ଗଞ୍ଜାମ, ୧୮।୮: ଗଞ୍ଜାମ ଥାନା ଶନିମନ୍ଦିର ନିକଟ ୧୬ ନଂ ଜାତୀୟ ରାଜପଥ ଉପରେ ଏକ ୧୧ କେଭି ତାର ଛିଡ଼ିଯାଇଥିବା ଜଣାପଡ଼ିଛି । ଫଳରେ ରାସ୍ତାରେ ଯାଉଥିବା ଜଣେ ବାଇକ ଆରୋହୀ ଆହତ ହୋଇଛନ୍ତି । ବାଇକ ଆରୋହୀ ଜଣକ ପୁରୀ ଜିଲ୍ଲାର ବଜ୍ରକୋଟ ଗ୍ରାମର ମୁନା ନାୟକ l ପରେ ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ଉଦ୍ଧାର କରି ଗଞ୍ଜାମ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ଭର୍ତ୍ତି କରରିଛନ୍ତି l ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା l
ଅନ୍ୟପକ୍ଷରେ ୧୧ କେଭି ଜାତୀୟ ରାଜପଥରେ ପଡ଼ି ରହିଥିବାରୁ ଉଭୟ ପକ୍ଷରୁ ରାସ୍ତା ଜାମ୍ ରହିଛି l ରୋଡ୍ରେ ଶହ ଶହ ଟ୍ରକ୍ ଅଟକି ରହିଛି l ଘଟଣାସ୍ଥଳରେ ଗଞ୍ଜାମ ଥାନାର ଭାରପ୍ରାପ୍ତ ଥାନା ଅଧିକାରିଣୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଓ ତାଙ୍କ ଷ୍ଟାଫ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି l