ପ୍ରମୂଖ ଖବର
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପହଲଗାମ ଆତଙ୍କୀ ହମଲା ପରେ ପାକିସ୍ତାନ ପାଇଁ ଖରାପ ଖବର, ବଡ଼ ଚେତାବନୀ ଦେଲା ବିଶ୍ୱ ବ୍ୟାଙ୍କ

Published By : Swapna Ray | April 25, 2025 3:40 PM

ନୂଆଦିଲ୍ଲୀ, ୨୫।୪: ଜମ୍ମୁକାଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ପାଇଁ ଖରାପ ଖବର । ପାକିସ୍ତାନକୁ ବଡ଼ ଚେତାବନୀ ଦେଲା ବିଶ୍ୱ ବ୍ୟାଙ୍କ । ଚଳିତ ଆର୍ଥିକ ବର୍ଷରେ ପ୍ରାୟ ଦୁର୍ଭିକ୍ଷର ଆଶଙ୍କାର ସମ୍ମୁଖୀନ ହେବେ କୋଟିଏ ଅଧିକ । କେବଳ ଏତିକି ନୁହେଁ, ଦାରିଦ୍ର୍ୟ ସ୍ତର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବ । ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଆସିଲା ଏଭଳି ଆଶ୍ଚର‌୍ୟ୍ୟଜନକ ରିପୋର୍ଟ ଆସିଛି । ଗୋଟିଏ ପଟେ, ଯେତେବେଳେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପାକିସ୍ତାନର ଅଭିବୃଦ୍ଧି ହାର କମ ରହିବ ବୋଲି ପୂର୍ବାନୁମାନ କରିଛି, ଅନ୍ୟପଟେ ବିଶ୍ୱ ବ୍ୟାଙ୍କ ପାକିସ୍ତାନକୁ ଏକ ବଡ଼ ଚେତାବନୀ ଦେଇଛି । ବିଶ୍ୱ ବ୍ୟାଙ୍କ ସତର୍କ କରାଇ ଦେଇଛି ଯେ, ଚଳିତ ଆର୍ଥିକ ବର୍ଷରେ ପ୍ରାୟ ଏକ କୋଟି ଲୋକ ଦୁର୍ଭିକ୍ଷର ଆଶଙ୍କାର ସମ୍ମୁଖୀନ ହେବେ । ଏଥିସହ ଦାରିଦ୍ର‌୍ୟ ସ୍ତର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବ । 

ପାକିସ୍ତାନରେ ଦାରିଦ୍ର‌୍ୟ ବୃଦ୍ଧି ସମ୍ପର୍କରେ ଚେତାବନୀ ଦେବା ସମୟରେ, ବିଶ୍ୱ ବ୍ୟାଙ୍କ ପୂର୍ବରୁ ଏହାର ରିପୋର୍ଟରେ ପାକିସ୍ତାନର ଆର୍ଥିକ ଅଭିବୃଦ୍ଧି ହାର ୨.୭ ପ୍ରତିଶତ ହେବ ବୋଲି ଆକଳନ କରିଥିଲା । ବିଶ୍ୱ ବ୍ୟାଙ୍କ ଏଥିପାଇଁ ପାକିସ୍ତାନର କଠୋର ଅର୍ଥନୈତିକ ନୀତିକୁ ଦାୟୀ କରିଛି । ଏକ୍ସପ୍ରେସ ଟ୍ରିବ୍ୟୁନ୍ ଅନୁଯାୟୀ, ବିଶ୍ୱ ବ୍ୟାଙ୍କ ତାର ରିପୋର୍ଟରେ କହିଛି ଯେ ଶାହବାଜ ସରିଫଙ୍କ ସରକାର ବାର୍ଷିକ ବଜେଟ୍ ନିଅଣ୍ଟ ହ୍ରାସ କରିବାର ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଛି ଏବଂ ଏହା ଜିଡିପି ତୁଳନାରେ ପାକିସ୍ତାନର ଋଣ ବୋଝ ବୃଦ୍ଧି କରିବାର ଆଶା କରାଯାଉଛି । ବିଶ୍ୱ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ, ପାଗ ଖରାପ ଯୋଗୁଁ ପାକିସ୍ତାନର ସମ୍ପୂର୍ଣ୍ଣ କୃଷି ଉତ୍ପାଦନ ପ୍ରଭାବିତ ହେବ ଏବଂ ଧାନ, ବାଜରା ପରି ପ୍ରମୁଖ ଫସଲ ଗୁରୁତର ଭାବରେ ପ୍ରଭାବିତ ହେବ । ପାକିସ୍ତାନରେ ଅଧିକାଂଶ ଗ୍ରାମାଞ୍ଚଳର ପ୍ରାୟ ୧ କୋଟି ଲୋକ ଅନାହାରର ଦ୍ୱାରଦେଶରେ ପହଞ୍ଚିବେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.