ଭୁବନେଶ୍ୱର,୧୩/୦୯: ରାଜ୍ୟରେ ଆଇନ  ପ୍ରକ୍ରିୟାକୁ ସହଜ ଓ ସରଳ କରିବା ଦିଗରେ  ନୋଟାରୀ ଗୁରୁତପୂର୍ଣ୍ଣ ଭୂମିକା ରହିଛି । ସେଥିପାଇଁ ୧୨  ଶହ ନୂତନ ନୋଟାରୀ ନିଯୁକ୍ତି ହେବ ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଖାଲି ସେତିକି ନୁହେଁ  ଅନଲାଇନ୍‌ରେ ନୋଟାରୀ ଡାଟାବେସ୍‌ ପ୍ରସ୍ତୁତ କରିବାକୁ  ମନ୍ତ୍ରୀ କହିଛନ୍ତି ।

ଗତକାଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ  ଅଧ୍ୟକ୍ଷତାରେ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଏକ  ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ  ନୋଟାରୀ ଓ ଆଇନଜୀବୀଙ୍କ ଲାଗି ଏକ ସ୍ୱତନ୍ତ୍ର ୱବେ ପୋର୍ଟାଲ ବିଷୟରେ ଆଲୋଚନା ହୋଇଥିଲା । ଏଥିରେ  ନିଷ୍ପତ୍ତି ହୋଇଛି ରାଜ୍ୟର ବିଭିନ୍ନ ଜିଲ୍ଳାରେ ୧୨ ଶହ  ନୋଟାରି ନିଯୁକ୍ତି ଦିଆଯିବ । ଏମାନଙ୍କୁ ଏକ ୱେବ୍‌  ପୋଟାଲ୍‌ରେ ପଞ୍ଜିକୃତ କରାଯିବ । ନୋଟାରୀମାନେ  ନିୟମିତ ନିଜ କାର୍ଯ୍ୟର ବିବରଣୀ ଏହି ପୋର୍ଟାଲ  ଜରିଆରେ ଦାଖଲ କରିବେ ।