ହାଇଦ୍ରାବାଦ,୨।୨: ତେଲେଙ୍ଗାନାର ରେଭନ୍ତ ରେଡ୍ଡୀ ସରକାରଙ୍କ ଚିନ୍ତା ବଢିଛି। କଂଗ୍ରେସ ପାର୍ଟିର ୧୦ ଜଣ ବିଧାୟକ ଗୁପ୍ତ ବୈଠକ କରିଛନ୍ତି। ଏଭଳି କୁହାଯାଉଛି ଯେ, ତାଙ୍କ ଭିତରେ ଅସନ୍ତୋଷ ରହିଛି। ଏହି ସବୁ ବିଧାୟକ ମନ୍ତ୍ରୀ ପୋଭ୍ଗୁଲେଟି ଶ୍ରୀନିବାସଙ୍କ କଥିତ ମନମାନୀ ଦ୍ବାରା ଅସନ୍ତୁଷ୍ଟ ଅଛନ୍ତି। ସେ ପାର୍ଟି ହାଇକମାଣ୍ଡଙ୍କୁ ମଧ୍ୟ ଏହାର ଅଭିଯୋଗ କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଆକ୍ସନରେ ଆସିଛନ୍ତି। 

ରେଭନ୍ତ ରେଡ୍ଡୀ ନିଜ ମନ୍ତ୍ରୀ ଶ୍ରୀନିବାସଙ୍କୁ ବୈଠକକୁ ଡକାଇଛନ୍ତି। ଏହି ବୈଠକରୁ ଅଧିକାରୀଙ୍କୁ ଦୂରେଇ ରହିବାକୁ ମଧ୍ୟ କୁହାଯାଇଛି। ଉଲ୍ଲେଖନୀୟ ଯେ, ନିକଟରେ ତେଲେଙ୍ଗାନାରେ ବିଧାନ ପରିଷଦ ଓ ସ୍ଥାନୀୟ ପୌର ନିର୍ବାଚନ ହେବାର ଅଛି। କଂଗ୍ରେସର ୧୦ ବିଧାୟକ ନୈନି ରାଜେନ୍ଦ୍ର ରେଡ୍ଡୀ, ଭୂପତି ରେଡ୍ଡୀ, ୟେନେମ୍ ଶ୍ରୀନିବାସ ରେଡ୍ଡୀ, ମୂରଲୀ ନାୟକ, କୁଚୁକୁଲ୍ଲା ରାଜେଶ ରେଡ୍ଡୀ, ସଞ୍ଜୀବ ରେଡ୍ଡୀ, ଅନିରୁଦ୍ଧ ରେଡ୍ଡୀ, ଲକ୍ଷ୍ମୀକାନ୍ତ, ଦାନ୍ତି ମାଧବ ରେଡ୍ଡୀ ଓ ବୀରଲା ଇଲ୍ଲେୟା ରହିଛନ୍ତି। ସେ କଂଗ୍ରେସ ନେତା ଅନିରୁଦ୍ଧ ରେଡ୍ଡୀଙ୍କ ଫାର୍ମ ହାଉସରେ ଏହି ବୈଠକ କରିଛନ୍ତି। 

ଉଲ୍ଲେଖନୀୟ ଯେ, ଯଦି ଏହି ୧୦ ବିଧାୟକ ବିଦ୍ରୋହ କରନ୍ତି, ତେବେ ରେଭନ୍ତ ରେଡ୍ଡୀ ସରକାର ସଂଖ୍ୟାଲଘୁ ହୋଇପାରେ। ବର୍ତ୍ତମାନ କଂଗ୍ରେସ ପାଖରେ ତେଲେଙ୍ଗାନାର ୬୪ ବିଧାୟକ ଅଛନ୍ତି। ବିଧାନସଭାରେ ଜରୁରୀ ବହୁମତରେ କେବଳ ୪ ଅଧିକ। ସେଭଳି ଭିଆରଏସ୍‌ର ୩୯ ବିଧାୟକ ଅଛନ୍ତି। ବିଜେପିର ୮ ଓ ଏଆଇଏମ୍ଆଇଏମ୍‌ର ୭ ବିଧାୟକ ଅଛନ୍ତି।