ପ୍ରମୂଖ ଖବର
  • ଭଦ୍ରକ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୃତୀୟ ଓ ବ୍ଲକ ଟପ୍ପର ଦେବିରାଣୀ ସାହୁ
  • ||
  • ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗ; ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ ହେବ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
  • ||
  • ଗଞ୍ଜାମ : କୋଠ ହିସାବକୁ ନେଇ ଫୁଲଟା ଗ୍ରାମରେ ବୋମା ମାଡ଼, ଦୁଇ ପ୍ଲାଟୁନ ପୋଲିସ ମୁତୟନ
  • ||
  • ବଲାଙ୍ଗୀର : ରେଲ୍ ୱେ ଟ୍ରାକ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ବାଂଶବାଗରେ ଜମିବାଡି ବିବାଦରୁ ଘରପୋଡି ଅଭିଯୋଗ, ଜଳିଗଲା ନଗଦ ଟଙ୍କା ସହ ଅଳଙ୍କାର ଏବଂ କାଗଜପତ୍ର
  • ||
  • ରାୟଗଡ଼ାରେ ଡବଲ୍‌ ମର୍ଡର, ଜମିଜମା ବିବାଦକୁ ନେଇ ହତ୍ୟା ହୋଇଥିବା ସନ୍ଦେହ
  • ||
  • କଟକ : କ୍ଷୀର ବୋଝେଇ ପିକଅପ୍‌ ଭ୍ୟାନ୍ ସହ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ
  • ||

କର୍ଣ୍ଣାଟକରରୁ ଉଦ୍ଧାର ହେଲେ ୧୨ ପ୍ରବାସୀ ଓଡ଼ିଆ

Published By : Prameya | May 2, 2025 7:15 PM

ଭୁବନେଶ୍ବର,୨/୫ : କର୍ଣ୍ଣାଟକର କୋଲର୍‌ରୁ ଉଦ୍ଧାର ହେଲେ ୧୨ ଜଣ ପ୍ରବାସୀ ଓଡ଼ିଆ । ଠିକାଦାରମାନେ ପ୍ରଲୋଭନ ଦେଖାଇ ଦାଦନ କରିବାକୁ ନେଇଥିଲେ । ଠିକାଦାରମାନଙ୍କ କବଳରୁ ମୁକ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭିଡ଼ିଓରେ ବାର୍ତ୍ତା ଦେବା ପରେ କର୍ଣ୍ଣାଟକ କୋଲର୍ ପହଞ୍ଚିଥିଲେ ବିଜେପି ପ୍ରବାସୀ ଓଡ଼ିଆ ଉଦ୍ଧାରକାରୀ ଟିମ୍ । ୧୨ଜଣଙ୍କୁ ଉଦ୍ଧାର କରିବା ସହ ସୁରକ୍ଷିତ ଭାବେ କର୍ଣ୍ଣାଟକରୁ ଓଡ଼ିଶା ଭୁବନେଶ୍ଵରକୁ ସ୍ଵତନ୍ତ୍ର ବସ୍ ଯୋଗେ ଫେରାଇ ଆଣିଲେ ବିଜେପି ପ୍ରବାସୀ ଓଡ଼ିଆ ଉଦ୍ଧାର ଟିମ୍ । 

କେନ୍ଦୁଝରରୁ ଠିକାଦାର ନେଇଯାଇଥିଲେ କର୍ଣ୍ଣାଟକ । ଅଣ୍ଡା ଫ୍ୟାକ୍ଟ୍ରିରେ ଅଣ୍ଡା ସଜାଡିବା ସହ ପ୍ୟାକେଟ୍ କରିବାକୁ ହେଲେ ସେଠାରେ ସେମାନଙ୍କୁ କୁକୁଡ଼ା ମଳ ଧୋଇବା ସହ ନାନା ପ୍ରକାର ସଫେଇ କାର୍ଯ୍ୟରେ ନିୟୋଜିତ କରିଥିଲେ । ଏହାକୁ ବିରୋଧ କରିବାରୁ ଠିକାଦାର ମାନେ ଅକଥନୀୟ ନିର୍ଯାତନା ଦେବା ସହ ଘରକୁ ଫେରିବାକୁ ଦେଇନଥିଲେ । ଯାହାଫଳରେ ହଇରାଣ ହରକତ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭିଡ଼ିଓ ବାର୍ତ୍ତା ଦେବା ପରେ ଉଦ୍ଧାର ହେଲେ ୧୨ ଜଣ ପ୍ରବାସୀ ଓଡ଼ିଆ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.