ପ୍ରମୂଖ ଖବର
  • କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରରେ ବୁଡିଯାଇ ୩ ଯୁବକ ମୃତ
  • ||
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

୧୦୦କେଜି ଗଞ୍ଜେଇ ଜବତ , ଦୁଇ ଗିରଫ

Published By : Gurupada Nath | August 10, 2025 8:10 PM

ସଇଁତଳା,୧୦/୮ : ଗଞ୍ଜେଇ ବେପାରୀକୁ କାବୁ କରିଛି ସଇଁତଲା ପୁଲିସ । ଏକ ଚାରି ଚକିଆ ଗାଡି ଡିକି ଭିତରେ ଏକ ରୋଲ ବ୍ୟାଗରେ ଗଞ୍ଜେଇ ଚାଲାଣ କରୁଥିଲେ । ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ଖବରପାଇ ସଇଁତଲା ପୁଲିସ ବାଟରେ ଛକି ବସିଥିଲା । 

ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ସଇଁତଳା ପୁଲିସ ଚାରି ଚକିଆ ଦୁଇଟି ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ଖବରପାଇଥିଲା । ପରେ ବରଗାଁ-ମହଗାଁ ମଝିରେ ଥିବା ଲାଂଥ ନଦୀ ବ୍ରିଜ ନିକଟରେ ପାଟ୍ରୋଲିଂ କରୁଥିବାବେଳେ ଗୋଟିଏ ଗାଡିକୁ କାବୁ କରିଥିଲା । ଅନ୍ୟ ଗାଡିଟି ପୋଲିସକୁ ଦେଖିବା ପରେ ଫେରାର ମାରିବାକୁ ଚେଷ୍ଟା କରୁଥିଲା କିନ୍ତୁ ଫେଲ ମାରିବା ପରେ ଦୁଇଟି ଗାଡିକୁ ଜବତ କରିବାରେ ସଫଳ ହୋଇଛି ପୋଲିସ ।

ଥାନାକୁ ଦୁଇ ଜଣ ଗଞ୍ଜେଇ ଚାଲାଣକାରୀକୁ ଆଣି ପଚରାଉଚରା କରିବା ପରେ ବୌଦ୍ଧରୁ ଟିଟିଲାଗଡ଼ ଦେଇ ରାୟପୁରକୁ ଗଞ୍ଜେଇ ଚାଲାଣ କରିବା ପାଇଁ ବ୍ୟବସ୍ଥା କରାଯାଉଥିଲା । ହେଲେ ପୋଲିସ ହାତରେ ଦୁଇ ଗଞ୍ଜେଇ ବେପାରୀ, ୧୦୦କେଜି ୨୩୦ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଅଭିଯୁକ୍ତମାନେ ହେଲେ ସୁବର୍ଣ୍ଣପୁର ଜିଲ୍ଲାର ସଂଜୀବ ମିଶ୍ର ଓ ବୌଦ୍ଧର ଦେବନ୍ତ କର୍ଣ୍ଣ ବୋଲି ଜଣାପଡିଛି । ଦୁଇଟି ଚାରି ଚକିଆ ଗାଡି, ୧୫ହଜାର ଟଙ୍କା ଓ ଦୁଇଟି ମୋବାଇଲ ଜବତ ହୋଇଛି । ଦୁଇ ଅଭିଯୁକ୍ତଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବା ସହ ସମସ୍ତ ତଥ୍ୟ ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ ଏସଡ଼ିପିଓ ଯଶୋବନ୍ତ ପ୍ରଧାନୀ ସୂଚନା ଦେବେ ବୋଲି ଜଣାପଡିଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.