ପ୍ରମୂଖ ଖବର
  • ବେଆଇନ୍ ବେଟିଂ ଆପ୍ ମାମଲା, ଅନେକ ସାଉଥ୍ ସେଲିବ୍ରିଟିଙ୍କୁ ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
  • ||
  • ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍. ଅଚ୍ୟୁତାନନ୍ଦନଙ୍କ ୧୦୧ ବର୍ଷରେ ପରଲୋକ
  • ||
  • ମୁମ୍ବାଇ ଏୟାରପୋର୍ଟରେ ଅଘଟଣ, ଅବତରଣ ବେଳେ ରନୱେରୁ ତଳକୁ ଖସିଗଲା ଏୟାର ଇଣ୍ଡିଆ ବିମାନ
  • ||
  • ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନ ଗିରଫ ଘଟଣା। ପୀଡ଼ିତାଙ୍କ ବୟାନ ରେକର୍ଡ
  • ||
  • ଢ଼ାକାରେ ଖସି ପଡ଼ିଲା ଏଫ୍‌-୭ ଟ୍ରେନିଂ ବିମାନ, ଦୁର୍ଘଟଣାରେ ଜଣେ ମୃତ, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କଟକ : ପରିବାରର ୩ ଜଣଙ୍କୁ ହତ୍ୟା ମାମଲା; ପ୍ରମାଣ ଅଭାବରୁ ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଆସାମୀ ନିର୍ଦ୍ଦୋଷରେ ଖଲାସ
  • ||
  • ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା,ଭାରପ୍ରାପ୍ତ ଅଧ୍ୟାପକ ଓ କିଛି କର୍ମଚାରୀଙ୍କୁ ପଚରାଉଚରା
  • ||
  • ଆରଏସପିରେ ଅଘଟଣ, ଶାବଳ ବାଜି ଠିକା ଶ୍ରମିକଙ୍କ ମୃତ୍ୟୁ
  • ||
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଫିରିଙ୍ଗିଆ ମେଡିକାଲରେ ରୋଗୀଙ୍କୁ ମିଳୁନି ୧୦୮ ଆମ୍ବୁଲାନ୍ସ ସେବା

Published By : Suraj Kumar | July 21, 2025 11:01 PM

ଫିରିଙ୍ଗିଆ,୨୧/୭  : ବିପର୍ଯ୍ୟସ୍ତ ହୋଇପଡିଛି ୧୦୮ ଆମ୍ବୁଲାନ୍ସ ସେବା । ରୋଗୀଙ୍କୁ ମିଳୁନି ଆମ୍ବୁଲାନ୍ସ ସେବା । ଆମ୍ବୁଲାନ୍ସ ନପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚ ର ଗରିବ ରୋଗୀ । ଆମ୍ବୁଲାନ୍ସ କୁ ଅପେକ୍ଷା କରି ମେଡିକାଲ ବାରଣ୍ଡାରେ ଘଣ୍ଟାଘଣ୍ଟା ଧରି ରୋଗୀଙ୍କୁ ଅପେକ୍ଷା କରିବାକୁ ପଡୁଛି ପରିବାର ଲୋକଙ୍କୁ । ଏଭଳି ଏକ  ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ । 

ସୂଚନା ଅନୁସାରେ ଫିରିଙ୍ଗିଆ ବ୍ଲକ କେଲାପଡା ପଞ୍ଚାୟତ ଟୁମୂଲା ପଦର ଗାଁ ର ସରୋଜିନୀ କହଁର ନାମକ ଜଣେ ମହିଳା ବିଲରେ କାମ କରୁଥିବା ବେଳେ ପଡିଯାଇ ତାଙ୍କର ବାମ ଗୋଡ଼ ଭାଙ୍ଗିଯାଇଥିଲା । ତାଙ୍କ ସ୍ୱାମୀ ଉମାଚରଣ କହଁର ଓ ତାଙ୍କର କିଛି ସମ୍ପର୍କୀୟ ତାଙ୍କୁ ପ୍ରଥମେ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ I ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଫିରିଙ୍ଗିଆ ମେଡିକାଲରେ ଚିକିତ୍ସା କରିଥିବା ଡାକ୍ତର ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇ ଦେଇଥିଲେ I ଏହା ପରେ ଗୁରୁତର ଆହତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳା ଙ୍କ ସ୍ୱାମୀ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ I କିନ୍ତୁ ଦୁଃଖ ଓ ପରୀତାପ ର ବିଷୟ ଦୀର୍ଘ ୪ ରୁ ୫ ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ୍ୟ ୧୦୮ ଆମ୍ବୁଲାନ୍ସ ସେବା ମିଳିପାରିନଥିଲା I କଲ ସେଣ୍ଟର କୁ କଲ କଲେ କେବଳ ଅପେକ୍ଷା କର ଆମ୍ବୁଲାନ୍ସ ଏବେ ଲେବୁଲ ନାହିଁ ବୋଲି କୁହା ଯାଉଥିଲା I ଅନ୍ୟପଟେ ମହିଳା ଜଣକ ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କ ପକ୍ଷେ ବେସରକାରୀ ଆମ୍ବୁଲାନ୍ସ କରିବା ସମ୍ଭବ ହୋଇପାରିନଥିଲା I 

ଘଟଣା ବିଷୟରେ ଖବର ପାଇ ଫିରିଙ୍ଗିଆ ଦୁଇ ଯୁବ ସାମ୍ବାଦିକ ପ୍ରେସ କ୍ଲବ ସଭାପତି ଉତ୍ତମ ଖମାରି ଓ ସୁବ୍ରତ କୁମାର ମହାନ୍ତି ଖବର ସଂଗ୍ରହ କରିବା ପାଇଁ ମେଡିକାଲ ରେ ପହଞ୍ଚି ଥିଲେ ଖବର ସଂଗ୍ରହ କରିବା ସହ ମହିଳା ଙ୍କ ଯନ୍ତ୍ରଣା ସହିନପାରି ବାଧ୍ୟ ହୋଇ ମେଡିକାଲ ରେ ଥିବା ଅନ୍ୟ ଏକ ଆମ୍ବୁଲାନ୍ସ କୁ ନିଜ ହାତରୁ ବିଲ ପଇଠ କରି ଗୁରୁତର ମହିଳା ଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ପଠେଇ ଥିଲେ I ତେବେ ଏହି ଫିରିଙ୍ଗିଆ ମେଡିକାଲ ରେ ଏହା ନୁଆଁ ଘଟଣା ନୁହଁ ଆଗରୁ ମଧ୍ୟ୍ୟ ଅନେକ ରୋଗୀ ଏହି ୧୦୮ ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ନଜିର ରହିଛି I ତେଣୁ ଏହି ଫିରିଙ୍ଗିଆ ମେଡିକାଲ ରେ ରୋଗୀ ମାନଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇଦେବା ପାଇଁ ସାଧାରଣରେ ଦାବି ଜୋର ଧରିଛି I

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.