ଖୁଣ୍ଟା,୨୫।୯(ଆପ୍ର): ଧାନ କିଆରୀ ଭିତରେ ପଶିଗଲା ୧୦୮ ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର। ଖୁଣ୍ଟା ଥାନା ଅନ୍ତର୍ଗତ ଡୁକୁରା ନିକଟରେ ୧୦୮ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି। ସୌଭାଗ୍ୟବଶତଃ ଆମ୍ବୁଲାନ୍ସରେ କେହି ରୋଗୀ ନ ଥିଲେ।
ବାରିପଦା ପି ଆର୍ ଏମ ମେଡିକାଲ ରେ ରୋଗୀ ଛାଡି ଏକ ୧୦୮ ଆମ୍ବୁଲାନ୍ସ ଫେରୁଥିଲା। ଭାରସାମ୍ୟ ହରାଇ ଡୁକୁରା ନିକଟସ୍ଥ ଧାନ କିଆରୀ ଭିତରକୁ ପଶିଯାଇଥିଲା। ତେବେ ଅଳ୍ପକେ ବର୍ତ୍ତି ଯାଇଥିଲେ ଡ୍ରାଇଭର। ତେବେ ଆମ୍ବୁଲାନ୍ସ ରେ କେହି ରୋଗୀ ନଥିଲେ। ଡ୍ରାଇଭର ଜଣକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଯୋଗୁଁ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଲୋକ କହିଛନ୍ତି। ଧାନ କିଆରୀ ରେ ଫସଲ ନଷ୍ଟ ହୋଇଥିବା ଜମି ମାଲିକ ଅଭିଯୋଗ କରିଛନ୍ତି। ତେବେ ଖବର ପାଇ ଡୁକୁରା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସ କୁ ଜବତ୍ କରିଛି।