ପ୍ରମୂଖ ଖବର
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଛାଡ଼ ଖାଇ ଭୋଜି ହେଲା କାଳ : ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ଯୁବକ ଗୁରୁତର

Published By : Suraj Kumar | November 18, 2024 11:10 PM

ମାଲକାନଗିରି/କୋରକୋଣ୍ଡା, ୧୮/୧୧ (ଆପ୍ର ) : ଛାଡ଼ ଖାଇ ଭୋଜି ହୋଇଛି କାଳ । ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ହୋଇ ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ମାଲକାନଗିରି ଜିଲ୍ଲାସ୍ଥ ଓରକେଲ ଥାନା ବାଲିମେଳା ସହରର କିଛି ଯୁବକ ଗତ କାଲି ଛାଡଖାଇ ଭୋଜି କରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସନ୍ଧ୍ୟା ପରେ ଛାଡଖାଇ ଭୋଜି ସାରି ଘରକୁ ଫେରିବା ବେଳେ ନିଶାସକ୍ତ ଅବସ୍ଥାରେ କୌଣସି କଥାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା ।ପରେ ଏହା ଉଗ୍ର ରୂପ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଛୁରି, ଭୁଜାଲି ମଧ୍ୟ ବୁଲିଥିଲା। ଫଳରେ ଭୁଜାଲି ଆକ୍ରମଣରେ ଜଣେ ଯୁବକ ଆହତ ହୋଇଥିବା ଜଣାପଡିଛି। ଆହତ ହୋଇଥିବା ଯୁବକ ବାଲିମେଳା ସହର ର ପିଣ୍ଟୁ ବାଘ ବୋଲି ଜଣାପଡିଛି। ଆହତ ଯୁବକକୁ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ନିକଟସ୍ଥ ବାଲିମେଳା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ କିନ୍ତୁ ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରବିବାର ରାତିରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.