ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

୧୦୦ କେଜି ଗଞ୍ଜେଇ ସହିତ କାର, ବାଇକ ଜବତ : ୪ ଗିରଫ

Published By : Prameya | March 13, 2025 7:54 PM

ଖଲ୍ଲିକୋଟ ,୧୩।୩ : ଖଲ୍ଲିକୋଟ ହରିଡ଼ାମୂଳ ନିକଟରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ର କର୍ମଚାରୀ ମାନେ ଏକ କାର  ୧୦୦ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛନ୍ତି। ଏଥିସହ ୪ ଜଣଙ୍କୁ ଗିରଫ କରିଛନ୍ତି। କନ୍ଧମାଳ ରୁ କୋଦଳା କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। 

 କନ୍ଧମାଳ ରୁ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ଖବର ପାଇ ଖଲ୍ଲିକୋଟ ହରିଡ଼ାମୂଳ ନିକଟରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ର ଡି ଏସ ଇ ଶ୍ରୁତି କାନ୍ତ ରାଉତ ଙ୍କ ନେତୃତ୍ୱ ରେ ଇନ୍ସପେକ୍ଟର ନାରାୟଣ ଜେନା, ଏସ ଆଈ ଅଜିତ କୁମାର ନାୟକ ଏବଂ ଅନ୍ୟ କର୍ମଚାରୀ ମାନେ ଚଢ଼ାଉ କରିଥିଲେ।   ୧୦୦ କେଜି ୫୦୦ ଗ୍ରାମ ଗଞ୍ଜେଇ ସହିତ କାର (ନମ୍ବର ଓଡି ୦୨ ଏଚ ୮୧୭୮ )ଏବଂ କାର କୁ ଏସ୍କର୍ଟ କରି ଆଗରେ ଯାଉଥିବା ବାଇକ ( ନମ୍ବର ଓଡି ୦୭ ଏଟି ୮୯୧୪) କୁ ଜବତ କରିଥିଲେ। ଗଞ୍ଜେଇ ଚୋରା ଚାଲାଣ କରୁଥିବା ୪ ଜଣ ଙ୍କୁ ଗିରଫ କରାଯାଇଛି। ଗିରଫ ୪ ଜଣ ହେଲେ ବାଇକ ଆରୋହୀ କୋଦଳା ବେଳଝରି ଗ୍ରାମର ଦିପୁ ପ୍ରଧାନ (୨୪), ଗଞ୍ଜେଇ ଚୋରା ଚାଲାଣ କରୁଥିବା ଲିବିୟା ପ୍ରଧାନ (୨୧), ନିପାରା ପ୍ରଧାନ (୨୭),କାର ଡ୍ରାଇଭର ହାଡିବନ୍ଧୁ ନାୟକ (୩୬)। ସମସ୍ତ ଅଭିଯୁକ୍ତ କନ୍ଧମାଳ ଜିଲ୍ଲା କୋଟଗଡ ଥାନା ପକାରୀ ଗ୍ରାମ ର ବାସିନ୍ଦା ବୋଲି ଜଣାପଡ଼ିଛି। ଅଭିଯୁକ୍ତ ମାନଙ୍କ ଠାରୁ ୪ ଟି ମୋବାଇଲ ଫୋନ ଜବତ କରାଯାଇଥିବା ସୂଚନା ମିଳିଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.