ଆସ୍କା, ୮।୨ : ଦୀର୍ଘଦିନ ଧରି ହିଞ୍ଜିଳି ସହରର ବିଭିନ୍ନ ଅଞ୍ଚଳରେ ଚୋରି, ଡକାୟତି ରାହାଜାନୀ ପରି ସହିତ ଅନେକ ଅପରାଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ଏକ ୧୦ ଜଣିଆ ଡକାୟତି ଗ୍ୟାଙ୍ଗକୁ ଗିରଫ କରିଛି ହିଞ୍ଜିଳି ପୋଲିସ l ମାରଣାସ୍ତ୍ର ସହ ବହୁ ଚୋରି ସାମଗ୍ରୀ ଜବତ କରିଛି ପୁଲିସ।
ସୂଚନା ମୁତାବକ, ଏହି ଗ୍ୟାଙ୍ଗ ଦୀର୍ଘ ଦିନ ଧରି ସହରର ବିଭିନ୍ନ ଅଞ୍ଚଳରୁ ଚୋରି ଓ ଡକାୟତି କରି ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଥିଲେ। ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀଙ୍କ ନେତୃତ୍ୱରେ ଗଠିତ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ସଫଳତାର ସହିତ ଏହି ୧୦ ଜଣିଆ ଡକାୟତି ଗ୍ୟାଙ୍ଗକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ଏକାଧିକ ମୋବାଇଲ ଫୋନ୍, ଧାରୁଆ ଅସ୍ତ୍ର, ମୋଟରସାଇକେଲ, ନଗଦ ଟଙ୍କା, ସୁନା ସହ ବହୁ ପରିମାଣର ଚୋରି ସାମଗ୍ରୀ ଜବତ କରାଯାଇଛି। ଏହାସହ ଚୋରି ହୋଇଥିବା ସାମଗ୍ରୀ ରଖିବା ଓ ବିକ୍ରି କରିବାରେ ସହଯୋଗ କରୁଥିବା କିଛି ଲୋକଙ୍କୁ ମଧ୍ୟ ପୋଲିସ ଗିରଫ କରି କୋର୍ଟକୁ ଚାଲାଣ କରିଛି।