ବଣାଇ, ୦୧/୦୭; ଆତଙ୍କ ଖେଳାଇଲା ପାଗଳ କୁକୁର । ୧୦ଜଣରୁ ଅଧିକ ଲୋକଙ୍କୁ କାମୁଡ଼ି ରତାକ୍ତ କରି ସାରିଲାଣି । କୁକୁର କାମୁଡ଼ାର ଶିକାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲା ମହୁଲପଦା ଥାନା ଅନ୍ତର୍ଗତ ଧୋକାମୁଣ୍ଡା ଗାଁରେ ପାଗଳ କୁକୁର ଆତଙ୍କ ଖେଳାଇଛି । ମଙ୍ଗଳବାର ଗୋଟିଏ ଦିନରେ ୧୦ଜଣ କୁକୁର କାମୁଡ଼ାର ଶିକାର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ତିନି ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି । କୁକୁରଟି ପ୍ରଥମେ ଗାଁର ବିନୋଦ ନାୟକ (୯)ଙ୍କୁ କାମୁଡ଼ି ଝୁଣି ଦେଇଥିଲା । ପରେ କୁନି ପୁଅର ବାପା ସାଧୁ ନାୟକଙ୍କୁ କାମୁଡ଼ି ଥିଲା । କେବଳ ଏହି ୨ ଜଣ ନୁହେଁ, ଗାଁ ଅନ୍ୟ ୮ଜଣ ମଧ୍ୟ କୁକୁର କାମୁଡ଼ାର ଶିକାର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଗୁରୁତର ତିନି ଜଣଙ୍କୁ ବଣାଇ ଉପଖଣ୍ଡ ଚିକିତ୍ସାଳୟ ପରେ ରାଉକେଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଗାଁ କିଛି ଯୁବକ ସାହସ ଜୁଟାଇ ପାଗଳ କୁକୁରକୁ ମାରିବାକୁ ଉଦ୍ୟମ ଚଳାଇଛନ୍ତି । ...