କଟକରୋଡ,  ୨୩/୦୩: ଭୁବନେଶ୍ୱର ବମିଖାଲ ସ୍ଥିତ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥା କ୍ଲବ ଚକୋଲେଟ୍ ଶୁକ୍ରବାର କେବଳ ପଖାଳ ଦିବସ ପାଳନ ଉପରେ ଗୁରୁତ୍ୱ ଦେଇନି, ବରଂ ଏକ ନିଆରା ପ୍ରୟାସ ହାତକୁ ନେଇ ପ୍ରଶଂସା ସାଉଁଟିଛି । ଛତ୍ରୀମାନେ ଶହେ କିଲୋ ଓଜନ ଚକୋଲେଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଗଢ଼ିଛନ୍ତି । ଏଥିପାଇଁ ସେମାନଙ୍କୁ ୧୫ ଦିନ ସମୟ ଲାଗିଥିଲା । ସଂଗ୍ରାମ ରାଜଙ୍କ ତତ୍ତ୍ୱାବଧାନରେ କ୍ଲବ ଚକୋଲେଟ ପକ୍ଷରୁ ରାକେଶ କୁମାର ସାହୁ ଓ ୧୫ ଡିପ୍ଲୋମା ଛାତ୍ରୀ ଏହି ମୂର୍ତ୍ତି ନିର୍ମାଣରେ ସାମିଲ ହୋଇଥିଲେ । ହାସ୍ୟ ଅଭିନେତା ଅରବିନ୍ଦ ଷଡ଼ଙ୍ଗୀ ଏଥିରେ ଯୋଗଦେଇ ସେମାନଙ୍କୁ ଉତ୍ସାହିତ କରିଥିଲେ।

ଅଧିକ ପଢ଼ନ୍ତୁ :- ଓଡ଼ିଶାର ୩୪ ଖଣି ହେବ ନିଲାମ, ୨୦୨୩ ପରଠାରୁ ହୋଇନଥିଲା ରାଜ୍ୟରେ ଖଣି ନିଲାମ