ଅନୁଗୁଳ, ୧୨।୩ : ଅନୁଗୋଳ ବନ୍ତଳା ଛକରେ ଭୟାଭୟ ଅଗ୍ନିକାଣ୍ଡ । ସିଲିଣ୍ଡର ଫାଟି ଭୟା ଭୟ  ଅଗ୍ନିକାଣ୍ଡ। ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ୧୦  ଦୋକାନ । ଚାହୁଁ ଚାହୁଁ ହୁତ ହୁତ ହୋଇ ବନ୍ତଳା ଛକରେ ଜଳି ଗଲା ୧୦ ଟି ଦୋକାନ  । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ  କରିଥିଲେ।  

ପ୍ରଥମେ ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ ହୋଇଥିଲା। ଗ୍ୟାସ ସିଲିଣ୍ଡର ଫାଟି ଥିଲା। ତାପରେ ନିଆଁ ବ୍ୟାପି ଯାଇଥିଲା ପାଖ ଦୋକାନକୁ। ପାଖକୁ ଲାଗି ରହିଥିଲା ଆଉ ଗୋଟିଏ ଜଳଖିଆ ଦୋକାନ। ତାପରେ ଗ୍ରୋସରୀ ଦୋକାନ,ଲୁଗା ଦୋକାନ,ଚା ଦୋକାନ ,ଷ୍ଟେସନାରୀ ଦୋକାନ ଏପରି ୧୦ ଟି ଦୋକାନ ଜଳି ନିମିଷକ ମଧ୍ୟରେ ଜଳି ପାଉଁଶ ହୋଇ ଯାଇଛି। ଖବର ପାଇ ବନ୍ତଳା ରୁ ଗୋଟିଏ,ଅନୁଗୋଳରୁ ଦୁଇଟି ଦମକଳ ଆସି ପହଁଚି ଥିଲା।  ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା। ପରେ ଵଂରପାଳରୁ ଗୋଟିଏ ଗାଡି ଆସି ପହଁଚିଲା। ଏବଂ ଦୀର୍ଘ ଏକ ଘଣ୍ଟାର ପରିଶ୍ରମ ପରେ ନିଆଁ କୁ ଆୟତ୍ତ କରାଯାଇଛି। ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇ ଯାଇଥିବା ବେଳେ ନିଆଁ କୁ ଲିଭାଇବାକୁ ପାଣି ମୁଖ୍ୟ ସମସ୍ୟା ରହିଥିଲା। ତଥାପି ଲୋକଙ୍କ ସହାୟତା ଏବଂ ଦମକଳ ବାହିନୀର ସହାୟତାରେ ନିଆଁ କୁ ଆୟତ୍ତ କରାଯାଇଛି।

​​​​​​​ଆହୁରି ପଢନ୍ତୁ : ଭୁବନେଶ୍ବର କୋର୍ଟକୁ ବୋମା ଧମକ