ଭୁବନେଶ୍ବର,୨୪।୩ : ଏକାଦଶ ବାଣିଜ୍ୟିକ କୋଇଲା ଖଣି ନିଲାମରେ ଓଡିଶାର ଗୋଟିଏ ଖଣି ସମେତ ଦେଶର ମୋଟ ୧୨ଟି ଖଣି ନିଲାମ ହୋଇଛି। ନିଲାମ ହୋଇଥିବା କୋଇଲା ଖଣି ମଧ୍ୟରେ ଓଡିଶାର ସରଧାପୁର ଜଳତାପ ପୂର୍ବ କୋଇଲା ଖଣି ସାମିଲ ରହିଛି। ଏଥିରେ ମୋଟ୍ ଭୂତାତ୍ତ୍ବିକ ଭଣ୍ଡାର ୩୨୫୭.୮୯ ମେଟ୍ରିକ ଟନ୍ ରହିଛି।
ନିଲାମ ହୋଇଥିବା ୧୨ଟି ଖଣି ସାମଗ୍ରିକ ଭାବେ ପ୍ରାୟ ୫,୭୫୯.୨୩ ନିୟୁତ ଟନର ଭୂଗର୍ଭ ଭଣ୍ଡାର ରହିଛି। ଏଥିରେ ଆଂଶିକ ଅନ୍ବେଷଣ କରାଯାଇଥିବା ଖଣିକୁ ଛାଡି ମୋଟ ସର୍ବାଧିକ କ୍ଷମତା ବାର୍ଷିକ ୧୫.୪୬ ନିୟୁତ ଟନ ରହିଛି। ଏହି ନିଲାମିରୁ ୩୬.୨୭ ପ୍ରତିଶତ ରାଜସ୍ବ ଅଂଶଧନ ହାସଲ କରାଯାଇଛି। ନିଲାମ ହୋଇଥିବା ନୂତନ ଖଣିଗୁଡିକ ପାଖାପାଖି ୩.୩୩୦ କୋଟି ଟଙ୍କାର ବାର୍ଷିକ ରାଜସ୍ବ ସୃଷ୍ଟି କରିବ।୨୩୧୯ କୋଟି ଟଙ୍କାର ପୁଞ୍ଜି ନିବେଶ ଆକୃଷ୍ଟ କରିବ ବୋଲି ଆକଳନ କରାଯାଇଛି। ଏହି ଖଣିଗୁଡିକ ୨୦.୯୦୨ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। କୋଇଲା ଉତ୍ପାଦନ କରୁଥିବା ଅଞ୍ଚଳର ଆର୍ଥିକ ଅଭିବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେବ।