ପ୍ରମୂଖ ଖବର
  • ଢେଙ୍କାନାଳ : ଧରାପଡ଼ିଲେ ଲାଞ୍ଚୁଆ ଭାରପ୍ରାପ୍ତ ଆରଆଇ; ପିଅନ ମାଧ୍ୟମରେ ନେଉଥିଲେ ଟଙ୍କା
  • ||
  • କେନ୍ଦୁଝର : ଛତୁ ଗୋଟାଇବା ବେଳେ ଆକ୍ରମଣ କଲା ଦନ୍ତା, ୨ମହିଳା ଆହତ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା: ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ଦୋଷୀ ସାବ୍ୟସ୍ତ
  • ||
  • ଭଦ୍ରକ : ଲୁଟ୍‌ କରିବାକୁ ଆସିଥିଲେ, ସାଇରନ୍‌ ବାଜିବାରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ
  • ||
  • ହରିୟାଣା ପରେ କେରଳ; ଅସହ୍ୟ ହେଲା ଋଣ ବୋଝ, ଜୀବନ ହାରିଲେ ଆଉ ଏକ ପରିବାର !
  • ||
  • କେନ୍ଦୁଝର : ବ୍ୟାଟେରୀ ଦୋକାନରେ ଅଗ୍ନିକାଣ୍ଡ, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ
  • ||
  • ଶିକ୍ଷାର୍ଥୀଙ୍କ ପାଇଁ ଖୁସି ଖବର; ଚଳିତବର୍ଷ ଭାରତରେ ଖୋଲିବ ୧୫ ବିଦେଶୀ ବିଶ୍ୱବିଦ୍ୟାଳୟ ବ୍ରାଞ୍ଚ
  • ||
  • ମୟୂରଭଞ୍ଜ : ଟ୍ରକ୍‌ ଧକ୍କାରେ ଖଣ୍ଡ ଖଣ୍ଡ ହୋଇଗଲା ଟ୍ରାକ୍ଟର; ୨ମୃତ, ୩ଗୁରୁତର
  • ||
  • ଭୁବନେଶ୍ଵର : ୨ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ, ଜୁନ୍‌ରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା
  • ||
  • କେନ୍ଦୁଝର : ୨ଟି ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍, ତଦନ୍ତ କରୁଛି ପୋଲିସ
  • ||

୪ ISI ଏଜେଣ୍ଟଙ୍କ ସହ କଥା ହୋଇଥିଲେ ଜ୍ୟୋତି, ପାଖରୁ ମିଳିଲା ୧୨ ଟିବି ଡାଟା

Published By : Harapriya Biswal | May 27, 2025 8:09 PM

ନୂଆଦିଲ୍ଲୀ,୨୭।୫:  ହରିୟାଣାର ୩୩ ବର୍ଷୀୟ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ବିରୋଧରେ ଗୁପ୍ତଚର ଅଭିଯୋଗରେ ଜୋରଦାର ତଦନ୍ତ ଚାଲିଛି। ହିସାର ପୋଲିସ ଜ୍ୟୋତିରଙ୍କ ଇଲୋକ୍ଟେ୍ରାନିକ୍ସ ଉପକରଣରୁ ୧୨ ଟେରାବାଇଟ୍ ଡାଟା ଜବତ କରିଛି, ଯେଉଁଥିରେ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଇଣ୍ଟର-ସର୍ଭିସେଜ୍‌ ଇଣ୍ଟେଲିଜେନ୍ସ(ଆଇଏସ୍ଆଇ) ସହ ଜଡିତ ୪ ଏଜେଣ୍ଟଙ୍କ ସହ ତାଙ୍କ ଆଲୋଚନାର ପ୍ରମାଣ ରହିଛି। ପୋଲିସର କହିବା ଅନୁସାରେ, ଜ୍ୟୋତି ମାଲହୋତ୍ରାଙ୍କୁ ପୁରା ସୂଚନା ଥିଲା ଯେ, ଯେଉଁ ପାକିସ୍ତାନୀ ଅଧିକାରୀଙ୍କ ସମ୍ପର୍କରେ ଥିଲେ ସେମାନେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇ ପାଇଁ କାମ କରୁଥିଲେ। ଏହାପରେ ବି ସେ ତାଙ୍କ ସହ ଲଗାତାର ସମ୍ପର୍କରେ ଥିଲେ ଓ ତାଙ୍କୁ କୌଣସି ପ୍ରକାର ଭୟ ନଥିଲା।  

ଏନ୍‌ଡିଟିଭି ରିପୋର୍ଟ ଅନୁସାରେ, ପୋଲିସ ଯାଞ୍ଚରେ ସାମନାକୁ ଆସିଛି ଯେ, ଜ୍ୟୋତି  ୪ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ସହ କଥା ହୋଇଥିଲେ। ତାଙ୍କ ଭିତରେ ଥିଲେ ଏହସାନ-ଉର-ରହିମ ଓରଫ ଦାନିଶ, ଅଲ୍ଲୀ ହାସନ, ଶାକିର ଓ ରାଣା ଶେହବାଜ ଭଳି ନାଁ। ଦାନିଶଙ୍କ ସହ ତାଙ୍କର ସାକ୍ଷାତ ଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନ୍‌ରେ ହୋଇଥିଲା। ଏବେ ତଦନ୍ତକାରୀ ଏଜେନ୍ସି ଏହି ଏଜେଣ୍ଟର ପାକିସ୍ତାନୀ ସୁରକ୍ଷା ଏଜେନ୍ସିରେ ଭୂମିକା ଓ ରାଙ୍କର ସୂଚନା ଦେଇଛି।

ପୋଲିସ ଜ୍ୟୋତିଙ୍କ ତିନି ମୋବାଇଲ ଫୋନ୍, ଗୋଟିଏ ଲାପଟପ୍‌ ଓ ଅନ୍ୟ ଇଲୋକ୍ଟେ୍ରାନିକ୍ସ ଉପକରଣ ଜବତ କରିଛି। ତାକୁ ଫରେନସିକ୍‌ ଯାଞ୍ଚ ପାଇଁ ପଠାଯାଇଛି। ଏହି ଉପକରଣରୁ ଜବତ ୧୨ ଟେରାବାଇଟ୍ ଡାଟାରେ ହ୍ବାଟସଆପ୍, ସ୍ନାପଚାଟ୍‌ ଓ ଟେଲିଗ୍ରାମ୍‌ଭି ଏନକ୍ରିପଟେଡ୍ ପ୍ଲାଟଫର୍ମ ଉପରେ କରାଯାଇଥିବା ଆଲୋଚନା ରହିଛି। ଯାଞ୍ଚରୁ ଜଣାପଡିଛି ଯେ, ଜ୍ୟୋତି ଏହି ପ୍ଲାଟଫର୍ମର ବ୍ୟବହାର କରି କୋଡଓ୍ବାର୍ଡସରେ ବାର୍ତ୍ତା ପଠାଇଥିଲେ। ଫଳରେ ତାଙ୍କର ଗତିବିଧି ଭାରତୀୟ ଅଧିକାରୀଙ୍କଠାରୁ ଲୁଚି ରହୁଥିଲା। ଜ୍ୟୋତିଙ୍କ ଫୋନ୍ ଓ ଲାପଟପ୍ ଜବତ କରିବା ପରେ ପୋଲିସକୁ ବହୁ ଡିଲିଟ୍‌ ବାର୍ତ୍ତା ଓ ଫାଇଲକୁ ରିକଭରି କରିବାରେ ସଫଳତା ମିଳିଥିଲା। ପୋଲିସ ୧୨ ଟେରାବାଇଟ୍‌ରୁ ଅଧିକ ଡାଟା ଜବତ କରିଥିଲା। ଯାହାକୁ ଏବେ ଖୋଜାଯାଉଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.