ପ୍ରମୂଖ ଖବର
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

୭ ଦିନ ପାଇଁ ଗୃହରୁ ନିଲମ୍ବିତ ହେଲେ କଂଗ୍ରେସର ୧୨ ବିଧାୟକ, ବିଶୃଙ୍ଖଳିତ ଆଚରଣ ପାଇଁ ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନ...

Published By : Prameya | March 25, 2025 4:49 PM

ଭୁବନେଶ୍ବର ୨୫/୦୩: ୭ ଦିନ ପାଇଁ ବିଧାନସଭାରୁ ନିଲମ୍ବତ ହେଲେ କଂଗ୍ରେସର ୧୨ ବିଧାୟକ । ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ ଏମାନଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି ସୁରମା ପାଢୀ। ସରକାରୀ ଦଳ ମୁଖ୍ୟ ସଚେତକ ଏହି ପ୍ରସ୍ତାବ ଆଣିଥିଲେ। ତେବେ ନିଲମ୍ବିତ ବିଧାୟକ ମାନେ ହେଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ସି ଏସ ରାଜନ ଏକା, ଅଶୋକ ଦାସ, ଦାଶରଥୀ ଗମାଙ୍ଗ, ସତ୍ୟଜିତ ଗମାଙ୍ଗ, ନୀଳମାଧବ ହିକକା, କାର୍ଡକା ଆପଲା ସ୍ୱାମୀ, ସୋଫିଆ ଫିର୍ଦୋସ, ସାଗର ଦାସ, ମଙ୍ଗୁ ଖିଲ, ପବିତ୍ର ସାଊଂତା, ପ୍ରଫୁଲ ଚନ୍ଦ୍ର ପ୍ରଧାନ ପ୍ରମୁଖଙ୍କୁ ସାତଟି କାର୍ଯ୍ୟ ଦିବସ ପର୍ଯ୍ୟନ୍ତ ଗୃହରୁ ନିଲମ୍ବନ କରାଯାଇଛି। ଅଶୋଭନୀୟ ଆଚରଣ ପାଇଁ ନିଲମ୍ବନ କରାଗଲା ବୋଲି ଉଲ୍ଲେଖ କରାଯାଇଛି। ନିଲମ୍ବନ ପରେ କଂଗ୍ରେସ ସଦସ୍ୟ ଗୃହ ମଧ୍ୟରେ ପ୍ରତିବାଦ କରି ଘଣ୍ଟ ବଜାଇବା ଜାରି ରଖିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.