ପ୍ରମୂଖ ଖବର
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଡ୍ୟୁଟି ଡେରିରେ କାହିଁକି ଆସୁଛ ? ଉତ୍ତରରେ ଅଜବ ଚିଠି ଲେଖିଲେ ଯବାନ, କହିଲେ ଭଗବାନଙ୍କ ଶରଣ ଯିବାକୁ ଚାହେଁ

Published By : Ankita S | March 7, 2025 8:50 AM

ଲକ୍ଷ୍ନୌ,୦୭/୦୩: ଉତ୍ତରପ୍ରଦେଶ ମିରଟରୁ ଏକ ବିଚଳିତ କରିବା ପରି ଖବର ସାମ୍ନାକୁ ଆସିଛି । ୟୁପି ପୋଲିସର ୪୪ତମ ବାଟାଲିୟନର ଜଣେ ପିଏସି ଯବାନ ଲେଟର ଲେଖି ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଦେଇଥିବା ଉତ୍ତର ସମସ୍ତଙ୍କୁ ଚକିତ କରିଛି । ସେ କାହିଁକି ଡ୍ୟୁଟି ବିଳମ୍ବରେ ଆସୁଛନ୍ତି ବୋଲି ଅଧିକାରୀ ପଚାରିଥିଲେ । ପ୍ରଶ୍ନ ଅଜବ ସ୍ପଷ୍ଟୀକରଣ ଦେଇଛନ୍ତି ଯବାନ ।  ସେ କହିଛନ୍ତି, ପ୍ରତିଦିନ ପତ୍ନୀ ସ୍ବପ୍ନରେ ଆସି ମୋ ରକ୍ତ ପିଉଛନ୍ତି ରାତି ସାରା ଶୋଇ ପାରୁନାହିଁ । ତେଣୁ ଲେଟ୍ ହୋଇଯାଉଛି । ଏବେ ଯବାନଙ୍କର ଏହି ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭଗବାନଙ୍କ ଶରଣ ଯିବାକୁ ଚାହେଁ- ଗତ ଫେବୃଆରୀ ୧୭ ତାରିଖରେ ୪୪ତମ ବାଟାଲିୟନ ପ୍ରାଦେଶିକ ସଶସ୍ତ୍ର କନଷ୍ଟାବୁଲାରୀର କମାଣ୍ଡର ଜଣେ କନଷ୍ଟେବଳଙ୍କୁ ନୋଟିସ୍ କରିଥିଲେ । ଦାୟିତ୍ବରେ ଅବହେଳା ସହ ବିଶୃଙ୍ଖଳିତ ଆଚରଣ ଓ ବିଳମ୍ବରେ ଅଫିସ୍ ଆସିବା ନେଇ କାରଣ ପଚାରିଥିଲେ । ବିଳମ୍ବରେ ଅଫିସ୍ ଆସିବାର କାରଣ ଦର୍ଶାଅ ନୋଟିସର ପ୍ରତିକ୍ରିୟା ରଖିଥିଲେ ଉତ୍ତରପ୍ରଦେଶ ପାରାମିଲିଟାରୀ ଫୋର୍ସର ଜଣେ କନେଷ୍ଟବଳ । ଜବାବରେ କନଷ୍ଟେବଳ ଦରଖାସ୍ତ ଲେଖି କହିଥିଲେ,'' ସ୍ବପ୍ନରେ ମୋ ସ୍ତ୍ରୀ ଆସି ଛାତି ଉପରେ ବସି ରକ୍ତ ପିଉଛନ୍ତି । ସେଥିପାଇଁ ମୁଁ ଠିକରେ ଶୋଇ ପାରୁନାହିଁ । ତେଣୁ ସକାଳୁ ଠିକ୍ ସମୟରେ ଅଫିସରେ ପହଞ୍ଚିପାରୁ ନାହିଁ । ଅସହାୟ ହୋଇପଡିଛି । ଜୀବନ ଜିଇଁବାର କାରଣ ଭୁଲି ଗଲିଣି । ବଞ୍ଚିବାର ଶକ୍ତି ଶେଷ ହୋଇଗଲାଣି । ଏଥିରୁ ମୁକୁଳିବାକୁ ସାହାଯ୍ୟ କରନ୍ତୁ । ଭଗବାନଙ୍କ ଶରଣରେ ଯିବାକୁ ରାସ୍ତା ବତାନ୍ତୁ ।''

ଅଧିକ ପଢନ୍ତୁ...Ranya Rao: ଆସିଲା ଅଭିନେତ୍ରୀ ରାନ୍ୟା ରାଓଙ୍କ ପ୍ରଥମ ଫଟୋ; ସୁନା ଚୋରା କାରବାର ମାମଲାର ହୋଇଥିଲେ ଗିରଫ

ମାମଲାର ତଦନ୍ତ ଆରମ୍ଭ- ଚିଠିଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୪୪ ବାଟାଲିୟନ କମାଣ୍ଡର ସଚିନ୍ଦ୍ର ପଟେଲ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଚିଠିର ସତ୍ୟାସତ୍ୟକୁ ନେଇ କୌଣସି ସ୍ପଷ୍ଟତା ମିଳିନାହିଁ । ଏ ବାବଦରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି । ଯଦି କୌଣସି କର୍ମଚାରୀ ସମାଧନ ଚାହୁଁଛନ୍ତି ନିଶ୍ଚିନ୍ତ ରୂପେ ସାହାଯ୍ୟ କରାଯିବ ବୋଲି ବିଭଗ ପକ୍ଷରୁ କୁହାଯାଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.