ପ୍ରମୂଖ ଖବର
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ନିର୍ବାଚନରେ ପିଏପି ବିଜୟୀ,ୱଙ୍ଗ୍‌ ପୁଣି ହେବେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ

Published By : Anindita Ratha | May 4, 2025 11:51 AM

ନୂଆଦିଲ୍ଲୀ,୦୪/୦୫: ସିଙ୍ଗାପୁରରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ୍‌ ଏବଂ ତାଙ୍କ ପିପୁଲ୍ସ ଆକ୍ସନ ପାର୍ଟି (ପିଏପି) ଶନିବାର ବାଜିମାତ୍‌ ମାରିଛନ୍ତି । ଫଳରେ ୱଙ୍ଗ ପୁଣି ପ୍ରଧାନମନ୍ତ୍ରୀ ହେବେ । ପିଏପି ୯୭ ସଂସଦୀୟ ଆସନରୁ ୮୭ ହାସଲ କରିଛି । ସିଙ୍ଗାପୁରର ପ୍ରାୟ ୨୬ ଲକ୍ଷ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିଥିଲେ । ନିର୍ବାଚନରେ ଶାସକ ଦଳ ପିପୁଲ୍ସ ଆକ୍ସନ ପାର୍ଟି ଓ ପ୍ରମୁଖ ବିରୋଧୀ ଦଳ ୱାର୍କର୍ସ ପାର୍ଟି (ଡବ୍ଲ୍ୟୁପି) ମଧ୍ୟରେ କଡ଼ା ଟକ୍କର ହୋଇଥିଲା । 

ଏହି ଦୁଇ ଦଳ ବ୍ୟତୀତ ଦୌଡ଼ରେ ଆଉ କେତେକ କ୍ଷୁଦ୍ର ଦଳ ବି ରହିଥିଲେ । ମୋଟ ୧୧ ଦଳ ନିର୍ବାଚନ ଲଢ଼ିଥିଲେ । କିନ୍ତୁ କେବଳ ପିଏପି ହିଁ ସମସ୍ତ ୯୭ ଆସନରେ ପ୍ରାର୍ଥୀ ଦେଇଥିଲା ବେଳେ ଡବ୍ଲ୍ୟୁପି କେବଳ ୨୬ରେ ପ୍ରାର୍ଥୀ ଦେଇଥିଲା । ଛଅଟି ଦଳ ୧୦ରୁ ଅଧିକ ଆସନରେ ନିର୍ବାଚନ ଲଢ଼ିଥିଲେ । ଏହା ପୂର୍ବରୁ ୨୦୨୦ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ୯୩ ଆସନରେ ଭୋଟିଂ ହୋଇଥିଲା । ଏଥିରେ ପିଏପି ୮୩ ଆସନ ଅକ୍ତିଆର କରିଥିଲା । ଦଳକୁ ୬୧.୨୪% ଭୋଟ ମିଳିଥିଲା । ସେହିଭଳି ଡବ୍ଲ୍ୟୁପି ୧୦ଟି ଆସନରେ ବିଜୟୀ ହୋଇଥିଲା । ଏଥର ନିର୍ବାଚନରେ ଆର୍ଥିକ ବିକାଶ, ରୋଜଗାର, ଦରଦାମ ବୃଦ୍ଧି, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସଂଖ୍ୟାଲଘୁ ସମୁଦାୟ ଆଦି ପ୍ରମୁଖ ପ୍ରସଙ୍ଗ ରହିଥିଲା । ପ୍ରଧାନମନ୍ତ୍ରୀ ୱଙ୍ଗ୍‌ ଏବଂ ପିଏପି ବିଶ୍ୱ ଅର୍ଥନୀତି ଉପରେ ଆମେରିକୀୟ ଟାରିଫ୍‌ କାରଣରୁ ସୃଷ୍ଟି ଅନିଶ୍ଚିତତା ମଧ୍ୟରେ ଜନତାଙ୍କୁ ଜନାଦେଶ ମାଗିଥିଲେ । ସିଙ୍ଗାପୁରରେ ୧୯୬୫ରୁ ପିଏପି କ୍ଷମତାସୀନ ରହିଆସିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.