ମାଲକାନଗିରି, ୫/୧ (ଆପ୍ର )ମାଲକାନଗିରି ଥାନା ପୁଲିସ ପକ୍ଷରୁ ବେଆଇନ ଗଞ୍ଜେଇ ଚାଷ ଉପରେ ଚଡାଉ କରାଯାଇ ୧୦ଏକର ଜମିରୁ ୧୦ ହଜାର ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରିଛନ୍ତି । ଏହାର ବଜାର ମୂଲ୍ୟ ପ୍ରାୟ ୧୦ଲକ୍ଷଟଙ୍କା ହେବ ବୋଲି ପୁଲିସ କହିଛି ।
ମାଲକାନଗିରି ଥାନା ଆଇଆଇସି ରିଗାନ କିଣ୍ଡୋ ଙ୍କ ନେତୃତ୍ବ ରେ ପୁଲିସ ସଦଳବଳ ମାଲକାନଗିରି ବ୍ଲକସ୍ଥ ବୀର ଲକ୍ଷ୍ମଣପୁର ପଞ୍ଚାୟତ ନିକଟବର୍ତ୍ତୀ ଖାଲିଗୁଡା ଜଙ୍ଗଲ ରେ ଚଡାଉ କରିଥିଲେ। ଉକ୍ତ ଜଙ୍ଗଲ ରେ ବେଆଇନ ଭାବେ ହୋଇଥିବା ୧୦ ଏକର ଜଙ୍ଗଲ ଜମିରୁ ୧୦ ହଜାର ଗଞ୍ଜେଇ ଗଛ କାଟି ପୋଡି ନଷ୍ଠ କରିଛନ୍ତି। ଏହି ଗଞ୍ଜେଇ ଗଛ ଗୁଡିକ ର ମୂଲ୍ୟ ପ୍ରାୟ ୧୦ ଲକ୍ଷଟଙ୍କା ହେବ । ପୁଲିସ ପକ୍ଷରୁ ବେଆଇନ ଗଞ୍ଜେଇ ଚାଷ ଉପରେ ଚଡାଉ ଜାରି ରହିବ ବୋଲି ଥାନା ଅଧିକାରୀ ଶ୍ରୀ କିଣ୍ଡୋ କହିଛନ୍ତି।