ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଯୁକ୍ତ ଦୁଇରେ ୧ ଲକ୍ଷ ୩୩ ହଜାର ସିଟ୍‌ ଖାଲି; କଳାରେ ୧୩, ବିଜ୍ଞାନ ଓ ବାଣିଜ୍ୟରେ ୩୭% ସିଟ୍‌ ଖାଲି

Published By : Prameya | October 15, 2024 11:35 AM

ଭୁବନେଶ୍ୱର,୧୫/୧୦: ଅକ୍ଟୋବର ମାସ ଅଧା ହେଲାଣି । ପାଠ ପଢ଼ା ମଧ୍ୟ ଆରମ୍ଭ  ହୋଇସାରିଲାଣି । ହେଲେ ନାମଲେଖା ପ୍ରକ୍ରିୟା ସରିବାର ନାଁ ଧରୁନି । ଏହାର ଗୋଟିଏ କାରଣ ହେଉଛି ସିଟ୍‌ ପୂରଣ ହେଉନି । ଏବେ ବି ୨୫  ପ୍ରତିଶତ ସିଟ୍‌ ଖାଲିପଡ଼ିଛି । ଆଶ୍ଚର୍ଯ୍ୟର କଥା  ଖୋର୍ଦ୍ଧା ଜିଲ୍ଲାରେ ପାଖାପାଖି ୩୦ ପ୍ରତିଶତ ସିଟ୍‌  ଖାଲିପଡ଼ିଛି । ଏହେଉଛି ଯୁକ୍ତ ଦୁଇ ପ୍ରଥମ ବର୍ଷ  ଅର୍ଥାତ୍‌ ଏକାଦଶ ଶ୍ରେଣୀ ନାମଲେଖାର ଚିତ୍ର । ଏ ଚିତ୍ର ଦେଖିଲେ ମାଟ୍ରିକ୍‌ ପରେ ଡ୍ରପ୍‌ ଆଉଟ୍‌ ହେଉଥିବା ଆଶଂକା ରହୁଛି । ଚଳିତବର୍ଷ ଦ୍ୱିତୀୟ ପର୍ଯାୟ ନାମଲେଖା ପରେ ମଧ୍ୟ ୧ ଲକ୍ଷ ୩୩  ହଜାର ସିଟ୍‌ ଖାଲି ପଡ଼ିଛି । ଏପଟେ ସିଟ୍‌ ପୂରଣ  ନହୋଇଥିବାରୁ ତୃତୀୟ ପର୍ଯ୍ୟାୟ ନାମଲେଖା  ପ୍ରକ୍ରିୟା ପାଇଁ ୨୨ରୁ ଆବେଦନ ପାଇଁ ବିଜ୍ଞପ୍ତି  ପ୍ରକାଶ କରିଛି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । 

ସାମ୍‌ସର ତଥ୍ୟ ଅନୁଯାୟୀ, ରାଜ୍ୟରେ  ୨୩୭୭ ଉଚ୍ଚ ମାଧ୍ୟମିକ ସ୍କୁଲ (ଯୁକ୍ତ ଦୁଇ  କଲେଜ)ରେ ୫ଲକ୍ଷ ୫୯ ହଜାର ୬୪୫ ସିଟ୍‌  ରହିଛି । ଏଥିରୁ ୪ ଲକ୍ଷ ୨୬ ହଜାର ୧୫୫  ସିଟ୍‌ରେ ନାମଲେଖା ହୋଇଛି । ଆଉ ୧ ଲକ୍ଷ ୩୩  ହଜାର ୪୯୭ ସିଟ୍‌ ଖାଲି ପଡ଼ିଛି । ଅର୍ଥାତ୍‌ ୨୫  ପ୍ରତିଶତ ସିଟ୍‌ ଖାଲି ପଡ଼ିଛି । କଳାରେ ୩ ଲକ୍ଷ  ୧୬ ହଜାର ୮୭୬ ସିଟ୍‌ରୁ ୨ ଲକ୍ଷ ୭୨ ହଜାର  ୭୩୦ ସିଟ୍‌ରେ ନାମଲେଖା ହୋଇଛି । ଆଉ  ୪୪ ହଜାର ୧୪୬ ସିଟ୍‌ ଖାଲି ପଡ଼ିଛି । ଅର୍ଥାତ  କଳାରେ ୧୩ ପ୍ରତିଶତ ସିଟ୍‌ ଖାଲି ରହିଛି । ସବୁଠୁ  ଅଧିକ ସିଟ୍‌ ବିଜ୍ଞାନରେ ଖାଲି ପଡ଼ିଛି । ବିଜ୍ଞାନରେ  ୧ଲକ୍ଷ ୭୭ ହଜାର ୨୧୩ ସିଟ୍‌ ଥିବାବେଳେ ୧  ଲକ୍ଷ ୧୧ ହଜାର ୪୯୧ ସିଟ୍‌ରେ ନାମଲେଖାରେ  ହୋଇଛି । ଆହୁରି ୬୫ ହଜାର ୭୨୨ ସିଟ୍‌ ଖାଲି  ପଡ଼ିଛି । ଅର୍ଥାତ୍‌ ୩୭ ପ୍ରତିଶତ ସିଟ୍‌ ଖାଲି ପଡ଼ିଛି ।  ବାଣିଜ୍ୟରେ ମଧ୍ୟ ସମାନ ଅବସ୍ଥା । ୩୭ ପ୍ରତିଶତ  ସିଟ୍‌ ଖାଲି ରହିଛି । ୪୧ ହଜାର ୬୫୬ ସିଟ୍‌ରୁ  ୨୬ ହଜାର ୧୦୮ ଜଣ ନାମ ଲେଖାଇଛନ୍ତି ।  ବାକି ୧୫ ହଜାର ୫୪୮ସିଟ୍‌ ଖାଲି ପଡ଼ିଛି ।  

ଚଳିତବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ  (ବିଏସ୍‌ଇ)ରୁ ମାଟ୍ରିକ୍‌ରେ ୫ ଲକ୍ଷ ୩୦ ହଜାରରୁ  ଅଧିକ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ରୁ ଦଶମ ଶ୍ରେଣୀରେ ୪୯ ହଜାର ୭୨୬ ଜଣ  ପାସ୍‌ କରିଛନ୍ତି । ସିବିଏସ୍‌ଇରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ  ପ୍ରାୟତଃ ସିବିଏସ୍‌ଇ ସ୍କୁଲରେ ନାମଲେଖାଇଥାନ୍ତି ।  ପ୍ରଶ୍ନ ଉଠୁଛି, ଓଡ଼ିଆ ମାଧ୍ୟମ ସ୍କୁଲରୁ ପାସ୍‌  କରିଥିବା ୫ ଲକ୍ଷ ୩୦ ହଜାର ଛାତ୍ରଛାତ୍ରୀଙ୍କ  ମଧ୍ୟରୁ ପାଖାପାଖି ୧ ଲକ୍ଷ ପିଲା ଗଲେ କୁଆଡ଼େ?  ଆଇଟିଆଇ, ଡିପ୍ଲୋମାରେ ଏତେ ସଂଖ୍ୟକ ପିଲା  ନାମ ଲେଖାଇନାହାନ୍ତି । କଳାରେ ପ୍ରାୟତଃ ସିଟ୍‌  ପୂରଣ ହୋଇଛି । ହେଲେ ବିଜ୍ଞାନ ବିଭାଗରେ  ସିଟ୍‌ ବଳୁଛି ତାହା ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି କରୁଛି । 

ଜିଲ୍ଲାସ୍ତରୀୟ ନାମଲେଖାକୁ ଦେଖିଲେ,  ଖୋଦ୍‌ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୦ ପ୍ରତିଶତ  ସିଟ୍‌ ଖାଲିପଡ଼ିଛି । ଖୋର୍ଦ୍ଧା ଜିଲ୍ଲାରେ ଥିବା ୧୬୪  କଲେଜରେ ମୋଟ ୪୧ ହଜାର ୦୪୪ ସିଟ୍‌  ରହିଛି । ଏଥିରୁ ୨୯ ହଜାର ସିଟ୍‌ରେ ନାମଲେଖା  ହୋଇଥିବା ବେଳେ ୧୧ ହଜାର ୬୨୧ ସିଟ୍‌ ଖାଲି ।  ଦେବଗଡ଼ରେ ୩୬ ହଜାର ୯୫୬ ସିଟ୍‌ରୁ ୨୭  ହଜାର ୨୨୯ ସିଟ୍‌ରେ ନାମଲେଖା ହୋଇଛି ।  ଆଉ ୯ ହଜାର ୭୨୭ ସିଟ୍‌ ଖାଲିପଡ଼ିଛି ।  ସେହିପରି ବାଲେଶ୍ୱରରେ ୯ ହଜାର ୪୫୪ସିଟ୍‌,  ଗଞ୍ଜାମରେ ୯୧୨୪, ମୟୂରଭଞ୍ଜରେ ୭୯୭୪,  ଯାଜପୁରରେ ୭୫୬୫ ସିଟ୍‌ ଖାଲି ରହିଛି । 

ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ୨୨ରୁ  ୨୭ ତାରିଖ ମଧ୍ୟରେ ଆବେଦନ କରିପାରିବେ  ଶିକ୍ଷାର୍ଥୀ । ନଭେମ୍ବର ୧ରେ ପ୍ରକାଶ ପାଇବ  ମେଧା ତାଲିକା । ୨ରୁ ୫ ତାରିଖ ମଧ୍ୟରେ ଚୟନ  ହୋଇଥିବା ଶିକ୍ଷାର୍ଥୀମାନେ ନାମଲେଖାଇବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.