ଫିରିଙ୍ଗିଆ, ୧୮/୯ : କନ୍ଧମାଳ ଜିଲ୍ଲାରେ ଜାରି ରହିଛି ଅପରେସନ ପ୍ରହାର । ଏହି ପରିପେକ୍ଷୀରେ ଫିରିଙ୍ଗିଆ ପୋଲିସ ଏକ ବାଇକ ସହ ୧୨କିଲୋ ଦୁଇ ଶହ ଗ୍ରାମ ଗଞ୍ଜେଇ ଜବତ କରିଥିବାବେଳେ ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ।

ସୂଚନା ଅନୁସାରେ ଏକ ବାଇକରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ପୋଲିସକୁ ଖବର ମିଳିଥିଲା I ଖବରପାଇବା ପରେ ଫିରିଙ୍ଗିଆ ଥାନା ଅଧିକାରୀ ଡିଏସପି ଗୋପୀନାଥ ପ୍ରଧାନଙ୍କ ନିର୍ଦେଶକ୍ରମେ ଥାନାରେ କାର୍ଯ୍ୟରତ ଏସଆଇ ଅଜୟ କୁମାର ସାହୁ ଓ ପ୍ରମୋଦ କୁମାର ପ୍ରଧାନଙ୍କ ସହ ଏକ ଟିମ୍ ଫିରିଙ୍ଗିଆ ଥାନା ଅଧୀନରେ ଥିବା ଫୁଲବାଣୀ ବାଲିଗୁଡ଼ା ମୁଖ୍ୟ ରାସ୍ତାର କାଳିଆ ସାହି ନିକଟବର୍ତ୍ତୀ ସନିମନ୍ଦିର ନିକଟରେ ଜଗି ରହି ଗଞ୍ଜେଇ ବୋଝେଇ ହୋଇ ଆସୁଥିବା ବାଇକକୁ ଧରିବାରେ ସଫଳ ହୋଇଥିଲେ ।

ଅନ୍ୟପଟେ ଏହି ଘଟଣାରେ ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଲାଇନପଡା ଗାଁର ନରେଶ କୁମାର ମୁଖି ବୋଲି ଜଣାପଡ଼ିଥିବାବେଳେ ଗୁରୁବାର ଏହି ଘଟଣାରେ ଫିରିଙ୍ଗିଆ ଥାନାରେ କେଶ ନଂ୨୧୪/୨୫ରେ ଏକ ମାମଲା ରୁଜୁ କରି ଗଞ୍ଜେଇ ସହ ଅଭିଯୁକ୍ତକୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ପୃଥ୍ୱୀରାଜ ମହାନନ୍ଦିଆଙ୍କ ଉପସ୍ଥିତିରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି I