରି ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହ ଶରୀରର ଜଳ ଶୁଷ୍କତାକୁ ଦୂର କରିଥାଏ । 

ନଡ଼ିଆ ପାଣି

ଏହାକୁ ପ୍ରାକୃତିକ ଶକ୍ତିବର୍ଦ୍ଧକ ପାନୀୟ କୁହାଯାଏ । ଏହା ହାଲ୍‌କା ମିଠା ସାଙ୍ଗକୁ ଥଣ୍ଡା ପାନୀୟ । ଏଥିରେ ପ୍ରାକୃତିକ ଇଲେକ୍ଟ୍ରୋଲାଇଟ୍ସ ରହିଥାଏ । ଯେପରିକି ପୋଟାସିୟମ୍‌, ସୋଡିୟମ୍‌, ମ୍ୟାଗ୍‌ନେସିୟମ୍‌ ଓ କ୍ୟାଲସିୟମ୍‌ । ଏସବୁ ତତ୍ତ୍ୱ ଶରୀରରେ ପାଣିର ଅଭାବକୁ ଦୂର କରିଥାଏ । ଏହାବ୍ୟତୀତ ନଡ଼ିଆ ପାଣିରେ କମ୍‌ କ୍ୟାଲୋରୀ ରହିଥାଏ । ନଡ଼ିଆ ପାଣି ପିଇବା ଦ୍ୱାରା ପେଟ ଥଣ୍ଡା ରହିବା ସହ ହଜମ ପ୍ରକ୍ରିୟା ତୀବ୍ର ହୋଇଥାଏ । ତା’ ସହିତ ତ୍ୱଚାରେ ମଧ୍ୟ ଚମ୍‌କ ଆସିଥାଏ । 

ଆଖୁ ରସ

ଖରାଦିନେ ବହୁ ଲୋକ ଆଖୁ ରସ ପିଇବାକୁ ପସନ୍ଦ କରିଥାନ୍ତି । ଏହା ମିଠା, ଥଣ୍ଡା ଓ ସତେଜତାରେ ଭରପୂର । ଆଖୁ ରସ ପ୍ରାକୃତିକ ଶର୍କରାରେ ଭରା । ଏହା ତୁରନ୍ତ ଶକ୍ତି ପ୍ରଦାନ କରିଥାଏ । ଏଥିରେ ଆଇରନ୍‌, ମ୍ୟାଗ୍ନେସିୟମ୍‌, କ୍ୟାଲସିୟମ୍‌, ପୋଟାସିୟମ୍‌ ରହିଥାଏ, ଯାହା ଶରୀରରେ ଜଳର ଅଭାବକୁ ଦୂର କରିବା ସହ ଥକାପଣକୁ ଦୂରେଇ ଥାଏ । ତା' ସହିତ ଲିଭର୍‌ରୁ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । 

ଜଳଶୁଷ୍କତାକୁ ଦୂର କରିବାରେ କାହାର କ୍ଷମତା ଅଧିକ?

ଜଳ ଶୁଷ୍କତା ଦୃଷ୍ଟିରୁ ଦେଖିବାକୁ ଗଲେ ନଡ଼ିଆ ପାଣି ଆଖୁରସ ତୁଳନାରେ ଅଧିକ ପ୍ରଭାବଶାଳୀ । କାରଣ ନଡ଼ିଆ ପାଣି ହାଲ୍‌କା ହେବା ସହ ଇଲେକ୍ଟ୍ରୋଲାଇଟସ୍‌ରେ ସନ୍ତୁଳନ ବଜାୟ ରଖିଥାଏ । ତା’ ସହିତ ଶରୀରର ସତେଜତା ବଜାୟ ରଖିଥାଏ । ଆଖୁରସ ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ଏହା ଥକାପଣ ଦୂର କରିବା ସହ ସତେଜତା ବଜାୟ ରଖେ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.