ଜଗତସିଂହପୁର, ୨୧।୫ : ଜଗତସିଂହପୁର ସହରର ସେଣ୍ଟ୍ରାଲ ମାର୍କେଟ ରେ ୧୧ କେଭି ବିଦ୍ୟୁତ ତାର ଛିଡିଯାଇଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି l ୧୧ କେଭି ତାର ମାର୍କେଟ ଭିତରେ ଛିଣ୍ଡି ପଡିଥିଲେ ମଧ୍ୟ କିଛି ଅଘଟଣ ଘଟି ନାହିଁ। ବାରମ୍ବାର ବିଦ୍ୟୁତ ତାର ଛିଡି ଯିବାରୁ ଏହାର ପ୍ରତିବାଦରେ   ସ୍ଥାନୀୟ ଦୋକାନୀ ରାସ୍ତାରୋକ କରିଛନ୍ତି।

ପୂର୍ବରୁ ଦୁଇ ଥର ବିଦ୍ୟୁତ ତାର ଛିଡିଥିଲା। ଏବେ ପୁଣି ତାର ଛିଡିବାରୁ ଉକ୍ତ ବଜାରର ଦୋକାନୀ ମାନେ ରାସ୍ତାରୋକ କରିଥିଲେ l ତେବେ ଛିଣ୍ଡି ଯାଇଥିବା ଉକ୍ତ ତାର ବି ବହୁ ଜାଗା ଯୋଡ଼ା ଯାଇଥିବା ଦେଖିବାକୁ ମିଳିଥିଲା। ପରେ ବିଦ୍ୟୁତ ବିଭାଗ କର୍ମଚାରୀ ପହଞ୍ଚି ତାର ବଦଳାଇବାର ପ୍ରତିଶ୍ରୁତି ଦେଇଥିଲେ l ଏହା ପରେ ରାସ୍ତାରୋକରୁ ଦୋକାନୀମାନେ ଉଠିଥିଲେ। ସହରରେ ବାରମ୍ବାର ବିଜୁଳି ବିଭ୍ରାଟ ଲାଗି ରହୁଛି l ତଥାପି ଭିତ୍ତିଭୂମି ମଜବୁତ ହେବାର ଉଦ୍ୟମ ନଥିବାରୁ ଉପଭୋକ୍ତା ମହଲରେ ଅସନ୍ତୋଷ ସୃଷ୍ଟି ହେଉଛି l

ଆହୁରି ପଢନ୍ତୁ : ପେଟ୍ରୋଲ ଟାଙ୍କିରେ ଲୋକଙ୍କୁ ବନ୍ଧୁକ ଦେଖାଇ ୩ ଗିରଫ