ଖୋର୍ଦ୍ଧା,୨୮।୧୦(ଆପ୍ର): ଆଦର୍ଶ ଥାନା ଅନ୍ତର୍ଗତ ଭାଲିଆପାଡ଼ି ହାତିଆଶୁଣୀ ମନ୍ଦିର ରାସ୍ତାରେ ବ୍ରାଉନସୁଗାର ବିକ୍ରୀ କରୁଥିବା ବେଳେ ଜଣେ ମହିଳାଙ୍କୁ ଅବକାରୀ ବିଭାଗ ମୋବାଇଲ ସ୍କ୍ବାଡ୍ ଗିରଫ କରିଛି। ମହିଳା ଜଣକ ହେଲେ ହାତିଆଶୁଣୀ ସାହିର ସରସ୍ୱତୀ ପଲେଇ (୩୬) । ତାଙ୍କ ନିକଟରୁ ୧୦୫ ଗ୍ରାମର ବ୍ରାଉନସୁଗାର, ଗୋଟିଏ ସ୍ମାର୍ଟଫୋନ ଓ ନଗଦ ୧୫ ଶହ ଟଙ୍କା ଅବକାରୀ ବିଭାଗ ଜବତ କରିଛି।
ଆଦର୍ଶ ଥାନା ଅନ୍ତର୍ଗତ ଭାଲିଆବାଡ଼ି ଗ୍ରାମ ହାତିଆଶୁଣୀ ମନ୍ଦିର ରାସ୍ତାରେ ଜନୈକ ମହିଳା ବ୍ରାଉନସୁଗାର ବିକ୍ରୀ କରିବାକୁ ଗ୍ରାହକକୁ ଅପେକ୍ଷା କରିଥିବା ବିଶେଷ ସୂତ୍ରରୁ ଖବରମିଳିଥିଲା। ପରବର୍ତ୍ତି ଅବସ୍ଥାରେ ମୋବାଇଲ ୟୁନିଟ୍ ଘଟଣା ସ୍ଥଳରେ ଚଢାଉ କରିଅଭିଯୁକ୍ତଙ୍କ ଗିରଫ କରିବା ସହ ତାଙ୍କ ଠାରୁ ବ୍ରାଉନସୁଗର,ମୋବାଇଲ ଫୋନ ଓ ଟଙ୍କା ଜବତ କରିଛି।ଏ ଘଟଣାରେ ଅବକାରୀ ବିଭାଗ ସରସ୍ୱତୀପଳେଇଙ୍କ ନାମରେ ବ୍ରାଉନସୁଗର କାରବାର ଅଭିଯୋଗରେ ଏକ ମାମଲା ରୁଜୁକରିକୋର୍ଟ ଚାଲାଣ କରିଥିବା ମୋବାଲ ୟୁନିଟ୍ ଇନ୍ସପେକ୍ଟର ତପସ୍ଵୀନୀ ବରାଳ ସୂଚନା ଦେଇଛନ୍ତି।